ETV Bharat / bharat

ଭାରତ ସୀମାର ଦେଢ କିଲୋମିଟର ଭିତରକୁ ପଶି ଆସିଛି ଚୀନ ସେନା: ଚିଦାମ୍ବରମ୍ - chinese troops in 1.5km ladakh

କଂଗ୍ରେସ ନେତା ପି. ଚିଦାମ୍ବରମ୍ କହିଛନ୍ତି ଯେ, ଚୀନ ସେନା ପ୍ରକୃତ ନିୟନ୍ତ୍ରଣ ରେଖା ଦେଇ ଭାରତ ଆଡକୁ 1.5 କିଲୋମିଟର ପ୍ରବେଶ କରିଛି । ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ଆକଳନ ଅନୁସାରେ ଏହା କହିଛନ୍ତି ଚିଦାମ୍ବରମ୍ ।

ଭାରତ ସୀମାର 1.5କିମି ଭିତରେ ଚୀନ ସେନା
ଭାରତ ସୀମାର 1.5କିମି ଭିତରେ ଚୀନ ସେନା
author img

By

Published : Jul 18, 2020, 12:39 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ପି. ଚିଦାମ୍ବରମ୍ କହିଛନ୍ତି ଯେ, ଚୀନ ସେନା ପ୍ରକୃତ ନିୟନ୍ତ୍ରଣ ରେଖା ଦେଇ ଭାରତ ଆଡକୁ 1.5 କିଲୋମିଟର ପ୍ରବେଶ କରିଛି । ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ଆକଳନ ଅନୁସାରେ ଏହା କହିଛନ୍ତି ଚିଦାମ୍ବରମ୍ । ଅନ୍ୟପକ୍ଷେ ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତର ଏକ ଇଞ୍ଚ ମଧ୍ୟ କେହି ଦଖଲ କରିନାହାଁନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦାବି କରିଛନ୍ତି ।

ମୋଦି ସରକାରଙ୍କୁ ଦୋଷାରୋପ କରି ପୂର୍ବତନ ଗୃହମନ୍ତ୍ରୀ କହିଛନ୍ତି ଯେ, ଭାରତ ସରକାର ଦାବି କରିଆସୁଛନ୍ତି ଯେ ଆମ ଜମିକୁ କେହି ଅତିକ୍ରମ କରିନାହାଁନ୍ତି, କିନ୍ତୁ ଏହା କେବଳ ଗୁଜବ ବୋଲି ପ୍ରମାଣିତ ହୋଇଛି। ଚିଦାମ୍ବରମ୍ ଟ୍ବିଟ୍ କରି କହିଛନ୍ତି ଯେ ଭାରତୀୟ ସୁରକ୍ଷା ଏଜେନ୍ସିମାନେ ଆକଳନ କରିଛନ୍ତି ଯେ ଚୀନ୍ ସେନା ଏପର୍ଯ୍ୟନ୍ତ ଏଲଏସି ପାର୍ଶ୍ବରେ ଥିବା ଭାରତୀୟ ସୀମା ଭିତରେ 1.5 କିଲୋମିଟର ମଧ୍ୟକୁ ପ୍ରବେଶ କରିଛି । ମେ’ ମାସରେ ଚୀନ ସେନା ଏଲଏସି ପାର କରି ଆମ ସୀମାର 5 କିଲୋମିଟର ଭିତରକୁ ଆସିଛି ।

କଂଗ୍ରେସ ନେତା କହିଛନ୍ତି ଯେ ଯେତେବେଳ ଯାଏଁ କେନ୍ଦ୍ର ସରକାର ସତ୍ୟକୁ ଗ୍ରହଣ କରିନାହାଁନ୍ତି ସେ ଯାଏଁ ଏହି ସ୍ଥିତିକୁ ନିୟନ୍ତ୍ରଣ କରିବା କଷ୍ଟକର ହେବ । ପ୍ରକାଶଥାଉକି, ଜୁନ 15ରେ ଗଲୱାନରେ ଭାରତ ଓ ଚୀନ ସେନା ମଧ୍ୟରେ ହିଂସାକାଣ୍ଡ ପରେ 2 ଦେଶ ମଧ୍ୟରେ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଥିଲା। ଏହା ପରେ ଉଭୟ ସେନା ପଛକୁ ଫେରିଯିବାକୁ ରାଜି ହୋଇଥିଲେ। ତେବେ ପ୍ରତିରକ୍ଷା ଏଜେନ୍ସି ଅନୁଯାୟୀ, ଗଲୱାନ୍ ଭ୍ୟାଲିର ଫିଙ୍ଗର-4 ଅଞ୍ଚଳରେ ଚୀନ ସୈନ୍ୟ ଏବେବି ଉପସ୍ଥିତ ଅଛନ୍ତି। ଫିଙ୍ଗର-4 ଉପରେ ଭାରତ ଦାବି ରହିଛି। ଫିଙ୍ଗର-8 ପର୍ଯ୍ୟନ୍ତ ଭାରତ ପାଟ୍ରୋଲିଂ କରୁଛି କିନ୍ତୁ ଚାଇନାର ସୈନ୍ୟ ମେ ମାସରେ ଫିଙ୍ଗର-4କୁ ପ୍ରବେଶ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.