ETV Bharat / bharat

ବନ୍ଧୁତ୍ବ ଏବଂ ଫସଲ ବୃଦ୍ଧି ପାଇଁ ପାଳନ କରାଯାଏ ଭୋଜଲି ପର୍ବ - ରାୟପୁର

ଛତିଶଗଡରେ ଧୂମଧାମରେ ପାଳିତ ହୋଇଯାଇଛି ଭୋଜଲି ପର୍ବ । ଭଲ ଫସଲ ଓ ବନ୍ଧୁତ୍ବର କାମନା କରି ଏହି ପର୍ବ ପାଳି କରିଥାନ୍ତି ପଡୋଶୀ ଛତିଶଗଡବାସୀ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 17, 2019, 1:17 PM IST

ରାୟପୁର: ପଡୋଶୀ ରାଜ୍ୟ ଛତିଶଗଡରେ ପାଳିତ ହୋଇଯାଇଛି ଭୋଜଲୀ ପର୍ବ । ଏହା ରାଜ୍ୟରେ ‘ଫ୍ରେଣ୍ଡସିପ ଡେ’ ଅର୍ଥାତ୍ ବନ୍ଧୁତ୍ବ ଦିବସ ଭାବେ ବେଶ ପରିଚିତ । ନାଗ ପଞ୍ଚମୀ ଦିନ ଠାରୁ ଆରମ୍ଭ ହୋଇ ରାକ୍ଷୀ ପୂର୍ଣ୍ଣିମା ପରଦିନ ପର୍ଯ୍ୟନ୍ତ ଏହାକୁ ପାଳନ କରାଯାଇଥାଏ । ଦେଶର ଅନେକ ସ୍ଥାନରେ ଭୋଜଲି ପର୍ବ ପାଳିତ ହେଉଥିବା ବେଳେ, ଏହାର ଅଲଗା ଅଲଗା ନାଁ ମଧ୍ୟ ରହିଛି।

ଭଲ ଫସଲ ଉତ୍ପାଦନ ପାଇଁ ଏହି ପର୍ବକୁ ପାଳନ କରାଯାଏ । ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଭୋଜଲୀର ଅର୍ଥ 'ଭୂତଳ ଜଳ ବୃଦ୍ଧି ପାଇଁ କରାଯାଉଥିବା ପୂଜା । ତେବେ ଏହା ବନ୍ଧୁତାର ଦିବସ ମଧ୍ୟ ଭାବେ ପରିଚିତ । ଏହି ପର୍ବକୁ ଛତିଶଗଡବାସୀ ବେଶ ଧୂମଧାମରେ ପାଳନ କରିଥାନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନାଗ ପଞ୍ଚମୀ ଦିନ ଗହମକୁ ପାଣିରେ ଗଜା ହେବାପାଇଁ ଭିଜେଇ ରଖାଯାଇଥାଏ । ଏହା ଗଜା ହୋଇ ହୋଇଥାଏ । ନବମୀ ଠାରୁ ପ୍ରତିଦିନ ଏହାକୁ ପୂଜା କରାଯାଇଥାଏ । ଆଉ ଏହା ବଡ ହେବା ପାଇଁ ପ୍ରାର୍ଥନା କରାଯାଇଥାଏ । ଛୋଟ ଛୋଟ ତଳି ଆକାରର ହେବା ପରେ ଚଳିତ ଥର ଭଲ ଫସଲ ହେବ ବୋଲି ସଙ୍କେତ ମିଳିଥାଏ । ଏହାସହ ରାଜ୍ୟରେ ଭଲ ବର୍ଷା ହେବା ନେଇ ମଧ୍ୟ ପ୍ରାର୍ଥନା କରାଯାଏ । ଯାହା ଦ୍ବାରା ଫସଲ ଭଲ ହୋଇଥାଏ ।

ଏହାପରେ ଗହମ ତଳିକୁ ବିସର୍ଜନ କରିବା ଦିନ ଗାଁରେ ଜଣେ ଅନ୍ୟ ଜଣଙ୍କୁ ପ୍ରଦାନ କରିଥାଏ । ଯାହା ଦ୍ବାରା ପୂରୁଣା ଶତ୍ରୁତା ମଧ୍ୟ ଦୂର ହୋଇଥାଏ । ଆଉ ସାରା ଜୀବନ ପ୍ରତିଜ୍ଞା କରାଯାଏ ଯେ, ସବୁଦିନ ବନ୍ଧୁତ୍ବ ବଜାୟ ରଖିବାକୁ। ଏଭଳି ଭାବେ ଦେବୀ ସାଧନା ସହ ପରିବେଶ ମଧ୍ୟ ରକ୍ଷା କରାଯାଇଥାଏ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.