ନୂଆଦିଲ୍ଲୀ: ପାକିସ୍ତାନକୁ ପୁଣି ଚୀନର ସହଯୋଗ । କାଶ୍ମୀର ପ୍ରସଙ୍ଗରେ ପାକ୍କୁ ସମର୍ଥନ ଜଣାଇ ଜାତିସଂଘ ପରିଷଦରେ ଆଲୋଚନା କରିବାକୁ ଅନୁରୋଧ କରିଛି ଚୀନ । ଚୀନର ଅଭିଯୋଗକୁ ନେଇ ଜାତିସଂଘ ପକ୍ଷରୁ ଆଜି ସକାଳ 10ଟା ସମୟରେ ରୁଦ୍ଧଦ୍ବାର ବୈଠକ ବସିବ ।
ଅଗଷ୍ଟ 5ରେ ଉଭୟ ରାଜ୍ୟସଭା ଓ ଲୋକସଭାରେ ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ । କାଶ୍ମୀରକୁ ନେଇ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଚାପ ପକାଇବା ସହ ଲଗାତାର ପ୍ରୟାସ ଜାରି ରଖିଛି । ଚୀନକୁ ବାରମ୍ବାର ଅନୁରୋଧ କରିବା ପରେ ଚୀନ ଜାତିସଂଘ ପରିଷଦ କାଶ୍ମୀର ପ୍ରସଙ୍ଗରେ ଏକ ରୁଦ୍ଧଦ୍ବାର ବୈଠକ ଦ୍ବାରା ଆଲୋଚନା କରିବ ବୋଲି ସୂଚନା ମିଳିଛି ।
ସେପଟେ, ଏହି ବୈଠକରୁ ପାକିସ୍ତାନକୁ କୌଣସି ଫାଇଦା ମିଳିବ ନାହିଁ ବୋଲି ଅନୁମାନ କରାଯାଉଛି । କାରଣ ପୂର୍ବରୁ ଏହି ମାମଲାରେ ଋଷ ଓ ଆମେରିକା ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।