ETV Bharat / bharat

ଧାରା 370 ପୁନରୁଦ୍ଧାରରେ ଏକଜୁଟ କାଶ୍ମୀରର ସମସ୍ତ ଦଳ, ପ୍ରସଂଶା କଲେ ଚିଦାମ୍ବରମ୍

author img

By

Published : Aug 23, 2020, 12:47 PM IST

ଜାମ୍ମୁ କାଶ୍ମୀରରୁ ଧାରା 370 ହଟାଇବା ପ୍ରସଙ୍ଗ ପୁଣିଥରେ ଜୋର ଧରିଛି । ବର୍ତ୍ତମାନ ସମସ୍ତ ପ୍ରମୁଖ ବିରୋଧି ରାଜନୈତିକ ଦଳ ଧାରା 370 ପରେ ସ୍ଥିତିକୁ ପୁନରୁଦ୍ଧାର କରିବା ଚେଷ୍ଟାରେ ଏକଜୁଟ ହୋଇଛନ୍ତି ।

ଚିଦାମ୍ବରମ୍
ଚିଦାମ୍ବରମ୍

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରୁ ଧାରା 370 ହଟାଇବା ପ୍ରସଙ୍ଗ ପୁଣିଥରେ ଜୋର ଧରିଛି । ବର୍ତ୍ତମାନ ସମସ୍ତ ପ୍ରମୁଖ ବିରୋଧି ରାଜନୈତିକ ଦଳ ଧାରା 370 ପରେ ସ୍ଥିତିକୁ ପୁନରୁଦ୍ଧାର କରିବା ଚେଷ୍ଟାରେ ଏକଜୁଟ ହୋଇଛନ୍ତି । ଜାମ୍ମୁ କାଶ୍ମୀରର ରାଜନୈତିକ ଦଳ ଏହାକୁ ନେଇ ଶନିବାର ଘୋଷଣାପତ୍ର ଜାରି କରିଛନ୍ତି ।

ଦଳଗୁଡିକ ଦ୍ବାରା ଜାରି ମିଳିତ ବିବୃତ୍ତିରେ ଧାରା 370 ଓ ରାଜ୍ୟର ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ଚେଷ୍ଟା କରିବା ବିଷୟରେ ଉଲ୍ଲେଖ ରହିଛି । ଦଳର ଏହି ଘୋଷଣାକୁ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍ ସ୍ବାଗତ କରିଛନ୍ତି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ମିଳିତ ହୋଇଥିବା 6ଟି ଦଳକୁ ସେ ଅଭିବାଦନ ଜଣାଇଛନ୍ତି ।

ଚିଦାମ୍ବରମ୍ ରବିବାର ଏକ ଟ୍ବିଟରେ ଲେଖିଛନ୍ତି, ‘ଧାରା 370 ର ପୁନରୁଦ୍ଧାର ପାଇଁ ମୁଖ୍ୟ ସ୍ରୋତ ଦଳର ଏକତା ଓ ଭାବନାକୁ ଅଭିବାଦନ ଜଣାଉଛି । କାଶ୍ମୀରବାସୀଙ୍କ ଦାବି ପାଇଁ ଛିଡା ହେବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି । ଆତ୍ମଘୋଷିତ ଜାତୀୟତାବାଦୀଙ୍କ ସମାଲୋଚନାକୁ ଅଣଦେଖା କରନ୍ତୁ । ଯେଉଁମାନେ ଇତିହାସ ପଢନ୍ତି ନାହିଁ କିନ୍ତୁ ଇତିହାସ ପୁନଃଲିଖନ କରିବାକୁ ଚେଷ୍ଟା କରନ୍ତି | ଦେଶର ସମ୍ବିଧାନରେ ରାଜ୍ୟଗୁଡ଼ିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାର ଅନେକ ଉଦାହରଣ ରହିଛି । ଯଦି ସରକାର ସ୍ବତନ୍ତ୍ର ବ୍ୟବସ୍ଥାକୁ ବିରୋଧ କରନ୍ତି, ତେବେ ନାଗା ପ୍ରସଙ୍ଗକୁ କିପରି ସମାଧାନ କରାଯାଇପାରିବ?’

ପ୍ରକାଶଥାଉକି, ଧାରା 370ର ପୁନରୁଦ୍ଧାର ପାଇଁ ଦଳମାନେ ପ୍ରସ୍ତୁତି କରିଛନ୍ତି । ଏକ ଜାତୀୟ ସମ୍ମିଳନୀର ଫାରୁକ୍ ଅବଦୁଲ୍ଲା, ପିଡିପିର ମେହବୁବା ମୁଫତି, JKPCC ର ଜିଏ ମିର, CPI-M ର ତାରିଗାମୀ, JKPC ର ସଜାଦ୍ ଗାନି ଲୋନ୍, JKNC ର ମୁଜାଫର ଶାହା ଉପସ୍ଥିତ ଥିଲେ । ଏହି ଦଳର ମିଳିତ ବିବୃତ୍ତିରେ କୁହାଯାଇଛି ଯେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରଠାରୁ ରାଜନୈତିକ ଦଳମାନେ ମୌଳିକ ସ୍ତରରେ ବୁଝାମଣା କରିବାକୁ ଚେଷ୍ଟା କରିଛନ୍ତି ।

ଏହି ବୈଠକରେ ଏକ ସଂକଳ୍ପ ପାରିତ ହୋଇଛି । ଏହି ବିବୃତ୍ତିରେ କୁହାଯାଇଛି ଯେ, ଅଗଷ୍ଟ 5, 2019 ର ଘଟଣା କେନ୍ଦ୍ର ସରକାର ଓ ଜାମ୍ମୁ କାଶ୍ମୀର ମଧ୍ୟରେ ଥିବା ସମ୍ପର୍କକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି | ମିଳିତ ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ଜାମ୍ମୁ କାଶ୍ମୀରର ଶାନ୍ତି ପ୍ରେମୀ ଲୋକଙ୍କ ପାଇଁ ଏହା ପରୀକ୍ଷାର ସମୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.