ETV Bharat / bharat

ଚୀନର ସମ୍ପ୍ରସାରଣ ରଣନୀତି

author img

By

Published : Jun 20, 2020, 6:02 PM IST

ଚୀନ ଅଭିଧାନରେ ନିଜ ଭାବମୂର୍ତ୍ତି ରକ୍ଷା କରିବା କ’ଣ ଯୁଦ୍ଧର ଅର୍ଥ ? ସାତ ବର୍ଷ ପୂର୍ବେ ଯେତେବେଳେ ସି ଜିନ୍ ‌ପିଙ୍ଗ୍‌ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସେତେବେଳେ ଆଣିଥିବା ‘ନୂଆ ପଞ୍ଚଶୀଳ’ ପ୍ରସ୍ତାବ କ’ଣ ସୀମା ଅଧିଗ୍ରହଣକୁ ସୂଚାଉଥିଲା? ଏହି ନୀତି କ’ଣ ଚୀନ୍‌ର ଶକ୍ତି ବଢ଼ାଉଛି? ଏହି ପ୍ରଶ୍ନସବୁ ଏବେ ଚିନ୍ତକମାନଙ୍କୁ ଆନ୍ଦୋଳିତ କରୁଛି।

ଚୀନର ସମ୍ପ୍ରସାରଣ ରଣନୀତି
ଚୀନର ସମ୍ପ୍ରସାରଣ ରଣନୀତି

ଚୀନ ଅଭିଧାନରେ ନିଜ ଭାବମୂର୍ତ୍ତି ରକ୍ଷା କରିବା କ’ଣ ଯୁଦ୍ଧର ଅର୍ଥ ? ସାତ ବର୍ଷ ପୂର୍ବେ ଯେତେବେଳେ ସି ଜିନ୍‌ ପିଙ୍ଗ୍‌ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସେତେବେଳେ ଆଣିଥିବା ‘ନୂଆ ପଞ୍ଚଶୀଳ’ ପ୍ରସ୍ତାବ କ’ଣ ସୀମା ଅଧିଗ୍ରହଣକୁ ସୂଚାଉଥିଲା ? ଏହି ନୀତି କ’ଣ ଚୀନ୍‌ର ଶକ୍ତି ବଢ଼ାଉଛି ? ଏହି ପ୍ରଶ୍ନସବୁ ଏବେ ଚିନ୍ତକମାନଙ୍କୁ ଆନ୍ଦୋଳିତ କରୁଛି । ଦୁଇ ଦେଶ ଭିତରେ ଥିବା କୌଣସି ବିବାଦ ବା ବୀବାଦୀୟ ପ୍ରସଙ୍ଗକୁ ପରସ୍ପର ଆଲୋଚନା ମାଧ୍ୟମରେ ସମାଧାନ କରିବାର ଧାରା ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ଉପାଦେୟ ହୋଇଥାଏ । ସେଥିଲାଗି ଦୁଇ ଦେଶର ରାଷ୍ଟ୍ରଦୂତ ଅନେକ ସମୟରେ ଏକାଠି ହୋଇ ବିବାଦକୁ ସମାଧାନ କରିବା ଲାଗି ଯତ୍ନବାନ ହୋଇଥାଆନ୍ତି । କିନ୍ତୁ ଲଦାଖ ସୀମାରେ ଯେଉଁ ପ୍ରକାରେ ନିକଟ ଅତୀତରେ ରକ୍ତପାତ ହୋଇଛି ତାହା ତାହା ଦୁଇ ଦେଶ ମଧ୍ୟରେ ଆସ୍ଥା ଓ ବିଶ୍ଵାସକୁ ଆଘାତ ଦେଇଛି । ଛଅ ସପ୍ତାହ ତଳେ ଚୀନ ସେନା ସୀମା ଲଙ୍ଘନ କରିବାରୁ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ । ଧିରେ ଧିରେ ତାହା ସାଧାରଣ ହୋଇ ଆସିବା ବେଳକୁ ଚୀନ ସୈନ୍ୟଙ୍କ ଆକ୍ରମଣରେ ଭାରତୀୟ ସେନାର ୨୦ ଜଣ ଯବାନ ଶହୀଦ ହେଲେ। ଏଠି ସୂଚନା ଦିଆଯାଇପାରେ ଯେ, ଭାରତ-ଚୀନ ଭିତରେ ସୀମା ବିବାଦ କିଛି ନୂଆ କଥା ନୁହେଁ। ଦୀର୍ଘ ସାଢ଼େ ଚାରି ଦଶନ୍ଧି ହେଲା ଭାରତ-ଚୀନ ଭିତରେ ସୀମା ବିବାଦ ରହିଛି । କିନ୍ତୁ ଏବେ ଏହିପରି ଉତ୍ତେଜିତ ହେବାର କାରଣ ହେଉଛି ଚୀନର ଅହଙ୍କାର ତଥା ବଡ଼ିମା ପ୍ରଦର୍ଶନର ନିଶା ।

