ETV Bharat / bharat

ଭାରତରେ ଏଯାଏଁ ବ୍ୟାନ ହେଇନି ଅନେକ ଚାଇନିଜ ଆପ୍

ଭାରତ ସରକାର ସୁରକ୍ଷା ଦୃଷ୍ଟିକୋଣରୁ ପ୍ରାୟ 59ଟି ଚାଇନିଜ୍ ଆପକୁ ବ୍ୟାନ କରିଛନ୍ତି । ଏହି ଆପ୍ ବ୍ୟତିତ ଏପରି ଅନେକ ଆପ୍ ଅଛି ଯାହା ବ୍ୟାନ ହେବା ଜରୁରୀ ।

ଚାଇନିଜ ଆପ୍
ଚାଇନିଜ ଆପ୍
author img

By

Published : Jun 30, 2020, 3:06 PM IST

ହାଇଦ୍ରାବାଦ: ଭାରତ ସରକାର ସୁରକ୍ଷା ଦୃଷ୍ଟିକୋଣରୁ ପ୍ରାୟ 59ଟି ଚାଇନିଜ୍ ଆପକୁ ବ୍ୟାନ କରିଛନ୍ତି । ଏହି ଆପ୍ ବ୍ୟତିତ ଏପରି ଅନେକ ଆପ୍ ଅଛି ଯାହା ବ୍ୟାନ ହେବା ଜରୁରୀ । ଯଥା-

1.PUBG Mobile

2. MV Master

3. AliExpress

4. TurboVPN

5. App Lock by DoMobile,

6. Rozz Buzz we media

7. 360 Security

8. App locks

9. Nono live

10. Game of Sultans

11. Mafia City

12. Battle of Empires

ବର୍ତ୍ତମାନ ଏହି ଆପ୍ସ ଗୁଡିକୁ ଅନ୍ତର୍ଭୁକ୍ତ ନକରିବା ପଛରେ ଏକାଧିକ କାରଣ ଥାଇପାରେ । ବୋଧହୁଏ ସେମାନେ ଅନ୍ୟମାନଙ୍କ ପରି ସୁରକ୍ଷା ବିପଦ ସୃଷ୍ଟି କରିନାହାଁନ୍ତି କିମ୍ବା ଧରା ପଡିନାହାଁନ୍ତି । ନଚେତ ତାଲିକାରୁ ବାଦ୍ ଦିଆଯାଇଛି । ଏହା ମଧ୍ୟ ହୋଇପାରେ ଯେ ଏହି ଆପଗୁଡିକକୁ ନେଇ ସମୀକ୍ଷା ଚାଲିଛି ଓ ଭବିଷ୍ୟତରେ ଏହାକୁ ନିଷିଦ୍ଧ କରାଯାଇପାରେ ।

ଭାରତରେ ଏଯାଏଁ PUBG Mobile ବ୍ୟାନ ନହେବାର କାରଣ-

ଇଣ୍ଟେଲିଜେନ୍ସ ଏଜେନ୍ସି ଦ୍ବାରା PUBGକୁ ମଧ୍ୟ ସ୍କ୍ରିନିଂ କରାଯାଇଥିଲା । କାରଣ ଏଥିରେ ମଧ୍ୟ ଡାଟା ଚୋରି ହେବାର ଅନେକ ସମ୍ଭାବନା ରହିଛି । କିନ୍ତୁ ପରିଶେଷରେ ଏହାକୁ ବ୍ୟାନରେ ଅନ୍ତର୍ଭୁକ୍ତ କରାଯାଇନାହିଁ । ଏହାଉପରେ ବ୍ୟାନ ନ ଲଗାଇବାର ଆଉ ଏକ କାରଣ ମଧ୍ୟ ରହିଛି । କାରଣ ଏହା ଚାଇନିଜ୍ ଆପ୍ ନୁହେଁ । ଏହା ବ୍ଲୁହୋଲ୍ ଗେମ୍ ଦ୍ବାରା ପରିଚାଳିତ, ଯାହା ଏକ ଦକ୍ଷିଣ କୋରିଆ କମ୍ପାନୀ । ଏହା ପପୁଲାର ହେବା ପରେ ଟାନ୍ସେଣ୍ଟ ନାମକ ଏକ ଚାଇନିଜ କମ୍ପାନୀ ଏହାସହ ଭାଗିଦାରୀ ହୋଇଥିଲା । ତେବେ ଚାଇନିଜ୍ ଆପ୍ ନୁହେଁ ବୋଲି ମଧ୍ୟ କୁହାଯାଇପାରିବ ନାହିଁ ।

ମୋବାଇଲରେ ପୂର୍ବରୁ ଇନଷ୍ଟଲ୍ ଥିବା ଆପର କଣ ହେବ-

ଗୁଗୁଲ୍ (ଆଣ୍ଡ୍ରୋଏଡ୍) ଓ ଆପେଲ୍ ସରକାରୀ ନିର୍ଦ୍ଦେଶ ପାଇବା ମାତ୍ରେ ବ୍ୟାନ ହୋଇଥିବା 59 ଟି ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋର ତଥା ଆଇଓଏସ୍ ଆପ୍ ଷ୍ଟୋର୍‌ରୁ ହଟାଯାଇଛି । ସରକାରୀ ଅଧିକାରୀ ଭାରତୀୟ ଇଣ୍ଟରନେଟ୍ ସେବା ପ୍ରଦାନକାରୀ (ଆଇଏସପି) ଓ ଟେଲିକମ୍ ସେବା ପ୍ରଦାନକାରୀ (ଟିଏସପିଏସ)ସହିତ ଆଲୋଚନା କରିସାରିଛନ୍ତି। ଏହାର ଅର୍ଥ ହେଉଛି ଯେ ପ୍ରକ୍ରିୟା ସମାପ୍ତ ହେବା ପରେ, ଏହି ଆପ ଗୁଡିକ ଡିଫଲ୍ଟ ଭାବରେ ଅଣ-କାର୍ଯ୍ୟକ୍ଷମ ହୋଇଯିବ ।

ଜିଓମି ସ୍ମାର୍ଟଫୋନ୍ ବ୍ୟବହାରୀଙ୍କ ପାଇଁ ସମସ୍ୟା-

ଏମଆଇ କମ୍ୟୁନିଟି ଓ ଏମଆଇ ଭିଡିଓ କଲ୍ ପରି କିଛି ପ୍ରି-ଇନଷ୍ଟଲ୍ ହୋଇଥିବା ଏମଆଇ (ଜିଆଓମି) ଆପକୁ ସରକାର ବ୍ୟାନ କରିଛନ୍ତି। ତଥାପି, ଏମଆଇ ବ୍ୟବହାରକାରୀଙ୍କ ପାଇଁ ବର୍ତ୍ତମାନ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ସେମାନଙ୍କର ଫୋନ୍ ସେବା ଓ ଅତ୍ୟାବଶ୍ୟକ ଆପ୍ କାର୍ଯ୍ୟକ୍ଷମ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.