ନୂଆଦିଲ୍ଲୀ: ସାରା ବିଶ୍ବକୁ କବଳିତ କରିସାରିଛି କୋରୋନା ଭାଇରସ । ତେବେ ଏହି ମହାମାରୀ ଆଉ କେତେ ଦିନ ରହିବ, ସେନେଇ ସମସ୍ତେ ଅନିଶ୍ଚିତତାରେ ଥିବାବେଳେ ଚୀନ୍ର ଜଣେ ଅଗ୍ରଣୀ ଡାକ୍ତର କହିଛନ୍ତି ଯେ, କୋରୋନା ଭୁତାଣୁ ମହାମାରୀକୁ ଦୂର କରିବାକୁ ସାରାବିଶ୍ବକୁ ପାଖିପାଖି 2 ବର୍ଷ ଲାଗିବ।
ଝାଙ୍ଗ ୱେନହଙ୍ଗ ଏଭଳି ମତ ଦେଇ କହିଛନ୍ତି। ଚାଇନାରେ କୋରୋନା ଭୁତାଣୁ ବିରୋଧରେ ସଂଗ୍ରାମ ଜାରି ରଖିଥିବା ଡାକ୍ତରଙ୍କ ମଧ୍ୟରେ ୱେନହଙ୍ଗ ସାମିଲ ଅଛନ୍ତି ।
ବର୍ତ୍ତମାନଯାଏଁ କୋରୋନା ଠାରୁ ବିଶ୍ବରେ 6.1 ଲକ୍ଷ ଲୋକ ପ୍ରାଣ ହରାଇ ସାରିଛନ୍ତି । କିନ୍ତୁ ଝାଙ୍ଗ ୱାଙ୍ଗ କହିଛନ୍ତି ଯେ, ବିଶ୍ବ ଏପର୍ଯ୍ୟନ୍ତ କୋରୋନା ସଂକ୍ରମଣରେ ସର୍ବୋଚ୍ଚ ଶିଖରକୁ ଏଯାଏଁ ଆସି ନାହିଁ। 50 ବର୍ଷିୟ ଡକ୍ଟର ୱେନହଙ୍ଗ କହିଛନ୍ତି ଯେ, କୋରୋନା ବର୍ତ୍ତମାନ ମଧ୍ୟ ଦ୍ରୁତ ଗତିରେ ବଢୁଛି, ଏହା ସର୍ବୋଚ୍ଚ ଶିଖରରେ ଏୟାଁଏ ଛୁଇଁ ନାହିଁ।ଏହି ରୋଗ ନିୟନ୍ତ୍ରଣ ବିଶେଷଜ୍ଞ କହିଛନ୍ତି ଯେ, ଏହି ଭୁତାଣୁ ଦୂର କରିବା ପାଇଁ ବିଶ୍ବକୁ ପ୍ରାୟ 2 ବର୍ଷ ଲାଗିବ। ୱେନହଙ୍ଗ କହିଛନ୍ତି- ମୁଁ ଭାବୁଛି ଭାଇରସର ଚେନ ଭାଙ୍ଗିବା ପ୍ରକୃତରେ ବହୁତ କଷ୍ଟକର ।
ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୱେନହଙ୍ଗ କହିଛନ୍ତି- 'ବିଶ୍ବସ୍ତରରେ ଏହି ଭୂତାଣୁ ଉପସ୍ଥିତ ରହିଲେ ବି କିନ୍ତୁ ମହାମାରୀ ନିୟନ୍ତ୍ରଣକୁ ଆସିଯିବ। ମାତ୍ର ସମ୍ପୁର୍ଣ୍ଣ ଏହି ଭାଇରସ ନାଶ ପାଇଁ ପାଖିପାଖି 2 ବର୍ଷ ଲାଗିବ ।