ETV Bharat / bharat

ଦାନ୍ତେୱାଡାରେ 5 ମାଓବାଦୀଙ୍କ ଆତ୍ମସମର୍ପଣ

author img

By

Published : Aug 26, 2020, 10:40 PM IST

ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ଲଗାତାର ପୋଲିସକୁ ମିଳୁଛି ସଫଳତା । ବୁଧବାର ପୁଣି 5 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦନ୍ତେୱାଡାରେ 5 ମାଓବାଦୀଙ୍କ ଆତ୍ମସମର୍ପଣ
ଦନ୍ତେୱାଡାରେ 5 ମାଓବାଦୀଙ୍କ ଆତ୍ମସମର୍ପଣ

ରାୟପୁର: ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ଲଗାତାର ପୋଲିସକୁ ମିଳୁଛି ସଫଳତା । ନକ୍ସଲଙ୍କ କାର୍ଯ୍ୟକଳାପ ଏବଂ ନିର୍ଯାତନା ସହିନପାରି ଲୋନ୍ ଭାରାଟୁ ଅଭିଯାନ ଦ୍ୱାରା ପ୍ରଭାବିତ ହୋଇ ବୁଧବାର 5 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

ଜିଲ୍ଲାରେ ଲୋନ ଭାରାଟୁ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ହାର୍ଡକୋର ମାଓବାଦୀଙ୍କ ଫଟୋ ସମେତ ପୋଷ୍ଟର ଛପାଯାଇଛି । ଏହା ସହ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି । ଏଥିରେ ପ୍ରଭାବିତ ହୋଇ ଆଜି ଦାନ୍ତେୱାଡା ଏସପି ଡକ୍ଟର ଅଭିଷେକ ପାଲ୍ଲାଭ ଏବଂ ସିଆରପିଏଫ ଡିଜି ବିନୟ କୁମାର ସିଂଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି 5 ମାଓବାଦୀ ।

ଦନ୍ତେୱାଡାରେ 5 ମାଓବାଦୀଙ୍କ ଆତ୍ମସମର୍ପଣ
ଦନ୍ତେୱାଡାରେ 5 ମାଓବାଦୀଙ୍କ ଆତ୍ମସମର୍ପଣ

ସମସ୍ତ ମାଓବାଦୀଙ୍କୁ 10 ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଇଥିଲା । ସମର୍ପିତ ନକ୍ସଲମାନେ ସାଧୁ ରେୱାଲେ ଷ୍ଟେସନରେ ଲୁଟ୍, ଆକ୍ରମଣ, ହତ୍ୟା, ଅଗ୍ନିକାଣ୍ଡ, ଅନିର୍ଦ୍ଦିଷ୍ଟ ଗୁଳି ଚଳାଇବା ଭଳି ମାମଲାରେ ଜଡିତ ଥିଲେ । ଏହା ସହିତ ଅନ୍ୟ ନକ୍ସଲମାନେ ହତ୍ୟା, ରାସ୍ତା କାଟିବା, ଆଇଇଡି ବିସ୍ଫୋରଣ, ଲୁଟ୍ କରିବା ଏବଂ ଗ୍ରାମବାସୀଙ୍କୁ ସଂଗଠନ ସହିତ ଯୋଡ଼ିବାରେ ଲାଗିଥିଲେ । ତେବେ ଏହି ଅଭିଯାନ ଅନ୍ତର୍ଗତ ଏପର୍ଯ୍ୟନ୍ତ 102 ଜଣ ଆତ୍ମସମର୍ପଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.