ETV Bharat / bharat

ମହିଳାଙ୍କ ପାଇଁ ପ୍ରୀତି ତିଆରି କଲେ ଇକୋ ଫ୍ରେଣ୍ଡଲି ସାନିଟାରୀ ନାପକିନ - preethi

ଇକୋ ଫ୍ରେଣ୍ଡଲି ନାପକିନ ତିଆରି କରି ଚର୍ଚ୍ଚାରେ ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟରେ କ୍ରିଷ୍ଟାଲ ଗ୍ରୋଥ ସେଣ୍ଟର ବିଭାଗର ରିସର୍ଚ୍ଚ ଛାତ୍ରୀ ପ୍ରୀତି ରାମଦୋସ।

ଫଟୋ ସୌଜନ୍ୟ : ଏନଏନଆଇ
author img

By

Published : Feb 14, 2019, 2:26 PM IST

ଚେନ୍ନାଇ: ବଲିଉଡ ଚଳଚ୍ଚିତ୍ର ପ୍ୟାଡମ୍ୟାନ ପରେ ଏବେ ମହିଳାଙ୍କ ପାଇଁ ସଚେତନତା ଲୋକଙ୍କ ଭିତରେ ବଢୁଛି। ମହିଳାଙ୍କ ସୁରକ୍ଷିତ ମାସିକ ଋତୁସ୍ରାବ ପାଇଁ ଏବେ ପ୍ରସ୍ତୁତ ହେଲାଣି ବିଭିନ୍ନ ପ୍ରକାର ସାନିଟାରୀ ନାପକିନ। ଏବେ ଇକୋ ଫ୍ରେଣ୍ଡଲି ନାପକିନ ତିଆରି କରି ଚର୍ଚ୍ଚାରେ ଚେନ୍ନାଇର ଆନ୍ନା ବିଶ୍ବ ବିଦ୍ୟାଳୟରେ କ୍ରିଷ୍ଟାଲ ଗ୍ରୋଥ ସେଣ୍ଟର ବିଭାଗର ରିସର୍ଚ୍ଚ ଛାତ୍ରୀ ପ୍ରୀତି ରାମଦୋସ।

ମାସିକ ଋତୁସ୍ରାବ ସମୟରେ ମହିଳା ଅନେକ ସମସ୍ୟା ଭୋଗିଥାନ୍ତି। ଏସବୁ ମୁଁ ଦେଖେ ଆଉ କିଛି ନୂଆ କରିବା ପାଇଁ ଚିନ୍ତା କରେ। ଶେଷରେ ମହିଳାଙ୍କ ସୁବିଧା ଓ ପରିବେଶ ସୁରକ୍ଷା ପାଇଁ ଏଭଳି ଇକୋ ଫ୍ରେଣ୍ଡଲି ନାପକିନ ବନାଇବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ପ୍ରୀତି।

ଏହି ନାପକିନ ଗୋଟିଏ ମାସ ଭିତରେ ନଷ୍ଟ ହୋଇଯିବା ସହ ଟଏଲେଟ ଫ୍ଲସରେ ମଧ୍ୟ ମିଶିଯିବ। ଏଭଳି ନାପକିନ ପରିବେଶ ପ୍ରଦୂଷଣ ରୋକିବାରେ ସାହାଯ୍ୟ କରିବ। ଏହି ନାପକିନକୁ ହଳଦୀ, ସେଲ୍ୟୁଲୋଜ ଡେରିଭେଟିଭ, ନିମ୍ବ, ଲେମ୍ବୁ ଆଦିର ବ୍ୟବହାର କରାଯାଇ ବନାଯାଇଛି । ଏହି ସବୁ ଜିନିଷ ମହିଳାଙ୍କ ଋତୁସ୍ରାବ ସମୟରେ ସାହାଯ୍ୟକାରୀ ବୋଲି ସେ କହିଛନ୍ତି।

sample description

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.