ETV Bharat / bharat

ଅଯୋଧ୍ୟା ଦୀପୋତ୍ସବ କାର୍ଯ୍ୟକ୍ରମରେ ଯୋଗୀଙ୍କ ଯୋଗଦାନ - ଅଯୋଧ୍ୟାର ଦୀପୋତ୍ସବ କାର୍ଯ୍ୟକ୍ରମ

ଦୀପାବଳିର ଦୀପୋତ୍ସବ କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟାରେ ଯୋଗୀ । ସଂଧ୍ୟାରେ ଜଳିଲା 5 ଲକ୍ଷରୁ ଊର୍ଦ୍ଧ୍ବ ଦୀପ ।

ଡିଜାଇନ ଫଟୋ
author img

By

Published : Oct 26, 2019, 5:10 PM IST

Updated : Oct 26, 2019, 8:02 PM IST

ଲକ୍ଷ୍ନୌ: ଦୀପାବଳିକୁ ନେଇ ଉତ୍ସବ ମୁଖରିତ ସାରା ଦେଶ । ବାଣ ସାଙ୍ଗକୁ ଭଳିକି ଭଳି ଆଲୋକମାଳାରେ ଝଲସୁଛି ପଲ୍ଲୀଠୁ ଦିଲ୍ଲୀ । ଉତ୍ତର ପ୍ରଦେଶର ଅଯୋଧ୍ୟାରେ ମଧ୍ୟ ଦୀପାବଳିର ଅବ୍ୟବହିତ ପୂର୍ବରୁ ବେଶ ଧୁମଧାମରେ ପାଳନ ହେଉଛି ଦୀପାବଳି ।

ଭିଡିଓ ସୌଜନ୍ୟ: ଏଏନଆଇ

ଆଲୋକର ପର୍ବ ଦୀପବଳି ଉପଲେକ୍ଷେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟରେ ପହଞ୍ଚିଛନ୍ତି । ଏଠାରେ ଆୟୋଜିତ ଦୀପୋତ୍ସବ ଅବସରରେ ଶନିବାର ସରଜୁ ଘାଟରେ 5 ଲକ୍ଷରୁ ଊର୍ଦ୍ଧ୍ବ ମାଟି ଦୀପ ପ୍ରଜ୍ବଳିତ ହୋଇଛି ।

up
ଫଟୋ ସୌଜନ୍ୟ: ଏଏନଆଇ

ଅଯୋଧ୍ୟାରେ ଆୟୋଜିତ ଦୀପୋତ୍ସବ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଖର୍ଚ୍ଚ ଉତ୍ତରପ୍ରଦେଶ ସରକାର ବହନ କରୁଛନ୍ତି । ଗତ ଦୁଇ ବର୍ଷ ହେବ ଦୀପୋତ୍ସବ କାର୍ଯ୍ୟକ୍ରମ ପର୍ଯ୍ୟଟନ ବିଭାଗ କରିଆସୁଥିଲା । କିନ୍ତୁ ଏଥର ସ୍ବତନ୍ତ୍ର ବଜେଟ ପ୍ରାବଧାନ ହୋଇ ସରକାରୀ ଭାବେ ପାଳନ ହେଉଛି । ଦୀପୋତ୍ସବ କାର୍ଯ୍ୟକ୍ରମ ପାଇଁ 133 କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ସରକାରୀ ପ୍ରବକ୍ତା ଶ୍ରୀକାନ୍ତ ଶର୍ମା କହିଥିଲେ ।

ଦୀପୋତ୍ସବ କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଯୋଗଦାନ ପରେ ଏହାର ଶୋଭା ଆହୁରି ବଢିଯାଇଛି ।

Intro:Body:

BLANK FOR LINK 

Conclusion:
Last Updated : Oct 26, 2019, 8:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.