ETV Bharat / bharat

ଏକ୍ସରେ ଧରିପାରୁନଥିବା ରୋଗକୁ ଚିହ୍ନଟ ଓ ନିରାକରଣ କରିପାରିବ କୃତ୍ରିମ ବୁଦ୍ଧିମତା

author img

By

Published : Aug 4, 2019, 2:04 AM IST

ଟେକ୍ନୋଲୋଜି ଏକ ଏପରି ଅବଦାନ ଯାହାକୁ ସଠିକ୍ ଉପାୟରେ ବ୍ୟବହାର କରିପାରିଲେ ଅନେକ ସମସ୍ୟାକୁ ଦୁର କରାଯାଇପାରିବ । ଏହା ମଧ୍ୟ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ନିରାକରଣରେ ବ୍ୟବହାର ହୋଇପାରିବ । ଏପରିକି ହୃଦଘାତ ଭଳି ଜଟିଳ ସମସ୍ୟା ଆଗୁଆ ଜଣାପଡିବା ସହ ଏହାର ନିରାକରଣ ମଧ୍ୟ କରାଯାଇପାରିବ । Artificial Intelligenceର ସହାୟତାରେ ଅନେକ ସମସ୍ୟାର ସମାଧାନ କରାଯାଇପାରିବ ।

ଡିଜାଇନ ଫଟୋ

ହାଇଦ୍ରାବାଦ: ସାଧାରଣତଃ ହୃଦଘାତ କିମ୍ବା Cardiovascular ସମସ୍ୟା ହେଲେ ଛାତିରେ ଏକ୍ସ-ରେ କରାଯାଇଥାଏ । ମାତ୍ର ବର୍ତ୍ତମାନ Artificial Intelligence(AI) ବା କୁତ୍ରିମ ବୁଦ୍ଧିମତ୍ତା ସହାୟତାରେ ଛାତିରେ ହେବାକୁ ଥିବା ସମସ୍ତ ସମସ୍ୟା ବିଷୟରେ ଆଗୁଆ ସୂଚନା ମିଳିପାରିବ । ଏହାସହ ମନୁଷ୍ୟର ମୃତ୍ୟୁ ବିଷୟରେ ମଧ୍ୟ ଅନୁମାନ ଲଗାଯାଇପାରିବ ବୋଲି ମତ ରଖିଛନ୍ତି Massachusetts General Hospitalର ବୈଜ୍ଞାନିକ । AI ସହାୟତାରେ ଛାତିର ଏକ୍ସ-ରେ ଜରିଆରେ ହୃଦଘାତ, ଫୁସଫୁସ କ୍ୟାନ୍ସର ଭଳି ଅନ୍ୟ ସମସ୍ୟାର ନିରାକରଣ କରାଯାଇପାରିବ ।

ଆମ ଦୈନନ୍ଦିନ ଜୀବନରେ ଅନେକ ଟେକ୍ନୋଲୋଜିର ବ୍ୟବହାର କରିଥାଉ । ଯଥା ସ୍ମାର୍ଟ ଫୋନରେ ସ୍ପିଚ ରେକଗନେସନ ଅପସନ୍, ଫଟୋ ଟ୍ୟାଗିଂ, ସେଲ୍ଫ ଡ୍ରାଇଭିଂ ଆଦି । ସେହିପରି AI ମଧ୍ୟ ଏହି ପ୍ରକାର ଟେକ୍ନୋଲୋଜିର ଅବଦାନ । ମେଡିସିନ କ୍ଷେତ୍ରରେ ବଡ ଧରଣର ଅଦଳବଦଳ ହୋଇପାରିଛି ଏହାର କାରଣ AI । କେତେକ ସ୍ଥାନରେ AI ର ସହାୟତାରେ ଏକ୍ସ-ରେ କରାଯାଇ ନିମୋନିଆ ଓ ଟ୍ୟୁବରକୁଲୋସିସର ଯାଞ୍ଚ କରାଯାଇପାରୁଛି ।

ଯଦି ଏହି ଟେକ୍ନୋଲୋଜିର ବ୍ୟବହାର କରାଯାଇ ରୋଗ ନିରାକରଣ ହୋଇପାରନ୍ତା ତେବେ ଅନେକ ଜଟିଳ ସମସ୍ୟା ଦୂର ହୋଇପାରନ୍ତା । Massachusetts General Hospitalର ନିର୍ଦ୍ଦେଶକଙ୍କ ଏକ ଟିମ୍ ଆଧୁନିକ AI ଉପକରଣ ନିର୍ମାଣ କରିଥିଲେ ଓ ଏହାର ନାମ ଦେଇଥିଲେ CXR-risk । ଏଥିରେ 85 ହଜାର ଏକ୍ସ-ରେକୁ ବିଶ୍ଲେଷଣ କରାଯାଇଥିଲା । ପ୍ରତ୍ୟେକ ଏକ୍ସ-ରେ ସହ ଏକ ଡାଟା ସଂଯୋଗ କରାଗଲା । ତାହା ହେଲା,‘ କଣ ସେହି ବ୍ୟକ୍ତି 12 ବର୍ଷ ବଞ୍ଚି ପାରିବ ? ’ ଏହା କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବ୍ୟକ୍ତିଙ୍କ ମୃତ୍ୟୁ ସମୟକୁ ଆକଳନ କରିବା ସହ ଶାରୀରିକ ସମସ୍ୟା ବିଷୟେର ଅବଗତ ହେବା ।

ଏହାପରେ 16 ହଜାର ରୋଗୀଙ୍କ ସହ ପରୀକ୍ଷା କରାଗଲା । ସେମାନଙ୍କ ମଧ୍ୟରୁ 53 ପ୍ରତିଶତ ବ୍ୟକ୍ତି 12 ବର୍ଷ ମଧ୍ୟରେ ମୃତ୍ୟୁ ହୋଇଯିବ ବୋଲି ଜଣାପଡିଥିଲା । ଏହାକୁ ‘Very High Risk’ବୋଲି ନାମ ଦିଆଗଲା । ତେବେ CXR-risk ଦ୍ବାରା ଲମ୍ବା ସମୟ ପର୍ଯ୍ୟନ୍ତ ମୃତ୍ୟୁକୁ ରୋକାଯାଇପାରିବ । ଏହାକୁ ଅଧିକ ସକ୍ରିୟ କରାଯାଇପାରିବ ଯଦି ଅଧିକ ଫ୍ୟାକ୍ଟର ଏଥିରେ ସଂଯୋଗ କରାଯାଏ ଯଥା ଜେନେଟିକ୍ସ ସମସ୍ୟା ଓ ଧ୍ରୁମପାନ ସମସ୍ୟା । ଯଦି ଆମକୁ ଆଗୁଆ ରୋଗ ବିଷୟରେ ସୂଚନା ମିଳିଯାଏ ତେବେ ଏହାର ପ୍ରତିକାର କରାଯାଇପାରିବ ବୋଲି ବୈଜ୍ଞାନିକ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.