ETV Bharat / bharat

ଅନ୍ଧାରରେ ଶୈଶବ, ବିସ୍କୁଟ କମ୍ପାନୀରୁ 26 ଶିଶୁ ଶ୍ରମିକ ଉଦ୍ଧାର - ବିସ୍କୁଟ କମ୍ପାନୀ

ରାୟପୁରରରେ ଏକ ପ୍ରତିଷ୍ଠିତ ବିସ୍କୁଟ କମ୍ପାନୀର କାରଖାନାରୁ 26 ଶିଶୁ ଶ୍ରମିକ ଉଦ୍ଧାର । ସମସ୍ତ ଶିଶୁ ଶ୍ରମିକ ଓଡିଶା, ବିହାର, ଝାଡଖଣ୍ଡ ଓ ମଧ୍ୟପ୍ରଦେଶର ବୋଲି ଜଣା ପଡିଛି । କିଶୋର ନ୍ୟାୟ ଅଧିନିୟମ ଆଇନ ଆଇନ ଆଧାରରେ ବିସ୍କୁଟ କାରଖାନାର ମାଲିକ ବିରୁଦ୍ଧରେ ମାମଲା ରୁଜୁ ।

ଫାଇଲ ଫଟୋ
author img

By

Published : Jun 16, 2019, 1:04 PM IST

ରାୟପୁର: ଶିଶୁ ଦେଶର ଭବିଷ୍ୟତ ହୋଇଥିବା ବେଳେ ଆଜି ଅନ୍ଧକାରରେ କଟୁଛି ଶୈଶବ । କେନ୍ଦ୍ର ତଥା ବିଭିନ୍ନ ରାଜ୍ୟ ସରକାର ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ପାଇଁ ଯୋଜନା ଓ ଆଇନ ଗଠନ କରିଥିଲେ ମଧ୍ୟ ଏସବୁ ଆଇନ କାନୁନର ଫାଇଲ ତଳେ ଚାପି ହୋଇ ରହିଯାଇଛି ଶିଶୁଙ୍କ ଭବିଷ୍ୟତ ।

କିଛିଦିନ ତଳେ ଶିଶୁ ଶ୍ରମିକ ଦିବସ ଅବସରରେ ଦେଶ ସାରା ସଚେତନତା ବାର୍ତ୍ତା ଦିଆଯାଇଥିବା ବେଳେ ଛତିଶଗଡର ରାଜଧାନୀ ରାୟପୁରରେ ଏକ ପ୍ରତିଷ୍ଠିତ ବିସ୍କୁଟ କମ୍ପାନୀରୁ 26 ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ ଅଭିଯାନ ଜରିଆରେ ପ୍ରତିଷ୍ଠିତ ବିସ୍କୁଟ କାରଖାନାରୁ 26 ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ଜିଲ୍ଲା ଶିଶୁ ସଂରକ୍ଷଣ ଅଧିକାରୀ ନବନୀତ ସ୍ବର୍ଣ୍ଣକାର କହିଛନ୍ତି । ଉଦ୍ଧାର ହୋଇଥିବା ଶିଶୁଙ୍କ ବୟସ 12ରୁ 16 ବର୍ଷ ହୋଇଥିବା ବେଳେ ସମସ୍ତ ଶିଶୁ ଓଡିଶା, ଝାଡଖଣ୍ଡ, ବିହାର ଓ ମଧ୍ୟପ୍ରଦେଶର ବୋଲି ଜଣା ପଡିଛି । ଶିଶୁମାନେ ସକାଳ 8ଟାରୁ ରାତି 8ଟା ତଥା 12 ଘଣ୍ଟା କାମ କରୁଥିବା ବେଳେ ସେମାନଙ୍କୁ ପ୍ରତିମାସ 5ରୁ 7 ହଜାର ଟଙ୍କା ଦିଆଯାଉଥିଲା ।

କାରଖାନାରୁ ଉଦ୍ଧାର ହୋଇଥିବା ଶିଶୁଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ବାଳାଶ୍ରମକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ମହିଳା ଏବଂ ଶିଶୁ ବିକାଶ ବିଭାଗର ଅଭିଯୋଗ ଆଧାରରେ ବିସ୍କୁଟ କାରଖାନାର ମାଲିକ ବିରୋଧରେ ମାମଲା ରୁଜୁ ହୋଇଛି । କିଶୋର ନ୍ୟାୟ ଅଧିନିୟମ ଓ ଜେଜେ ଆକ୍ଟର ଧାରା 79 ଜରିଆରେ ଏଫଆଇଆର ମଧ୍ୟ ଦାଖଲ କରାଯାଇଛି ।

ଶିଶୁ ଶ୍ରମିକ ବ୍ୟବସ୍ଥାର ମୁଳୋତ୍ପାଟନ ଜରୁରୀ ଥିବା ବେଳେ ଏଭଳି ଘୃଣ୍ୟ ପ୍ରଥାର ବିଲୋପ ହେବା ଆବଶ୍ୟକ ରହିଛି । ସରକାର ଏଥି ପ୍ରତି ଯତ୍ନବାନ ହେବା ଦରକାର ନଚେତ ଦେଶର ଭବିଷ୍ୟତ ଅନ୍ଧକାରରେ ରହିଲେ ଦେଶର ବିକାଶ କେବେବି ସମ୍ଭବ ହେବ ନାହିଁ ।

Intro:Body:

fafa

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.