ଚୀନର ସମ୍ପ୍ରସାରଣ ରଣନୀତି
ଚୀନର ସମ୍ପ୍ରସାରଣ ରଣନୀତି

ଚୀନ ଭାବୁଛି, ଏହି ଅଞ୍ଚଳକୁ ପଞ୍ଝା ଭିତରକୁ ଆଣିବାକୁ ହେଲେ ଏହାର ପାଞ୍ଚ ଆଙ୍ଗୁଠି ସ୍ଵରୂପ ତିବ୍ଦତ, ଲଦାଖ, ଭୁଟାନ, ସିକ୍କିମ୍‌ ଏବଂ ଅରୁଣାଚଳ ପ୍ରଦେଶକୁ ଅକ୍ତିଆର କରିବାକୁ ହେବ। ଏଣୁ ତିବ୍ଦତ ଉପରେ ପ୍ରଭାବ ବିସ୍ତାର କରିବା ପରେ ନିଜ ପଞ୍ଝାକୁ ଶକ୍ତ କରିବା ପାଇଁ ଚେଷ୍ଟା କରିଆସୁଛି। ୨୦୧୭ ମସିହାରେ ଯେତେବେଳେ ଭୁଟାନଠାରୁ ଭାରତକୁ ଦୂରେଇବା ପାଇଁ ଚୀନ ରଚିଥିବା ରଣନୀତି ବିଫଳ ହେଲା, ସେତେବେଳେ ଚୀନ ଡୋକଲାମ୍‌ରେ ବିବାଦ ଆରମ୍ଭ କରିଥିଲା । ଦଶ ସପ୍ତାହର ଉତ୍ତେଜନା ପରେ ଚୀନ୍‌ ସେଠାରୁ ସେନା ପ୍ରତ୍ୟାହାର କରିଥିଲା। ୧୯୯୩ ମସିହାରେ ଦୁଇଦେଶ ଭିତରେ ସୀମା ବିବାଦକୁ ହ୍ରାସ କରିବା ଲାଗି ଡ୍ରାଗନ୍‌ ରଣନୀତିର ଅଂଶ ବିଶେଷ ସ୍ଵରୂପ ଏକ ଚୁକ୍ତି ସ୍ଵାକ୍ଷର ହୋଇଥିଲା। ଏହି ଚୁକ୍ତି ଅନୁସାରେ ଯେପର୍ଯ୍ୟନ୍ତ ସୀମା ବିବାଦ ସମ୍ପର୍କରେ କୌଣସି ନିର୍ଣ୍ଣାୟକ ବନ୍ଦୋବସ୍ତ ହୋଇ ନାହିଁ ସେ ପର୍ଯ୍ୟନ୍ତ ଦୁଇ ଦେଶ ନିର୍ଦ୍ଧାରିତ ସୀମାକୁ ସମ୍ମାନ ଦେବା ଲାଗି ଉଭୟ ଦେଶ ବୁଝାମଣା କରିଥିଲେ। ଡ୍ରାଗନ ଦେଶ କିନ୍ତୁ ଏହାକୁ ଉଲ୍ଲଙ୍ଘନ କରି ପଙ୍ଗ୍‌ଗଙ୍ଗ୍‌ ହ୍ରଦଠାରୁ ଆରମ୍ଭ କରି ଡେମୋଚୋକ୍‌, ଗଲୱାନ୍‌ ଉପତ୍ୟକା ଏବଂ ଦୌଲତାବେଗ୍‌ ଓଲ୍ଡି ଅଞ୍ଚଳକୁ ଅଧିଗ୍ରହଣ କରିବାକୁ ଚାହୁଁଛି। ଏହା ସତ ଯେ, ମୋଦି ସରକାରଙ୍କ ଦ୍ଵାରା ଦଲାଖକୁ ଏକ ସ୍ଵତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗଠନ କରିବା ଏବଂ ସୀମାରେ ଭିତ୍ତିଭୂମି ବିକାଶକୁ ଚୀନ୍‌ ହଜମ କରିପାରୁ ନାହିଁ। ସେଥିଲାଗି ବିବାଦ ସୃଷ୍ଟି କରିବାକୁ ଚାହୁଁଛି। ଚୀନର ଏହି ରଣନୀତିକୁ ଦେଖି ଭାରତର ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ‘ଆମକୁ ଉସ୍‌କାଇଲେ ଉଚିତ ପଦକ୍ଷେପ ନେବାକୁ ଭାରତ ପଛାଇବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିବାପରେ ଚୀନ୍‌ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହାକୁ ଅପେକ୍ଷା।

