ETV Bharat / bharat

ନିଖୋଜ 5 ଭାରତୀୟଙ୍କ ମିଳିଲା ପତ୍ତା, ଫେରାଇବ ଚୀନ - missing Arunachal Pradesh youths

ନିଖୋଜ 5 ଭାରତୀୟଙ୍କ ମିଳିଲା ପତ୍ତା, ଫେରାଇବ ଚୀନ

author img

By

Published : Sep 8, 2020, 5:20 PM IST

Updated : Sep 8, 2020, 5:51 PM IST

17:11 September 08

ନିଖୋଜ 5 ଭାରତୀୟଙ୍କ ମିଳିଲା ପତ୍ତା, ଫେରାଇବ ଚୀନ

ନୂଆଦିଲ୍ଲୀ: ଏଲଏସିରେ ବାରମ୍ବାର ଯୁଦ୍ଧ ନେଇ ନାଲି ଆଖି ଦେଖାଉଥିବା ଚୀନ ଶେଷରେ ମୁଣ୍ଡ ନୁଆଁଇଛି । ନିକଟରେ ଅରୁଣାଚଳ ପ୍ରଦେଶ ନାଗରିକଙ୍କ ନିଖୋଜ ହେବା ପରେ ଭାରତ-ଚୀନ ସୀମା ବିବାଦ ଅଧିକ ତିକ୍ତତା ଆଡକୁ ଗତି କରିଥିଲା । ଭାରତୀୟ ନାଗରିକଙ୍କୁ ଚୀନ ସେନା ଅପହରଣ କରିନେଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିବା ପରେ କଡା ଆଭିମୁଖ୍ୟ ଗ୍ରହଣ କରିଥିଲା ଭାରତ । ଭାରତର ଗୃହମନ୍ତ୍ରଣାଳୟ ପକ୍ଷରୁ ଏନେଇ ଚୀନକୁ ସ୍ପଷ୍ଟୋକ୍ତି ଦେବାକୁ ସଫାସଫା କୁହାଯାଇଥିବା ବେଳେ ଚୀନ କଡା ପ୍ରତିକ୍ରିୟା ଦେଇଥିଲା । ଆମ ନାଗରିକଙ୍କୁ କାହିଁକି ଆମେ ଅପହରଣ କରିବୁ ବୋଲି କହିବା ସହ ଅରୁଣାଚଳ ପ୍ରଦେଶକୁ କେବେ ବି ଭାରତର ମାନ୍ୟତା ଦେଉନାହୁଁ କହିଥିଲା ଚୀନ । ଏପଟେ ମଙ୍ଗଳବାର ଭାରତୀୟ ସେନାର ହକଲାଇନ ମ୍ୟାସେଜ ପରେ ଉତ୍ତରରେ ନିଖୋଜ 5 ଯୁବକ ଚୀନ ସୀମାରୁ ମିଳିଥିବା ସ୍ବୀକାର କରିଛି ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ।

ସୋମବାର ଅରୁଣାଚଳ ପୋଲିସ ଦାବି କରିଥିଲା ଯେ ଗତ ଶୁକ୍ରବାର ଭାରତ-ଚୀନ୍ ସୀମାରେ ଥିବା ଉତ୍ତର-ପୂର୍ବ ରାଜ୍ୟର ଏକ ଗାଁରୁ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି 5 ଜଣ ଯୁବକଙ୍କୁ ଅପହରଣ କରିନେଇଛି । ହେଲେ ଚୀନ ଏହି ଅଭିଯୋଗକୁ ସମ୍ପୁର୍ଣ୍ଣ ଖଣ୍ଡନ କରିଥିଲା ।  

ତେବେ ଚୀନ ସୀମାରେ ନିଖୋଜ ଅରୁଣାଚଳପ୍ରଦେଶ ନାଗରିକମାନଙ୍କ ସନ୍ଧାନ ମିଳିଥିବା ପିପୁଲ୍ସ ଲିବରେସନ୍ ଆର୍ମି ସ୍ବୀକାର କରିଛି ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ତେବେ ଏହି ନିଖୋଜ ଯୁବକମାନଙ୍କୁ ଭାରତକୁ ହସ୍ତାନ୍ତର କରିବା ନେଇ ପ୍ରକ୍ରିୟା ଜାରି ରହିଥିବା ଜଣାପଡିଛି ।

Last Updated : Sep 8, 2020, 5:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.