ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଉତ୍ତେଜନାମୂଳକ ପରିସ୍ଥିତିକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଚୀନ ପ୍ରତିପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇପାରେ । ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କୁ ଭେଟିବାର ସମ୍ଭାବନା ରହିଛି । ମସ୍କୋରେ ତିନି ଦିନିଆ ସାଂଘାଇ କର୍ପୋରେସନ ସଙ୍ଗଠନ ସମ୍ମିଳନୀରେ ଚୀନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଆଲୋଚନା କରିବାକୁ ଚାହୁଁଥିବା ଜଣାପଡିଛି ।
ସୂତ୍ରରୁ ପ୍ରକାଶ ଯେ, ଚୀନ ପ୍ରତିରକ୍ଷା ମନ୍ତ୍ରୀ ଏସସିଓ ବୈଠକରେ ରାଜନାଥ ସିଂଙ୍କୁ ଭେଟିବାକୁ ଚେଷ୍ଟା କରୁଛନ୍ତି । ଚୀନ୍ର ଅନୁରୋଧକୁ ଭାରତୀୟ ପକ୍ଷ ଏପର୍ଯ୍ୟନ୍ତ ଜବାବ ଦେଇନାହାଁନ୍ତି। ଅନ୍ୟପଟେ ତିନି ଦିନିଆ କାର୍ଯ୍ୟକ୍ରମରେ ଚୀନ୍ ପ୍ରତିପକ୍ଷଙ୍କ ସହ ସିଂଙ୍କ ସାକ୍ଷାତ କାର୍ଯ୍ୟସୂଚୀରେ ନାହିଁ ବୋଲି ସୂତ୍ରରୁ ପ୍ରକାଶ।
ପୂର୍ବ ଲଦାଖରେ ସୃଷ୍ଟି ହୋଇଥିବା ଉତ୍ତେଜନାରେ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଏବଂ ଡି-ଏସ୍କାଲେସନ୍ ମାଧ୍ୟମରେ ସୀମା ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ପାଇଁ ଭାରତ ଚୀନ୍ ସହିତ ଆନ୍ତରିକତାର ସହ ଜଡିତ ହେବାକୁ ଭାରତ ଅନୁରୋଧ କରିଛି । ଗୁରୁବାର ଦିନ ସାପ୍ତାହିକ ସଂକ୍ଷିପ୍ତ ବକ୍ତବ୍ୟରେ ଏମଏ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, କୂଟନୈତିକ ଏବଂ ସାମରିକ ଚ୍ୟାନେଲ ମାଧ୍ୟମରେ ଆଲୋଚନା ହେଉଛି।
ନିକଟରେ ଭାରତ ନିଜର କୁଶଳ ରଣନୀତି ମାଧ୍ୟମରେ ପାଙ୍ଗଙ୍ଗ ସୋ’ର 3 ଗୁରୁତ୍ବପୂର୍ଣ୍ଣ ପର୍ବତ ଶିଖର କବଜା କରିଛି । ଲଦାଖର ଚୁସୁଲ ନିକଟ ପାଙ୍ଗୋଙ୍ଗ ସୋ ଦକ୍ଷିଣ ବ୍ୟାଙ୍କ ନିକଟରେ ଚୀନ୍ ସେନା ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲେ ଭାରତୀୟ ସେନା । ଚୀନ୍ ଏକପାଖିଆ ନିଷ୍ପତ୍ତି ଯୋଗୁଁ ଦୁଇ ରାଉଣ୍ଡ ବ୍ରିଗେଡ୍-କମାଣ୍ଡର ସ୍ତରୀୟ ଆଲୋଚନା ଚାଲିଛି।
ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମସ୍କୋରେ ରୁଷ ପ୍ରତିପକ୍ଷ ଜେନେରାଲ ସର୍ଗି ଶୋଏଗୁଙ୍କୁ ଭେଟିଥିଲେ ଯେଉଁଥିରେ ଉଭୟ ଦେଶ ପ୍ରତିରକ୍ଷା ଏବଂ ରଣକୌଶଳ ସହଯୋଗକୁ ମଜବୁତ କରିବା ଉପରେ ଆଲୋଚନା କରିଥିଲେ। ରାଜନାଥ ମିଳିତ ବୈଠକରେ ଯୋଗ ଦେବା ପାଇଁ ତିନି ଦିନିଆ ରୁଷ ଗସ୍ତରେ ଅଛନ୍ତି।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