ଚୀନ ସରକାରଙ୍କ ମୁଖପତ୍ର ‘ଗ୍ଲୋବାଲ୍‌ ଟାଇମ୍ସ’ର ସମ୍ପାଦକୀୟ ଅନୁସାରେ ଭାରତ ଏକ ଭ୍ରମରେ ପଡ଼ିଛି। ଚୀନ ଉପରେ ଆମେରିକାର ଚାପ ହେତୁ ଭାରତ ଯଦି ଏହାର ସୀମାରେ ଭିତ୍ତିଭୂମି ନିର୍ମାଣ କରେ ତେବେ ଚୀନ୍‌ କିଛି କରିପାରିବ ନାହିଁ ବୋଲି ଭାରତ ଭାବୁଛି। ଏପରିକି କିଛି ଭାରତୀୟ ଏହା ମଧ୍ୟ ବିଚାର କରୁଛନ୍ତି ଯେ, ଭାରତୀୟ ସେନା ଚୀନଠାରୁ ଶକ୍ତିଶାଳୀ। ଏହା ଏକ ମିଥ୍ୟା ପରିକଳ୍ପନା ବୋଲି ଏହି ଖବରକାଗଜ ପ୍ରକାଶ କରିଛି। କିନ୍ତୁ ଭାରତ ଚୀନ ସୀମାକୁ ପ୍ରବେଶ କରି ସେଠାରେ ଅନଧିକୃତ ଭିତ୍ତିଭୂମି ନିର୍ମାଣ କରୁଛି ବୋଲି ଚୀନ୍‌ ଅପପ୍ରଚାର କରୁଛି। ବାସ୍ତବ କଥା ହେଲା ପାକିସ୍ତାନ ଦ୍ଵାରା ଚୀନକୁ ହସ୍ତାନ୍ତର କରାଯାଇଥିବା ଅକ୍ସାଇ ଚୀନ୍‌ ଅଞ୍ଚଳରେ ନିଜର ଅସ୍ତିତ୍ଵ ରକ୍ଷା କରିବାକୁ ହେଲେ ଯେଉଁ ଅଞ୍ଚଳରେ ଏବେ ଦୁଇ ସେନା ଭିତରେ ଯୁଦ୍ଧ ହୋଇଛି ସେଠାରେ ତାହାର ନିୟନ୍ତ୍ରଣ ଆବଶ୍ୟକ। ଅପରପକ୍ଷେ ମୋଦି ସରକାରଙ୍କ ଦ୍ଵାରା ଯେଉଁ ଦୃଢ଼ ନିଷ୍ପତ୍ତିସବୁ ନିଆଯାଇଛି ତାହା ଦ୍ଵାରା ପ୍ରଶାନ୍ତ ମହାସାଗରୀୟ-ଏସିଆ ଅଞ୍ଚଳରେ ଏକ ଭିନ୍ନ ସମୀକରଣ ସୃଷ୍ଟି ହୋଇଛି। ଏହି ସମୀକରଣ ଭାରତ ପ୍ରତି ଅଧିକ ସକରାତ୍ମକ ହୋଇଛି। ଫଳରେ ଚୀନ ପାଇଁ ତାହା ଚିନ୍ତାର କାରଣ ହୋଇଛି।

