ETV Bharat / bharat

ଭାରତ ଠାରୁ ଅଧିକ ପରମାଣୁ ଅସ୍ତ୍ରର ଅଧିକାରୀ ଚୀନ-ପାକିସ୍ତାନ ! - ଭାରତ

ଚୀନ ଏବଂ ପାକିସ୍ତାନ ନିକଟରେ ଭାରତଠାରୁ ଅଧିକ ପରମାଣୁ ଅସ୍ତ୍ର ରହିଛି । ସୋମବାର ଏଭଳି କିଛି ଦାବି କରିଛି ଏକ ଡିଫେନ୍ସ ଥିଙ୍କ ଟ୍ୟାଙ୍କ ।

ପରମାଣୁ ଅସ୍ତ୍ର
ପରମାଣୁ ଅସ୍ତ୍ର
author img

By

Published : Jun 15, 2020, 5:24 PM IST

ନୂଆଦିଲ୍ଲୀ: ଚୀନ ଏବଂ ପାକିସ୍ତାନ ନିକଟରେ ଭାରତ ଠାରୁ ଅଧିକ ପରମାଣୁ ଅସ୍ତ୍ର ରହିଛି । ସୋମବାର ଏଭଳି କିଛି ଦାବି କରିଛି ଏକ ଡିଫେନ୍ସ ଥିଙ୍କ ଟ୍ୟାଙ୍କ । ସୋମବାର ଏହି ଥିଙ୍କ ଟ୍ୟାଙ୍କ ଇୟରବୁକ 2020 ଜରିଆରେ କେଉଁ ଦେଶ ନିକଟରେ କେତେ ପରମାଣୁ ଅସ୍ତ୍ର ରହିଛି ସେନେଇ ସୂଚନା ଦେଇଛି ।

ଷ୍ଟାକହୋଲ୍ମ ଇଣ୍ଟରନେଶନାଲ ପିସ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ(SIPRI)ର ଇୟରବୁକ 2020 ଅନୁଯାୟୀ, ଚୀନ ନିକଟରେ 320ଟି ପରମାଣୁ ଅସ୍ତ୍ର ରହିଛି । ସେହିପରି ପାକିସ୍ତାନ ନିକଟରେ 160ଟି ରହିଥିବା ବେଳେ ଭାରତ ନିକଟରେ 150ଟି ପରମାଣଉ ଅସ୍ତ୍ର ରହିଛି ।

ତେବେ SIPRI ନିଜର 2019 ଇୟରବୁକରେ କହିଥିଲା କି, ଚୀନ ନିକଟରେ 290, ପାକିସ୍ତାନ ନିକଟରେ 150-160 ଏବଂ ଭାରତ ନିକଟରେ 130-140 ପରମାଣୁ ଅସ୍ତ୍ର ରହିଛି । ପରମାଣୁ ଅସ୍ତ୍ରକୁ ନେଇ ଏହି ରିପୋର୍ଟ ସେହି ସମୟରେ ଆସିଛି ଯେତେବେଳେ ଭାରତ ଏବଂ ଚୀନ ମଧ୍ୟରେ ପୂର୍ବ ଲଦାଖକୁ ନେଇ ସୀମା ବିବାଦ ଜାରି ରହିଛି ।

SIPRI ଅନୁଯାୟୀ, ଚୀନ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରଗୃଗହକୁ ଆଧୁନିକିକରଣ କରୁଛି । ଏହା ବ୍ୟତୀତ ସ୍ଥଳ ଏବଂ ଜଳପଥକୁ ଟାର୍ଗେଟ କରୁଥିବା ମିଶାଇଲ ଏବଂ ପରମାଣୁ-ସମ୍ପନ୍ନ ଫାଇଟର ଜେଟ ବିକଶିତ କରୁଛି । ଚୀନ ଏବଂ ପାକିସ୍ତାନ ନିଜ ନିଜ ପରମାଣୁ ଶକ୍ତି ଧୀରେ ଧୀରେ ବୃଦ୍ଧି କରୁଥିବା ଏଥିରେ କୁହାଯାଇଛି ।

ଏହି ରିପୋର୍ଟ ଅନୁଯାୟୀ, ଋଷ ନିକଟରେ ସର୍ବାଧିକ 6,375 ଟି ପରମାଣୁ ଅସ୍ତ୍ର ରହିଛି । ସେହିପରି ଆମେରିକା ନିକଟରେ 5,800ଟି ପରମାଣୁ ଅସ୍ତ୍ର ରହିଛି । ଉଭୟ ଦେଶ ନିକଟରେ ବିଶ୍ବର 90 ପ୍ରତିଶତ ଅସ୍ତ୍ର ରହିଛି ।

ଆମେରିକା, ଋଷ, ବ୍ରିଟେନ, ଫ୍ରାନ୍ସ, ଚୀନ, ଭାରତ, ପାକିସ୍ତାନ, ଇସ୍ରାଏଲ ଏବଂ ଉତ୍ତର କୋରିଆ ନିକଟରେ ଜାନୁଆରୀ 2020 ସୁଦ୍ଧା 13,400 ପରମାଣୁ ଅସ୍ତ୍ର ରହିଛି । ତେବେ 2019 ତୂଳନାରେ ଏହା କମ୍‌ ହୋଇଥିବା ରିପୋର୍ଟରେ କୁହାଯାଇଛି । 2019ରେ ଏହିସବୁ ରାଷ୍ଟ୍ର ନିକଟରେ ମୋଟ 13,865ଟି ପରମାଣୁ ଅସ୍ତ୍ର ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.