ରାୟପୁର: ଛତିଶଗଡରେ ଝିଅଙ୍କ ସୁରକ୍ଷା ପାଇଁ ସରକାର ନେଉଥିବା ପଦକ୍ଷେପରେ ଏବେ ଫଳାଫଳ ଦେଖିବାକୁ ମିଳୁଛି । ମଙ୍ଗଳବାର ଏନେଇ ରେଜିଷ୍ଟ୍ରାର ଜେନେରାଲ ଓ ଜନଗଣନା କମିଶନ ଏକ ରିପୋର୍ଟ ଦାଖଲ କରିଥିଲେ । ଏହି ରିପୋର୍ଟରେ 2018 ବର୍ଷର ରେକର୍ଡ ମୁତାବକ ଶିଶୁ ଜନ୍ମ ସମୟରେ ଲିଙ୍ଗ ଅନୁପାତରେ ସାରା ଦେଶରେ ଛତିଶଗଡ ସର୍ବାଗ୍ରେ ରହିଛି । ଏହିକ୍ରମରେ ଛତିଶଗଡରେ 1000 ପୁରୁଷରେ 958 ମହିଳା ରହିଥିବା ଜଣା ପଡିଛି ।
ସେପଟେ ରାଜ୍ୟରେ ଗ୍ରାମୀଣ ଅଞ୍ଚଳରେ ଏହି ଅନୁପାତ 1000 ପୁରୁଷରେ 976 ମହିଳା ରହିଥିବା ଜଣା ପଡିଛି । ଯେବେ କି ଜାତୀୟସ୍ତରୀୟ ଗ୍ରାମୀଣ କ୍ଷେତ୍ରରେ 1000 ପୁରୁଷରେ 900 ମହିଳା ରହିଥିବା ଦେଖାଯାଇଛି । ତେବେ ଛତିଶଗଡରେ ପ୍ରକାଶ ପାଇଥିବା ଏହି ରିପୋର୍ଟ ମୁତାବକ ଦେଶର ସବୁଠାରୁ ଶିକ୍ଷିତ ରାଜ୍ୟ ତୁଳନାରେ ମଧ୍ୟ ଛତିଶଗଡ ମହିଳା ଓ ଝିଅଙ୍କ ଉପରେ ଅତ୍ୟାଚାରର ମାତ୍ରା ବହୁତ କମ୍ ରହିଥିବା ଜଣା ପଡିଛି ।
ଝିଅଙ୍କ ପାଇଁ ରାଜ୍ୟରେ ପରିଚାଳିତ ଯୋଜନା:
- ଛତିଶଗଡ ନୋନି ସୁରକ୍ଷା ଯୋଜନା
- ବେଟି ବଚାଓ- ବେଟି ପଢାଓ ଯୋଜନା
- ସୁକନ୍ୟା ସମୃଦ୍ଧି ଯୋଜନା
- ମୁଖ୍ୟମନ୍ତ୍ରୀ ସୁପୋଷଣ ଅଭିଯାନ
- ଛତିଶଗଡ ଧନ ଲକ୍ଷ୍ମୀ ଯୋଜନା
- ଛତିଶଗଡ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