ସୀମାକୁ ଶାନ୍ତିପୂଣ୍ଣ ରଖିବା ଲାଗି ଭାରତ ଏହାର ପଶ୍ଚିମୀ ସପକ୍ଷ ବିଚାରଧାରାରୁ ଓହରିବା ଲାଗି ଚୀନ କହି ଆସୁଛି। କିନ୍ତୁ ବାସ୍ତବ କଥା ହେଲା ଚୀନ୍‌ ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକାର ମେଣ୍ଟକୁ ପ୍ରତିରୋଧ କରିବାରେ ସକ୍ଷମ ହୋଇପାରୁ ନାହିଁ। ଅପରପକ୍ଷେ ମୋଦିଙ୍କ ଦ୍ଵିତୀୟଥର ପାଇଁ କ୍ଷମତାକୁ ଆସିବା ପରେ ବିଶ୍ଵସ୍ତରରେ ଭାରତରେ ଆଭିମୁଖ୍ୟ ଯେଉଁଭଳି ଭାବେ ବଦଳିଛି ତାହାକୁ ଚୀନ ହଜମ କରିପାରୁ ନାହିଁ। ପୁଣି ନିକଟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ ଓ ଏହା ପରବର୍ତ୍ତୀ ସମୟରେ ଜି-୭ ଗୋଷ୍ଠୀକୁ ସମ୍ପ୍ରସାରଣ କରି ଏହି ତାଲିକାରେ ଭାରତକୁ ଅନ୍ତର୍ଭୁକ୍ତ କରିବା ଲାଗି ଟ୍ରମ୍ପଙ୍କ ପରାମର୍ଶ ଚୀନ୍‌କୁ କଷ୍ଟ ଦେଇଛି। ଜି-୭ରେ ଭାରତର ପ୍ରବେଶ ଦ୍ଵାରା ଚୀନର ପ୍ରଭାବ ହ୍ରାସ ପାଇବ ବୋଲି ବିଚାର କରୁଛି ଚୀନ। ସେହିପରି କୋଭିଡ୍‌-୧୯ ମହାମାରୀର ଜଡ଼ ଖୋଜିବା ଲାଗି ଭାରତ ସହାୟତା କରିବା ମଧ୍ୟ ଚୀନକୁ ସମସ୍ୟା ଭିତରକୁ ଟାଣି ଆଣିଛି।

ବିଶେଷଜ୍ଞମାନଙ୍କ ମତରେ ଯେତେବେଳେ ଚୀନ ଆଭ୍ୟନ୍ତରୀଣ ବିବାଦ ତଥା ଗୃହଯୁଦ୍ଧ ପରିସ୍ଥିତିକୁ ଆଶଙ୍କା କରୁଛି ସେତେବେଳେ ନୂଆ ରଣନୀତି ଆବିଷ୍କାର କରୁଛି। ଏବେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। କୋଭିଡ୍-୧୯ ହେତୁ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷକୁ ଏଡ଼ାଇବା ଲାଗି ସୀମାରେ ଏକ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମତକୁ ବିଭ୍ରାନ୍ତ କରିବା। ବାସ୍ତବରେ, ଅତୀତରେ ମଧ୍ୟ ଆଭ୍ୟନ୍ତରୀଣ କନ୍ଦଳକୁ ତଥା ସମସ୍ୟାକୁ ଏଡ଼ାଇବା ଲାଗି ଚୀନ ଯୁଦ୍ଧ କରିଥିଲା! ଏବେ ସମୟ ଆସିଛି ଭାରତ ଏହାର ସ୍ଥିତିକୁ ମଜଭୁତ କରିବା ସହ ଚୀନର ମନ୍ଦ ଉଦ୍ଦେଶ୍ୟ ବାବଦରେ ଏହାର ଜନସାଧାରଣଙ୍କୁ ସଚେତନ କରିବା ଆବଶ୍ୟକ। ଏହାସହ ଚୀନକୁ କଡ଼ା ଜବାବ ଦେବା ଲାଗି ପ୍ରସ୍ତୁତ ହେବା ଜରୁରୀ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.