ରାୟପୁର: କୋରୋନା ମୁକାବିଲା ପାଇଁ ସବୁ ଜିଲ୍ଲାରେ 100 ଶର୍ଯ୍ୟା କରିବ ଛତିଶଗଡ । ଏହା ସହ 6ଟି ମେଡିକାଲ କଲେଜର କୋରୋନା ସଂକ୍ରମିତ ଲୋକଙ୍କ ପାଇଁ ଚିକିତ୍ସା ପ୍ରଦାନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ଶୁକ୍ରବାର କିଛି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ବଘେଲ ।
ଏହା ସହ ମୁଖ୍ୟମନ୍ତ୍ରୀ ବଘେଲ ରାୟପୁରରେ ଥିବା 2ଟି ଏମ୍ସ ଓ ଜଗଦଲପୁର ମେଡିକାଲ କଲେଜ ସମୀକ୍ଷା କରିବା ସହ ଟେଷ୍ଟିଂ କିଟର ଯାଞ୍ଚ କରିଥିଲେ । ଶୁକ୍ରବାର ପର୍ଯ୍ୟନ୍ତ ଛତିଶଗଡରେ 81ଟି ରକ୍ତ ନମୂନା ପରୀକ୍ଷା କରାଯାଇଛି । 6 ଜଣଙ୍କ ଠାରେ କୋରୋନା ଚିହ୍ନଟ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଛତିଶଗଡରେ 289ଟି ପରୀକ୍ଷା କରାଯାଇଛି ।