ETV Bharat / bharat

ଚୀନରେ ନିଶ୍ଚିହ୍ନ କୋରୋନା, ମୃତ୍ୟୁସଂଖ୍ୟା ଶୂନ ରେକର୍ଡ

ବଡ ବଡ ରାଷ୍ଟ୍ରର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ସାରିଲାଣି ମାରାତ୍ମକ କୋରୋନା ଭାଇରସ। ସୋମବାର ଦେଶରେ ଏହି ଭାଇରସରେ ଜଣଙ୍କ ବି ମୃତ୍ୟୁ ହୋଇ ନାହିଁ।

author img

By

Published : Apr 7, 2020, 10:30 AM IST

China reports no new Coronavirus death
ଚୀନରେ ନିଶ୍ଚିହ୍ନ କୋରୋନା, ମୃତ୍ୟୁସଂଖ୍ୟା ଶୂନ ରେକର୍ଡ

ନୂଆଦିଲ୍ଲୀ: ଚୀନରୁ ଜନ୍ମ ନେଇଥିବା କୋରୋନା ମହାମାରୀକୁ ନେଇ ସାରା ବିଶ୍ବ ଏବେ ଚିନ୍ତାରେ। ବଢୁଛନ୍ତି ଆକ୍ରାନ୍ତ ପ୍ରାଣ ହରାଉଛନ୍ତି ଶହଶହ ଜନତା। ବଡ ବଡ ରାଷ୍ଟ୍ରର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ସାରିଲାଣି ଏହି ମାରାତ୍ମକ ଭାଇରସ। ହେଲେ ସମସ୍ତଙ୍କୁ ଅସୁବିଧାରେ ପକାଇବା ଏହି ଦେଶରେ ଏବେ ଭାଇରସ ନିଶ୍ଚିହ୍ନ ହୋଇଗଲାଣି। ଗତକାଲି ଦେଶରେ ଏହି ଭାଇରସରେ ଆକ୍ରାନ୍ତ ହୋଇ ଜଣେ ବି ପ୍ରାଣ ହରାଇ ନାହାଁନ୍ତି।

ତେବେ ଚୀନରୁ ଏହି ଭାଇରସର ପ୍ରକୋପ ମାର୍ଚ୍ଚ ଆରମ୍ଭରୁ ହ୍ରାସ ପାଇଥିବା ବେଳେ ପୁର୍ନବାର ଦ୍ବିତୀୟ ଥର ବିଦେଶରୁ ଏହି ସଂକ୍ରମଣ ତରଙ୍ଗର ସମ୍ମୁଖୀନ ହୋଇଥିଲା ଯାହା ଫଳରେ ପାଖାପାଖି 1 ହଜାର ମାମଲା ସାମ୍ନାକୁ ଆସିଥିବା ସୂଚନା ମିଳିଥିଲା।

ଚୀନ ସ୍ବାସ୍ଥ୍ୟ କତ୍ତୃପକ୍ଷଙ୍କ କହିବା ଅନୁସାରେ ଦେଶବ୍ୟାପି 32ଟି ନୂଆ ମାମଲା ରିପୋର୍ଟ କରିଛନ୍ତି। ଏହି ସମସ୍ତ ଆକ୍ରାନ୍ତ ବିଦେଶରୁ ଯାତ୍ର କରି ପୁର୍ନବାର ଚୀନକୁ ଫେରିଛନ୍ତି।ତେବେ ପୂର୍ବ ଠାରୁ ଶହେ ଶହେ ଗୁଣ ଶକ୍ତିଶାଳୀ ହୋଇ ଏବେ ଚୀନ ମୁଣ୍ଡ ଟେକୁଥିବା ବେଳେ ଅନ୍ୟ ଆକ୍ରାନ୍ତ ଦେଶମାନଙ୍କୁ ମାସ୍କ,କିଟ୍ ଓ ଭେଣ୍ଟିଲେଟର ରପ୍ତାନୀ କରି ତାର ବ୍ୟବସାୟ ଆରମ୍ଭ କରିଛି।

ଆଜି ପର୍ଯ୍ୟନ୍ତ ଚାଇନାରେ ମାରାତ୍ମକ ଜୀବାଣୁ ଦ୍ବାରା 81,740 ଲୋକ ସଂକ୍ରମିତ ହୋଇଛନ୍ତି ଏବଂ 3,331 ଜଣଙ୍କର ମୃତ୍ୟୁ ଘଟିଛି, ଅଧିକାଂଶ ୱୁହାନ ଏବଂ ଏହାର ଆଖପାଖ ହୁବେଇ ପ୍ରଦେଶରେ। ଏହି ସମୟରେ, ମହାମାରୀରେ ବିଶ୍ବରେ ମୃତ୍ୟୁ ସଂଖ୍ୟା 70,000 ଅତିକ୍ରମ କରିସାରିଛି କାରଣ ଏହି ଜୀବାଣୁ ୟୁରୋପ ଏବଂ ଆମେରିକା ସହ ଅନେକ ଦେଶକୁ ଛାରଖାର କରି ସାରିଲାଣି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.