ETV Bharat / bharat

ଜିଲ୍ଲାର ବିରଳ କୀର୍ତ୍ତି: 3 ମାସରେ 3ଟି ବିଶ୍ବ ରେକର୍ଡ

author img

By

Published : Mar 1, 2020, 5:09 PM IST

ଛିନ୍ଦୱାଡା ଜିଲ୍ଲା ଗତ ତିନି ମାସ ମଧ୍ୟରେ ତିନୋଟି ବିଶ୍ବ କୀର୍ତ୍ତିମାନ ସୃଷ୍ଟି କରିଛି । କିଭଳି ତିିନି ମାସରେ ତିନୋଟି ବିରଳ କୀର୍ତ୍ତୀ ସ୍ଥାପନ କରିଛି ଏହି ଜିଲ୍ଲା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ଭୋପାଳ: ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲା ଗତ ତିନି ମାସ ମଧ୍ୟରେ ତିନୋଟି ବିଶ୍ବ କୀର୍ତ୍ତିମାନ ସୃଷ୍ଟି କରିଛି । ଫଳସ୍ବରୁପ ଗୋଲଡେନ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ଜିଲ୍ଲା । ଏଭଳି ନିଆରା ରେକର୍ଡ କରିବାରେ ଦେଶର ପ୍ରଥମ ଜିଲ୍ଲା ହେବାର ଗୌରବ ବହନ କରିଛି ଛିନ୍ଦୱାଡା ।

ପ୍ରଥମେ ଏହି ତିନୋଟି ରେକର୍ଡର ମୂଳଦୁଆ ପଡିଥିଲା ଗତବର୍ଷ ଡିସେମ୍ବର ମାସରେ । ଛିନ୍ଦୱାଡାଠାରେ ‘ମକା ମହୋତ୍ସବ’ ଆୟୋଜିତ ହୋଇଥିଲା । ଏହି ମହୋତ୍ସବରେ ଏକ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ 2.75 ଲକ୍ଷ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ | ଏକାସାଙ୍ଗରେ ଏତେ ସଂଖ୍ୟକ ପ୍ରତିଯୋଗୀ ଚିତ୍ର ଅଙ୍କନ କରିବା ପ୍ରଥମ ଘଟଣା ଥିଲା । ଫଳରେ ଏହି ବିରଳ କୃତି ପାଇଁ ଜିଲ୍ଲାକୁ ଗୋଲଡେନ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସାମିଲ କରାଯାଇଥିଲା |

ସେହପରି ଜାନୁୟାରୀ 6, 2020 ରେ ଜିଲ୍ଲା ଦ୍ବିତୀୟ ବିଶ୍ବ ରେକର୍ଡ ସ୍ଥାପନ କରିଥିଲା । ଯେତେବେଳେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଛିନ୍ଦୱାଡା ଯାତ୍ରାକୁ 99 ବର୍ଷ ପୂରଣ ହୋଇଥିଲା । ଏହି ଗୌରବମୟ ଅବସରେ ଶତାଧିକ ପିଲା ଗାନ୍ଧିଜୀଙ୍କ ପ୍ରିୟ ଭଜନ 'ବୈଷ୍ଣବ ଜନ'କୁ ଗାଇଥିଲେ । ଏହି ସମୂହ ଭଜନ ଗାନରେ 25 ହଜାର ପିଲା ଏବଂ ଅନ୍ୟମାନେ ଭଜନକୁ ଏକାଠି ଉପସ୍ଥାପନ କରିଥିଲେ |

ଅନ୍ୟପଟେ ଗତ ଫେବୃଆରୀ ମାସ 21 ତାରିଖ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଉପସ୍ଥିତିରେ ଜିଲ୍ଲା ତୃତୀୟ ବିଶ୍ବ ରେକର୍ଡ ସ୍ଥାପନ କରିଥିଲା । ଏହିଦିନ 3,353 ଦମ୍ପତି ଏକାଠି ବିବାହ କରିଥିଲେ | ଏହି ସାମୂହିକ ବିବାହରେ ମଧ୍ୟ ଜିଲ୍ଲାକୁ ବିଶ୍ବ ରେକର୍ଡ କୀର୍ତ୍ତି ସ୍ଥାପନ କରିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ଛିନ୍ଦୱାଡା ଜିଲ୍ଲା ରାଜନୈତିକ ଦୃଷ୍ଟିକୋଣରୁ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା । ଏହି ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ କମଲ ନାଥ ବିଧାୟକ ଏବଂ ତାଙ୍କ ପୁଅ ନକୁଲନାଥ ସାଂସଦ ଅଟନ୍ତି ।

ଏହାପୂର୍ବରୁ କମଲ ନାଥ ଏଠାରୁ କ୍ରମାଗତ 9 ଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ନିଜ ରାଜନୈତିକ ପୃଷ୍ଠଭୂମିକୁ ବଳିଷ୍ଠ କରିଥିବା କାରଣରୁ ମୁଖ୍ୟମନ୍ତ୍ରୀ କମଳନାଥ ଗତ ତିନି ମାସ ମଧ୍ୟରେ ଏହି ଜିଲ୍ଲାରେ ଅନେକ ବିଶାଳ ଏବଂ ବିରାଟ କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.