ETV Bharat / bharat

ଆଇଏନଏକ୍ସ ମିଡିଆ ଦୁର୍ନୀତି: ଚିଦାମ୍ବରମଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରେ ଝଟକା । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦାଏର କରିଥିବା ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ଫାଇଲ ଫଟୋ
author img

By

Published : Aug 26, 2019, 4:20 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସୋମବାର ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ମଧ୍ୟ ଝଟ୍‌କା ମିଳିଛି । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ଚିଦା । ଯାହା ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ସିବିଆଇ ଦ୍ବାରା ଗିରଫ ହେବାପରେ ତାଙ୍କ ଆବେଦନ ବ୍ୟର୍ଥ ବୋଲି କୋର୍ଟ କହିଛନ୍ତି ।

ଜଷ୍ଟିସ୍ ଆର. ଭାନୁମତି ଏବଂ ଜଷ୍ଟିସ୍ ଏ.ଏସ୍. ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି, ଗିରଫ ହେବାପରେ ଆବେଦନ ଉପରେ ଶୁଣାଣି କରିବା ବ୍ୟର୍ଥ । ଯଦି ଚିଦାମ୍ବରମ୍‌ ସିବିଆଇ ମାମଲାରେ ଅଶ୍ବସ୍ତି ଚାହୁଁଛନ୍ତି ସେଥିପାଇଁ ତାଙ୍କୁ ତଳକୋର୍ଟରେ ହିଁ ଆବେଦନ କରିବାକୁ ପଡିବ । ଏହା ସହିତ ଶୀର୍ଷ ଅଦାଲତ ତାଙ୍କୁ ରେଗୁଲାର ଜାମିନ୍ ପାଇଁ ତଳ କୋର୍ଟରେ ଆବେଦନ କରିବାକୁ କହିଛନ୍ତି ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚିଦାମ୍ବରମ୍‌ଙ୍କ ସିବିଆଇ ହେପାଜତର ଅବଧି ଆଜି ଶେଷ ହେବ । ତାଙ୍କୁ ବର୍ତ୍ତମାନ ସିବିଆଇ କୋର୍ଟରେ ହାଜର କରାଯାଇଛି । ତେବେ ସିବିଆଇ ପୁଣିଥରେ ତାଙ୍କୁ ରିମାଣ୍ଡରେ ନେବାପାଇଁ କୋର୍ଟରେ ଆବେଦନ କରିପାରେ । ବର୍ତ୍ତମାନ ସମସ୍ତଙ୍କ ନଜର ସିବିଆଇ କୋର୍ଟର ଶୁଣାଣି ଉପରେ ରହିଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.