ETV Bharat / bharat

ଛାତି X-RAY ଦ୍ବାରା ଚିହ୍ନଟ ହେବେ କୋରୋନା ରୋଗୀ

author img

By

Published : May 10, 2020, 3:43 PM IST

ଉତ୍ତରପ୍ରଦେଶ ଲକ୍ଷ୍ନୌର କେଜିଏମୟୁ ଏବଂ ଅବଦୁଲ କଲାମ ଟେକ୍ନିକାଲ ୟୁନିଭରସିଟି ମିଶି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅଧିନରେ ଏକ ପ୍ରୋଗ୍ରାମ ପ୍ରସ୍ତୁତ କରିଛନ୍ତି । ଯାହା ଦ୍ବାରା ଛାତିର x-ray ଦେଖି ଜଣାପଡିବ ଯେ ରୋଗୀ ଜଣଙ୍କ କୋରୋନା ଆକ୍ରାନ୍ତ କି ନାହିଁ...

chest x-ray
ଛାତି x-ray ଦ୍ବାରା ଚିହ୍ନଟ ହେବେ କୋରୋନା ରୋଗୀ

ଲକ୍ଷ୍ନୌ: କୋରୋନାକୁ ନେଇ ସମଗ୍ର ବିଶ୍ବ ଚିନ୍ତିତ । ଏଣୁ କୋରୋନାର ମୁକାବିଲା ପାଇଁ ସମଗ୍ର ବିଶ୍ବ ଏକଜୁଟ ହୋଇଛି । ତେବେ ଏହା ମଧ୍ୟରେ ଉତ୍ତରପ୍ରଦେଶ ଲକ୍ଷ୍ନୌର କେଜିଏମୟୁ ମେଡିକାଲ ଏବଂ ଅବଦୁଲ କଲାମ ଟେକ୍ନିକାଲ ୟୁନିଭରସିଟି ମିଶି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅଧିନରେ ଏକ ପ୍ରୋଗ୍ରାମ ପ୍ରସ୍ତୁତ କରିଛନ୍ତି । ଯାହା ଦ୍ବାରା ଛାତିର x-ray ଦେଖି ଜଣାପଡିବ ଯେ ରୋଗୀ ଜଣଙ୍କ କୋରୋନା ଆକ୍ରାନ୍ତ କି ନୁହେଁ ।

ୟୁପିର ସବୁଠାରୁ ବଡ ମେଡିକାଲ କେଜିଏମୟୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କୋରୋନା ରୋଗୀଙ୍କ ଛାତିର x-ray ମଗାଇ ଏହା ଉପରେ କାମ ଆରମ୍ଭ କରିଛନ୍ତି । ଯାହା ବହୁତ ଶୀଘ୍ର କ୍ଲିନିକାଲ ପରୀକ୍ଷା ପାଇଁ ପଠାଯିବ । ତେବେ ଏନେଇ ଏକ ପ୍ରେସ କନଫରେନ୍ସ ଜରିଆରେ କେଜିଏମୟୁ ସୂଚନା ଦେଇଛନ୍ତି ।

ପ୍ରେସ କନଫରେନ୍ସରେ କୁହାଯାଇଛି ଯେ, ଚୀନ ଏବଂ ଆମେରିକା ପରେ କେଜିଏମୟୁ ବହୁତ ଶୀଘ୍ର x-ray ଦେଖି କୋରୋନା ରୋଗୀ ଚିହ୍ନଟ କରିବ । ତେବେ x-ray ଦ୍ବାରା କୋରୋନା ରୋଗୀ ଚିହ୍ନଟ ହେବା ସହ ରୋଗୀ କେତେଦିନ ମଧ୍ୟରେ ଠିକ ହେବ ସେନେଇ ମଧ୍ୟ ଜଣାପଡିବ ।

ପ୍ରକାଶ ଥାଉକି, ଯେତେବେଳେ ଚୀନରେ ରାପିଡ ଟେଷ୍ଟ କିଟର ଅଭାବ ପରିଲଖିତ ହୋଇଥିବା ସେତେବେଳେ ଚୀନର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ x-ray ଦ୍ବାରା କୋରୋନା ରୋଗୀ ଚିହ୍ନଟ କରିଥିଲେ । ତେବେ ବହୁତ ଶୀଘ୍ର ଭାରତରେ ମଧ୍ୟ ଏହା ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.