ETV Bharat / bharat

ଦୀପାବଳି ପରଦିନ କାଳୀ ମନ୍ଦିର ନିକଟରୁ ମିଳିଲା ଶିଶୁକନ୍ୟାର ମୃତଦେହ, ଗୁଣିଗାରେଡି ସନ୍ଦେହ - mudered due to Black magic

କାନପୁର ଜିଲ୍ଲାର ଘାଟମପୁର ଥାନା ଅନ୍ତର୍ଗତ ଭଦରସ ଗାଁରେ 7 ବର୍ଷୀୟ ଶିଶୁକନ୍ୟାର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଉକ୍ତ ଶିଶୁଟି ଦୀପାବଳି ସନ୍ଧ୍ୟାରୁ ନିଖୋଜ ଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଦୀପାବଳି ପରଦିନ କାଳୀ ମନ୍ଦିର ନିକଟରୁ ମିଳିଲା ଶିଶୁକନ୍ୟାର ମୃତଦେହ, ଗୁଣିଗାରେଡି ସନ୍ଦେହ

author img

By

Published : Nov 15, 2020, 3:27 PM IST

ଲକ୍ଷ୍ନୌ: ୟୁପିର କାନପୁର ଜିଲ୍ଲାର ଘାଟମପୁର ଥାନା ଅନ୍ତର୍ଗତ ଭଦରସ ଗାଁରେ 7 ବର୍ଷୀୟ ଶିଶୁକନ୍ୟାର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଶିଶୁଟି ଦୀପାବଳି ସନ୍ଧ୍ୟାରୁ ନିଖୋଜ ଥିଲା । ତେବେ ରବିବାର ଦିନ ଶିଶୁକନ୍ୟାର ମୃତଦେହ କାଳୀ ମା'ଙ୍କ ମନ୍ଦିର ନିକଟରୁ ମିଳିଛି । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଗୁଣି ଗାରେଡି ପାଇଁ ଅପହରଣ କରି ଶିଶୁକୁ ହତ୍ୟା କରାଯାଇଛି ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଉପମୁଖ୍ୟମନ୍ତ୍ରୀ କୈଶବ ମୋର୍ଯ୍ୟ ଏହି ଘଟଣାକୁ ନେଇ ଟ୍ବିଟ କରିଛନ୍ତି । ସେ କହିଛନ୍ତି, ଦୋଷୀକୁ କଠୋରରୁ କଠୋର ଦଣ୍ଡ ମିଳୁ ।

ସୂଚନାଥାଉକି, ଭଦରସ ଗାଁର କରଣ କୁମାରଙ୍କ 7 ବର୍ଷୀୟ ଝିଅ ଶ୍ରେୟା ଦୀପାବଳି ସନ୍ଧ୍ୟାରେ ଦୋକାନ ଯାଇଥିଲେ । ତେବେ ଦୀର୍ଘ ସମୟ ଯାଏଁ ଘରକୁ ନଫେରିବାରୁ ପରିବାରବର୍ଗ ବିଳମ୍ବ ରାତି ଯାଏଁ ଖୋଜାଖୋଜି କରିଥଲେ । ମାତ୍ର କୌଣସି ସନ୍ଧାନ ପାଇ ନଥିଲେ । ରବିବାର ସକାଳେ ଗ୍ରାମବାସୀ କ୍ଷେତକୁ ଯିବାବେଳେ କାଳୀ ମା' ମନ୍ଦିର ନିକଟରେ ରକ୍ତ ଓ ଚପଲ ସହ ଶିଶୁର କ୍ଷତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ ।

ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଫରେନସିକ ଟିମ ଓ ଡଗ୍‌ ସ୍କ୍ବାର୍ଡ ସହ ଦୋଷୀକୁ ଖୋଜିବା ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.