ETV Bharat / bharat

ଚୀନ ସାମଗ୍ରୀ ବଏକଟ୍ କଲେ ସମସ୍ୟାରେ ପଡିବ MSME, ସରକାରଙ୍କୁ ବିକଳ୍ପ ଖୋଜିବାକୁ ଅପିଲ୍

author img

By

Published : Jun 21, 2020, 10:20 AM IST

ଭାରତ ସରକାର ଚୀନକୁ ଅର୍ଥନୈତିକ ଦିଗରୁ ଘେରିବା ଆରମ୍ଭ କରି ଦେଇଛନ୍ତି। ଏହି ସମୟରେ ଦେଶର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଉପରେ ଏହାର ପ୍ରଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସରକାର ।

ଚୀନ ସାମଗ୍ରୀ ବଏକଟ୍ କଲେ ସମସ୍ୟାରେ ପଡିବ  MSME

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏହି ସମୟରେ ଭାରତ ସରକାର ଚୀନକୁ ଅର୍ଥନୈତିକ ଦିଗରୁ ଘେରିବା ଆରମ୍ଭ କରି ଦେଇଛନ୍ତି। ଏହି ସମୟରେ ଦେଶର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଉପରେ ଏହାର ପ୍ରଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସରକାର ।

ଏମଏସଏମଇ ସେକ୍ଟର ଏନେଇ କହିଛି, ଆମଦାନୀ ଶୁଳ୍କରେ ବୃଦ୍ଧି କିମ୍ବା ସାମଗ୍ରୀ ଉପରେ ଅଣ-ଶୁଳ୍କ ପ୍ରତିବନ୍ଧକ ରଖିବା ଦ୍ବାରା ଇନପୁଟ ମୂଲ୍ୟ 40 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଛୋଟ କମ୍ପାନୀଗୁଡିକ ପ୍ରଥମରୁ ହିଁ କୋରୋନାରେ ପୀଡିତ। ଏପରି ସ୍ଥିତିରେ ଏହା ଆହୁରି ଖରାପ ହୋଇପାରେ । ଏମଏସଏମଇ କ୍ଷେତ୍ରର ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ସରକାର 300 ଚାଇନା ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଏହାସହ ସରକାରଙ୍କୁ ମଧ୍ୟ ଏମଏସଏମଇ କ୍ଷେତ୍ର ଦ୍ବାରା ଦୀର୍ଘସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି । ଯାହା ଚୀନ ଦ୍ବାରା ଆମଦାନୀର ବିକଳ୍ପ ହୋଇପାରିବ । ସ୍ଥାନୀୟ ଶିଳ୍ପ ପ୍ରତିଯୋଗୀତା କରିବା ବ୍ୟତୀତ ଅଲ ଇଣ୍ଡିଆ ନିର୍ମାତା ସଂଗଠନ (AIMO) ଏକ ଦୀର୍ଘକାଳୀନ ଆମଦାନୀ ବଦଳ ଯୋଜନାକୁ ସୁପାରିଶ କରିଛି । ଏହା ସହ ସରକାରଙ୍କୁ ଜନସାଧାରଣଙ୍କ ଭାବନା ଆଧାରରେ ଚୀନ ବିରୋଧରେ ପଦକ୍ଷେପ ନ ନେବାକୁ ପରାମର୍ଶ ଦିଆଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.