ETV Bharat / bharat

7 ବର୍ଷର ଶିଶୁ ପାଟିରେ ଥିଲା 526 ଟି ଦାନ୍ତ - 7 ବର୍ଷର ଶିଶୁ

ଏକ 7 ବର୍ଷର ଶିଶୁର ପାଟିରୁ 526 ଟି ଦାନ୍ତ ଅପରେସନ କରି ବାହାର କରିଛନ୍ତି ତାମିଲନାଡୁ ଚେନ୍ନାଇର ସବିତା ଡେଣ୍ଟାଲ କଲେଜର ଡାକ୍ତରମାନେ ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Aug 1, 2019, 3:24 AM IST

ଚେନ୍ନାଇ : ତାମିଲନାଡୁ ଚେନ୍ନାଇର ସବିତା ଡେଣ୍ଟାଲ କଲେଜରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଡାକ୍ତରମାନେ ଏକ 7 ବର୍ଷର ଶିଶୁର ପାଟିରୁ 526 ଟି ଦାନ୍ତ ଅପରେସନ କରି ବାହାର କରିଛନ୍ତି। ତେବେ ଏହି ଦାନ୍ତଗୁଡିକ ମାଢିର ହାଡରେ ଏଭଳି ଭାବେ ଲାଗି ରହିଥିଲା ଯେ, ବାହାରକୁ କିଛି ଜଣା ପଡ଼ୁନଥିଲା। ବର୍ତ୍ତମାନ ଏହି ଶୁଶୁ ପାଟିରେ 21 ଟି ଦାନ୍ତ ରହିଛି।

ତେବେ ଶିଶୁଟି କମ୍ପାଉଣ୍ଡ କମ୍ପୋସିଟ ଓଣ୍ଡନଟୋମ ରୋଗରେ ପୀଡିତ ଥିଲା । 3 ବର୍ଷ ବୟସରୁ ତା ମୁହଁ ଧୀରେ ଧୀରେ ଫୁଲିବା ଆରମ୍ଭ ହୋଇଥିଲା । କିନ୍ତୁ ପ୍ରାରମ୍ଭରେ ତା ମା-ବାପା ଏଦିଗରେ ଏତେ ଗୁତୁତ୍ବ ଦେଇନଥିଲେ । ପରେ ମୁହଁର ଫୁଲା ବଢ଼ିବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏକ୍ସ-ରେ ଓ ସ୍କାନ ପରେ ତା ପାଟିର ଡାହାଣ ପଟେ ବହୁ ସଂଖ୍ୟକ ଛୋଟ ଛୋଟ ଦାନ୍ତ ରହିଥିବା ଜଣାପଡ଼ିଥିଲା। ତେବେ ଡାକ୍ତରମାନେ ଉକ୍ତ ଫୁଲା ସ୍ଥାନଟିକୁ ଅପରେସନ କରି କ୍ଷୁଦ୍ର କ୍ଷୁଦ୍ର ୫୨୬ଟି ଦାନ୍ତ ବାହାର କରିଥିଲେ। ଏସବୁ ଦାନ୍ତର ଓଜନ ପ୍ରାୟ ୨୦୦ ଗ୍ରାମ ଥିଲା।

ତେବେ ସର୍ଜରୀ ପାଇଁ ଡାକ୍ତରଙ୍କୁ ଦୀର୍ଘ 5 ଘଣ୍ଟା ଲାଗିଥିଲା । ସର୍ଜରିର 3 ଦିନ ମଧ୍ୟରେ ଶିଶୁଟି ସୁସ୍ଥ ଥିବା ଜଣା ପଡିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.