ETV Bharat / bharat

‘ଚାଇନିଜ୍ ଭାଇରସ୍ ଗୋ ବ୍ୟାକ’ ସ୍ଲୋଗାନକୁ ନିନ୍ଦା କଲା ଚୀନ ଦୂତାବାସ - corona virus

ଭାରତର ଚୀନ ଦୂତାବାସ ତେଲେଙ୍ଗାନା ବିଜେପି ବିଧାୟକ ରାଜା ସିଂଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରିଛି ।

Chinese Embassy condemns
‘ଚାଇନିଜ୍ ଭାଇରସ୍ ଗୋ ବ୍ୟାକ’ ସ୍ଲୋଗାନକୁ ନିନ୍ଦା
author img

By

Published : Apr 11, 2020, 4:07 PM IST

ହାଇଦ୍ରାବାଦ: ଭାରତର ଚୀନ ଦୂତାବାସ ତେଲେଙ୍ଗାନା ବିଜେପି ବିଧାୟକ ରାଜା ସିଂଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରିଛି । ବିଧାୟକ ଚଳିତ ମାସ ଆରମ୍ଭରେ ପିଏମ ମୋଦିଙ୍କ ‘ଲାଇଟ୍ ଆଉଟ୍’ ଅନୁରୋଧ ସମୟରେ ‘ଚାଇନିଜ୍ ଭାଇରସ ଗୋ ବ୍ୟାକ୍’ ସ୍ଲୋଗାନ ଦେଇଥିଲେ।

ଚୀନ ଦୂତାବାସର ପରାମର୍ଶଦାତା ଲିୟୁ ବିଙ୍ଗ ସିଂଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ଯଦିଓ ଚାଇନାରେ COVID-19 ମହାମାରୀ ଆରମ୍ଭ ହୋଇଛି, ଏହାର ଅର୍ଥ ନୁହେଁ ଯେ ଏହା ସେଠାରେ ଉତ୍ପନ୍ନ ହୋଇଛି । ସିଂଙ୍କ ସ୍ଲୋଗାନକୁ କଡା ନିନ୍ଦା କରି ବିଙ୍ଗ ଆହୁରି ମଧ୍ୟ କହିଛନ୍ତି ଯେ, ଚାଇନା ହେଉଛି ବିଶ୍ବର ପ୍ରଥମ ରାଷ୍ଟ୍ର ଯିଏକି ଏହି ଭୂତାଣୁ ବିଷୟରେ ରିପୋର୍ଟ କରିଛି।

ତେବେ ବିଜେପି ବିଧାୟକ ଏହାର ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ COVID-19 କୁ ‘ଚାଇନିଜ୍ ଭାଇରସ୍’ ବୋଲି କହିଛନ୍ତି।

ପ୍ରକାଶଥାଉକି, ଏପ୍ରିଲ 5ରେ ବିଧାୟକ ତାଙ୍କ ସମର୍ଥକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଇଟ୍ ବନ୍ଦକୁ ପାଳନ କରି ମସାଲ୍ ଧରି ରାସ୍ତା ଉପରେ ନିଜ ସମର୍ଥକଙ୍କ ସହ ରାଲି କରିଥିଲେ ଓ ‘ଚାଇନିଜ୍ ଭାଇରସ୍ ଗୋ ବ୍ୟାକ’ର ନାରା ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.