ନୂଆଦିଲ୍ଲୀ: ଭୀଷଣ ବାୟୁ ପ୍ରଦୂଷଣ ବଳୟରେ ରାଜଧାନୀ । ଚାରିଆଡେ ମାସ୍କ ପିନ୍ଧା ଚେହେରା । ହେଲେ ଏହି ବୁଲାବିକାଳୀ ଶିଶୁଙ୍କୁ ନାହିଁ ପ୍ରଦୂଷଣର ଭୟ । ଆଉ ଏମାନଙ୍କ ପ୍ରତି ନାହିଁ ସରକାରଙ୍କ ନିଘା ।
ପ୍ରଦୂଷଣର ମାତ୍ରା ଏତେ ଅଧିକ ଯେ, ମାସ୍କ ନପିନ୍ଧିଲେ ଘରୁ ବାହାରକୁ ଯାଇ ହେଉନାହିଁ । ହେଲେ ଏମାନଙ୍କ ପାଖରେ ନା ଅଛି ମାସ୍କ ନା ଅନ୍ୟ କିଛି ଉପାୟ । ଆଖିକୁ କଷ୍ଟ ହେଉଥିଲେ ବି ସେମାନେ ଓହରିନାହାନ୍ତି ତାଙ୍କର କର୍ତ୍ତବ୍ୟରୁ । ଜିନିଷ ବିକ୍ରି କରି ଟଙ୍କା ନେଲେ ଚଳିବ ଘର । ସକାଳ ହେଲେ ଟ୍ରାଫିକ ସିଗନାଲରେ ହାଜର ହୋଇଯାଉଛନ୍ତି ଏମାନେ ।
ଏମାନଙ୍କ ପାଇଁ କାର୍ଯ୍ୟକାରୀ ହେଉନାହିଁ କୌଣସି ସରକାରୀ ଯୋଜନା । ପ୍ରଦୂଷଣ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସ୍କୁଲ ପିଲାଙ୍କୁ 50 ଲକ୍ଷ ମାସ୍କ ପାଇଁ ଘୋଷଣା କରାଯାଇଥିଲା । ହେଲେ ସ୍କୁଲ ଯାଉ ନଥିବା ପିଲାଙ୍କ ଉପରେ ନାହିଁ ସରକାରଙ୍କ ନିଘା ।