ETV Bharat / bharat

'ଜିନପିଂଙ୍କ ନେତୃତ୍ବରେ ଚୀନ ଭାରତ ପ୍ରତି ଆକ୍ରମଣାତ୍ମକ ବୈଦେଶିକ ନୀତି ଆପଣାଇଛି'

author img

By

Published : Jul 3, 2020, 12:05 PM IST

ରାଷ୍ଟ୍ରପତି ସି ଜିନପିଂଙ୍କ ନେତୃତ୍ବରେ ଚୀନ ଭାରତ ପ୍ରତି ଆକ୍ରମଣାତ୍ମକ ବୈଦେଶିକ ନୀତି ଆପଣାଇଛି ବୋଲି ଆମେରିକା କଂଗ୍ରେସ ଦ୍ବାରା ନିଯୁକ୍ତ ଏକ ଆୟୋଗ ନିଜ ରିପୋର୍ଟରେ କହିଛି ।

ଚୀନ ଭାରତ ପ୍ରତି ଆକ୍ରମଣାତ୍ମକ ବୈଦେଶିକ ନୀତି ଆପଣାଇଛି

ୱାଶିଂଟନ: ଭାରତ-ଚୀନ ସୀମା ବିବାଦକୁ ନେଇ ପୁଣିଥରେ ଚୀନ ଉପରେ ବର୍ଷିଛି ଆମେରିକା । ରାଷ୍ଟ୍ରପତି ସି ଜିନପିଂଙ୍କ ନେତୃତ୍ବରେ ଚୀନ ଭାରତ ପ୍ରତି ଆକ୍ରମଣାତ୍ମକ ବୈଦେଶିକ ନୀତି ଆପଣାଇଛି ବୋଲି ଆମେରିକା କଂଗ୍ରେସ ଦ୍ବାରା ନିଯୁକ୍ତ ଏକ ଆୟୋଗ ନିଜ ରିପୋର୍ଟରେ କହିଛି । ଏହା ସହିତ ଜିନପିଂ ପ୍ରକୃତ ନିୟନ୍ତ୍ରଣ ରେଖାରେ ଜାରି ରହିଥିବା ଶାନ୍ତି ପ୍ରୟାସକୁ ଭଙ୍ଗ କରିଛନ୍ତି ବୋଲି ଆୟୋଗ କହିଛି ।

ପୂର୍ବ ଲଦାଖର କେତେକ ସ୍ଥାନରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ଗତ 7 ସପ୍ତାହରୁ ଉତ୍ତେଜନା ଲାଗି ରହିଛି । ଜୁନ 15 ରେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷ ପରେ ଏହି ଉତ୍ତେଜନା ଆହୁରି ବଢିଯାଇଛି । ତେବେ ଆମେରିକା-ଚୀନ ଆର୍ଥିକ ଏବଂ ସୁରକ୍ଷା ସମୀକ୍ଷା ଆୟୋଗ ଦ୍ବାରା ଜାରି ରିପୋର୍ଟରେ କୁହାଯାଇଛି, ଚୀନର କମ୍ୟୁନିଷ୍ଟ ପାର୍ଟିର ମହାସଚିବ ଜିନପିଂଙ୍କ ନେତୃତ୍ବରେ ବେଜିଂ ନୂଆଦିଲ୍ଲୀ ପ୍ରତି ଆକ୍ରମଣାତ୍ମକ ବୈଦେଶିକ ନୀତି ଆପଣାଇଛି । 2003ରୁ ଚୀନ ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ସହ 5ଥ ମୁହାଁମିହିଁ ହୋଇଛି ।

ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ବେଜିଂ ଏବଂ ନୂଆଦିଲ୍ଲୀ ନିଜ ସୀମାର ପରିସ୍ଥିତକୁ ସ୍ଥିର ରଖିବା ପାଇଁ ଏନେକ ଚୁକ୍ତି କରିଛନ୍ତି । ପରସ୍ପର ପ୍ରତି ଆସ୍ଥା ପ୍ରକଟ କରିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନେଇଛନ୍ତି । କିନ୍ତୁ ଚୀନ ଏହି ପ୍ରୟାସରେ ବାଧା ସୃଷ୍ଟି କରିଛି । ଯାହାଦ୍ବାରା ଶାନ୍ତି ଭଙ୍ଗ ହୋଇଛି ।

ଚୀନ ସରକାର ଆମେରିକା ଏବଂ ତାର ସହଯୋଗୀ ଦ୍ବାରା ମଜବୁତ ହେଉଥିବା ଭାରତର ସମ୍ପର୍କକୁ ନେଇ ଭୟଭୀତ ହୋଇଛି । 2012ରେ ଜିନପିଂ ଶାସନକ୍ଷମତାକୁ ଆସିବା ପରେ ଭାରତ-ଚୀନ ମଧ୍ୟରେ ବିବାଦ ବଢିବାରେ ଲାଗିଛି ବୋଲି ରିପୋର୍ଟରେ କୁହାଯାଇଛି । ରିପୋର୍ଟ ଅନୁଯାୟୀ, 2013 ପୂର୍ବରୁ ସୀମାରେ ଶେଷ ଥର ପାଇଁ 1987ରେ ସଂଘର୍ଷ ହୋଇଥିଲା । 2020ର ଏହି ସଂଘର୍ଷ ଚୀନର ଆକ୍ରମଣାତ୍ମକ ବୈଦେଶିକ ନୀତିର ପରିଣାମ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.