ନୂଆଦିଲ୍ଲୀ: ବିଫଳ ହେଲା ଚୀନର ସାଟେଲାଇଟ୍ ଉତକ୍ଷେପଣ । ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଲକ୍ଷ୍ୟଭ୍ରଷ୍ଟ ହୋଇ ତଳକୁ ଖସିପଡିଛି ସାଟେଲାଇଟ୍ । ଚୀନ ମହାକାଶରେ ସୁପର୍ ପାୱାର ହେବାକୁ ଚେଷ୍ଟା କରିବା ସହ ବୈଜ୍ଞାନିକଙ୍କ ଦୌଡରେ ମଧ୍ୟ ଆଗେଇବାକୁ ଚେଷ୍ଟା କରୁଛି । ସବୁ କ୍ଷେତ୍ରରେ ଜଲଦି କରିବା ଫଳରେ ଅଧାଅଧୁରା ସ୍ପେଶ୍ ମିଶନ୍ କରି ଫେଲ୍ ମାରୁଛି ଚୀନ ।
ଗ୍ଲୋବାଲ ଟାଇମ୍ସ ଏହି ମିଶନର ବିଫଳତା ବିଷୟରେ ଖବର ପ୍ରକାଶ କରିଛି । ଏଥିରେ କୁହାଯାଇଛି ଯେ ଚୀନର ଅପ୍ଟିକାଲ୍ ରିମୋଟ ସେନ୍ସିଂ ଉପଗ୍ରହ ଜିଲିନ୍-1 ଗୋଫେନ୍ 02-ସି ପୂର୍ବ ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିବାରେ ବିଫଳ ହୋଇଛି। ସ୍ଥାନୀୟ ସମୟ ଅନୁଯାୟୀ ଗୋବି ମରୁଭୂମିରେ ଥିବା ଜିଉକାନ୍ ସାଟେଲାଇଟ୍ ଲଞ୍ଚ ସେଣ୍ଟରରୁ ଲଞ୍ଚ କରାଯାଇଥିଲା । ଏହି ଉପଗ୍ରହକୁ କୁଆଜୋ-1 ଏ କଠିନ ରକେଟ୍ ସହିତ ଉତକ୍ଷେପଣ କରାଯାଇଥିଲା।
ଉତକ୍ଷେପଣ ସମୟରେ ଉପଗ୍ରହର କାର୍ଯ୍ୟକଳାପ ଅସ୍ବାଭାବିକ ହୋଇଯାଇଥିଲା ଓ ମିଶନ ବିଫଳ ହୋଇଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ ଉପଗ୍ରହ ମହାକାଶକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମିଶନର ବିଫଳତାର କାରଣ ଚୀନ୍ର ସ୍ପେସ୍ ଏଜେନ୍ସି ଅନୁସନ୍ଧାନ କରୁଛି। ସାରା ବିଶ୍ବରେ ଉପଗ୍ରହ ଉତକ୍ଷେପଣ କରୁଥିବା ୱେବସାଇଟ୍ ନ୍ୟୁଜ୍ ଡଟ୍ କମ୍ ଅନୁଯାୟୀ ଜିଲିନ୍-1 ଗୋଫେନ୍ 02-ସି ଉପଗ୍ରହକୁ ହାଇ ରିଜୋଲ୍ୟୁସନ୍ କ୍ୟାମେରା ସହିତ ସଜାଯାଇଥିବା ଜଣାଯାଇଛି। ସ୍ପେସ୍ ନ୍ୟୁଜ୍ ଡଟ୍ କମ୍ ଅନୁଯାୟୀ, 2020 ରେ ଚୀନ୍ ର 26 ଲଞ୍ଚର ଏହା ହେଉଛି ଚତୁର୍ଥ ବିଫଳତା ।