ETV Bharat / bharat

'ଭାରତର କୂଟନୈତିକ ଚାପ ଯୋଗୁଁ ଚୀନ ପଛକୁ ଘୁଞ୍ଚିଛି'

author img

By

Published : Jul 9, 2020, 1:10 PM IST

ଗଲୱାନ ଉପତ୍ୟକାକୁ ନେଇ ଭାରତ ଚୀନ ଉପରେ କୂଟନୈତିକ ଚାପ ପ୍ରୟୋଗ କରିଛି। ଯେଉଁଥିପାଇଁ ଗଲୱାନ୍ ଉପତ୍ୟକାରୁ ଚୀନ ସୈନିକ ପଛକୁ ହଟିବାକୁ ବାଧ୍ୟ ହୋଇଛନ୍ତି ବୋଲି ଭିକେ ସିଂହ କହିଛନ୍ତି ।

ଭିକେ ସିଂହ
ଭିକେ ସିଂହ

ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ମଧ୍ୟରେ ପୂର୍ବ ଲଦାଖର ପାଟ୍ରୋଲିଂ ପଏଣ୍ଟ 15 ରେ ସଂଘର୍ଷସ୍ଥଳରୁ ଅସ୍ଥାୟୀ ଶିବିର ସମ୍ପୁର୍ଣ୍ଣ ରୂପରେ ହଟାଇଦେଇଛି ଚୀନ । ଚୀନ ସୈନ୍ୟମାନେ ସଂଘର୍ଷ ସ୍ଥାନରେ ସ୍ଥାପିତ ଅସ୍ଥାୟୀ ଭିତ୍ତିଭୂମି ସହିତ ପ୍ରାୟ 2 କିଲୋମିଟର ପଛକୁ ହଟିଥିବା ଭାରତୀୟ ସେନା ସୂତ୍ରରୁ ପ୍ରକାଶ ପାଇଛି । ତେବେ ଏହା ଭାରତ ପକ୍ଷରୁ ଚୀନ ଉପରେ ପକାଯାଇଥିବା କୂଟନୈତିକ ଚାପ ଯୋଗୁଁ ସମ୍ଭବ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଭିକେ ସିଂହ କହିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ ଏନେଇ କହିଛନ୍ତି, ଗଲୱାନ ଉପତ୍ୟକାକୁ ନେଇ ଭାରତ ଚୀନ ଉପରେ କୂଟନୈତିକ ଚାପ ପ୍ରୟୋଗ କରିଛି। କୂଟନୈତିକ ରଣନୀତି ଭାବରେ ଆମେ ଚୀନ ଉପରେ ଚାପ ପ୍ରୟୋଗ କରିଛୁ । ଯେଉଁଥିପାଇଁ ଗଲୱାନ୍ ଉପତ୍ୟକାରୁ ଚୀନସୈନିକ ପଛକୁ ହଟିବାକୁ ବାଧ୍ୟ ହୋଇଛନ୍ତି। ଏହା ସମଗ୍ର ବିଶ୍ୱକୁ ଭାରତ ସମ୍ପର୍କରେ ଏକ ସକରାତ୍ମକ ବାର୍ତ୍ତା ପଠାଇଛି ବୋଲି ଭିକେ ସିଂହ କହିଛନ୍ତି ।

କଂଗ୍ରେସ ସମେତ ବିରୋଧୀଦଳଙ୍କୁ ଟାର୍ଗେଟ କରି ଭିକେ ସିଂ କହିଛନ୍ତି, ବିରୋଧୀ ଦଳମାନେ ଭାରତ-ଚୀନ ପ୍ରସଙ୍ଗରେ ମିଥ୍ୟା ପ୍ରଚାର କରୁଛନ୍ତି । ଲାଗୁଛି ଯେପରି ଚୀନ ବିରୋଧୀ ଦଳଙ୍କୁ କିଣିନେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାର ମନୋବଳ ବୃଦ୍ଧି କରିଛନ୍ତି ଏବଂ ଚୀନକୁ ଗଲୱାନ ଉପତ୍ୟକାରୁ ପଛକୁ ଫେରିବାକୁ ପଡ଼ିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.