ETV Bharat / bharat

ଆରପାରିରେ ଛତିଶଗଡର ପୂର୍ବତନ ସାଂସଦ ବଂଶୀଲାଲ ମହତୋ - former MP Dr Banshilal Mahto died

ଛତିଶଗଡର ବରିଷ୍ଠ ବିଜେପି ନେତା ତଥା ଦଳର ପୂର୍ବତନ ସାଂସଦ ବଂଶୀଲାଲ ମହତୋଙ୍କ ଦେହାନ୍ତ। ମୃତ୍ୟୁବେଳକୁ ତାଙ୍କୁ 79 ବର୍ଷ ହୋଇଥିଲା। ଅଧିକ ଖବର ପଢନ୍ତୁ...

ଆରପାରିରେ ଛତିଶଗଡର ପୂର୍ବତନ ସାଂସଦ ବଂଶୀଲାଲ ମହତୋ
author img

By

Published : Nov 24, 2019, 11:37 AM IST

ରାୟପୁର: ଛତିଶଗଡର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ବଂଶୀଲାଲ ମହତୋଙ୍କ ଦେହାନ୍ତ। ଲିଭର ଜନିତ ସମସ୍ୟା ପାଇଁ ଶନିବାର ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 79 ବର୍ଷ ହୋଇଥିଲା।

ଦେହ ଅସୁସ୍ଥ କାରଣରୁ ବଂଶୀଲାଲ ମହତୋଙ୍କୁ ନଭେମ୍ବର 15ରେ ହାଇଦ୍ରାବାଦର ଏକ ବେସରକାରୀ ଡାକ୍ତରଖାନାରେ ପ୍ରଥମେ ଭର୍ତ୍ତି କରାଯାଇଥିଲା।ହେଲେ ଶାରୀରିକ ସ୍ଥିତି ସେଠାରେ ବିଗିଡିବା ସହ ଶନିବାର ତାଙ୍କୁ କୋରବା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ବିଳାସପୁର ମେଡିକାଲରେ ଏୟାର ଆମ୍ବୁଲାନ୍ସ ଯୋଗେ ପହଞ୍ଚିବା ପୂର୍ବରୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ଆୟୁର୍ବେଦିକ ଡାକ୍ତରରୁ ରାଜନେତା ପାଲଟିଥିବା ବଂଶୀଲାଲ 2014 ଲୋକସଭା ନିର୍ବାଚନରେ କୋର୍ବାରୁ ବିଜୟ ଲାଭ କରିଥିଲେ। ହେଲେ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଚଳିତ ବର୍ଷ ନିର୍ବାଚନରେ ବିଜେପିରୁ ଟିକେଟରୁ ଲଢିବା ପାଇଁ ସେ ମନା କରିଦେଇଥିଲେ।

ପୂର୍ବତନ ସାଂସଦଙ୍କ ନିଧନରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓ ରାଜ୍ୟ ବିଜେପିର ଦଳୀୟ ନେତୃବୃନ୍ଦ ଦୁଃଖ ପ୍ରକାଶ କରିଛନ୍ତି। ''ମହତୋ କେବଳ ଲୋକପ୍ରିୟ ରାଜନେତା ନୁହେଁ ବରଂ ଦକ୍ଷ ସମାଜସେବୀ ଥିଲେ। ଡାକ୍ତର ଭାବେ ସେ ତାଙ୍କ ସାରା ଜୀବନ ଲୋକଙ୍କ ସେବା ପାଇଁ ଉତ୍ସଗ କରିଥିଲେ। ଏହାସହ ଶିକ୍ଷାକ୍ଷେତ୍ରରେ ମଧ୍ୟ ସେ ତାଙ୍କର ଅବଦାନର ଛାପକୁ ଆଜି ଛାଡି ଦେଇ ଯାଇଛନ୍ତି'' ବୋଲି ଛତିଶଗଡ ସରକାର ଟ୍ବିଟ କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.