ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କୋରୋନା ଭାଇରସ ଲକଡାଉନର ଆର୍ଥିକ ଅବନତିର ମୁକାବିଲା ପାଇଁ ରାଜ୍ୟ ନିମନ୍ତେ 30,000 କୋଟି ଟଙ୍କା ସହାୟତା ମାଗିଛନ୍ତି ।
ଏଥିସହ ଶିଳ୍ପ, ବ୍ୟବସାୟ, ସେବା ଏବଂ କୃଷି କ୍ଷେତ୍ରକୁ ସହାୟତା ଯୋଗାଇ ଦିଆଯାଇପାରିବ ବୋଲି ସେ କହିଛନ୍ତି । ଏହି ସହାୟତା ଆସନ୍ତା ତିନିମାସ ମଧ୍ୟରେ ରିଲିଫ ଏବଂ ଜଲକଲ୍ୟାଣକାରୀ ଯୋଜନା ତଥା ରାଜ୍ୟରେ ରାଜସ୍ବ ଆଦାୟ ସହ ଜଡିତ ଅର୍ଥନୈତିକ କାର୍ଯ୍ୟକଳାପରେ ସହାୟକ ହେବ ବୋଲି ସେ କହିଛନ୍ତି ।