ETV Bharat / bharat

ଛତିଶଗଡ ସରକାରଙ୍କ କୋଭିଡ୍-19 ପ୍ରତିରକ୍ଷା, ଆରମ୍ଭ ହେଲା ଅନଲାଇନ୍ ସ୍କୁଲ୍ ପୋର୍ଟାଲ୍

ଛତିଶଗଡ଼ ସରକାର ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ନେଇଛନ୍ତି ସ୍ଵତନ୍ତ୍ର ପଦକ୍ଷେପ। ଆରମ୍ଭ କରିଛନ୍ତି ଅନଲାଇନ୍ ସ୍କୁଲ୍ ପୋର୍ଟାଲ୍।

author img

By

Published : Apr 8, 2020, 2:58 PM IST

chhattisgarh-govt-launches-online-school-
ଛତିଶଗଡ ସରକାରଙ୍କ କୋଭିଡ୍-19 ପ୍ରତିରକ୍ଷା, ଆରମ୍ଭ ହେଲା ଅନଲାଇନ୍ ସ୍କୁଲ୍ ପୋର୍ଟାଲ୍

ରାୟପୁର: ଛତିଶଗଡ଼ ସରକାର ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ନେଇଛନ୍ତି ସ୍ଵତନ୍ତ୍ର ପଦକ୍ଷେପ। ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ଏଥିରେ ଅନ୍ତର୍ଗତ କରାଯାଇଛି। ସ୍କୁଲ ଛାତ୍ରଛାତ୍ରଛାତ୍ରୀମାନେ ମଙ୍ଗଳବାର ଦିନ ଭୁପେଶ୍ ବାଗେଲ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ଲକ୍ ଡାଉନ୍ ସମୟରେ ଘରେ ବସି ଶିକ୍ଷା ଗ୍ରହଣ କରିପାରିବେ ବୋଲି ବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ ସଚିବ ଆଲୋକ ଶୁକ୍ଲା କହିଛନ୍ତି।

ମୁଖ୍ୟମନ୍ତ୍ରୀ ଭୁପେଶ୍ ବାଗେଲ ମଙ୍ଗଳବାର ଦିନ 'ପାଦାଇ ତୁନହାର ଦ୍ୱାର' (ଆପଣଙ୍କ ଦ୍ୱାରରେ ଶିକ୍ଷା) ନାମକ ପୋର୍ଟାଲର ଉଦଘାଟନ କରିଛନ୍ତି। “ଲକଡାଉନ୍ ଅବଧି ପରେ ମଧ୍ୟ ଏହି ସୁବିଧା ଜାରି ରହିବ। ବର୍ତ୍ତମାନ ସୁଦ୍ଧା, ଶ୍ରେଣୀ ୧ ରୁ ୧୦ ପର୍ଯ୍ୟନ୍ତ ଛାତ୍ରମାନେ ଅନ୍ତର୍ଭୁକ୍ତ ହେବେ, କିନ୍ତୁ ଏହା ଶେଷରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନଙ୍କ ପାଇଁ ଏବଂ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ବିସ୍ତାର ହେବ। ଅନ୍ୟ ହିନ୍ଦୀ ଭାଷାଭାଷୀ ଛାତ୍ରମାନେ ମଧ୍ୟ ଏହାର ବ୍ୟବହାର କରିପାରିବେ ବୋଲି ସେ କହିଛନ୍ତି। ସୋମବାର ଦିନ ଏହାର ପରୀକ୍ଷା ଚାଲିଥିବା ବେଳେ ୪୦,୦୦୦ ରୁ ଅଧିକ ଲୋକ ଏହି ପୋର୍ଟାଲ ପରିଦର୍ଶନ କରିଥିଲେ ବୋଲି ସେ କହିଛନ୍ତି।

ମଙ୍ଗଳବାର ଏହାର ଶୁଭାରମ୍ଭ ପରେ ଶହ ଶହ ଶିକ୍ଷକ ଏବଂ ଛାତ୍ର ନାମ ଲେଖାଇଥିବାବେଳେ ୧୫୦ ରୁ ଅଧିକ ଭିଡିଓ ଏବଂ ଅନ୍ୟାନ୍ୟ ପାଠ୍ୟକ୍ରମ ସାମଗ୍ରୀ ଅପଲୋଡ୍ ହୋଇଛି ବୋଲି ଏଠାରେ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.