ETV Bharat / bharat

ତିରୁମାଲା ମନ୍ଦିରକୁ 2.1 କୋଟିର ଦାନ

author img

By

Published : Jul 27, 2020, 12:13 PM IST

ଚେନ୍ନାଇର ଏକ କମ୍ପାନୀ ଆନ୍ଧ୍ରପ୍ରଦେଶର ତିରୁପତି ନିକଟ ତିରୁମାଲା ଠାରେ ଥିବା ପ୍ରଭୁ ଭେଙ୍କଟେଶ୍ବରା ମନ୍ଦିରକୁ 2.1 କୋଟି ଟଙ୍କା ଦାନ କରିଛନ୍ତି। ରବିବାର ଜଣେ ମନ୍ଦିର ଅଧିକାରୀ ଏହି ସୂଚନା ଦେଇଛନ୍ତି।

ତିରୁମାଲା ମନ୍ଦିରକୁ 2.1 କୋଟି ଦାନ
ତିରୁମାଲା ମନ୍ଦିରକୁ 2.1 କୋଟି ଦାନ

ଚେନ୍ନାଇ: ଚେନ୍ନାଇର ଏକ କମ୍ପାନୀ ଆନ୍ଧ୍ରପ୍ରଦେଶର ତିରୁପତି ନିକଟ ତିରୁମାଲାର ପ୍ରଭୁ ଭେଙ୍କଟେଶ୍ବରା ମନ୍ଦିରକୁ 2.1 କୋଟି ଟଙ୍କା ଦାନ କରିଛନ୍ତି। ରବିବାର ଜଣେ ମନ୍ଦିର ଅଧିକାରୀ ଏହି ସୂଚନା ଦେଇଛନ୍ତି। କମ୍ପାନୀ ଆସେସ୍ ହେଲଥ କେୟାରର ଉପାଧ୍ୟକ୍ଷ ବର୍ଦ୍ଧମାନ ଜୈନଙ୍କ ପକ୍ଷରୁ ଏହି ଦାନ କରାଯାଇଛି ।

ବର୍ଦ୍ଧମାନ ଜୈନ ଓ ତାଙ୍କ ପରିବାର ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମନ୍ଦିରରେ ପୂଜାର୍ଚ୍ଚନ କରିବା ପରେ ଚେକ୍ ହସ୍ତାନ୍ତର କରିଛନ୍ତି । ଏହା ଦେବସ୍ଥାନ ମନ୍ଦିରର ପରିଚାଳନା କାର୍ଯ୍ୟ କରିଥାଏ । ଶ୍ରୀ ଭେଙ୍କଟେଶ୍ବର ଭକ୍ତି ଚ୍ୟାନେଲର ବିକାଶ ପାଇଁ କମ୍ପାନୀର ଏହି ରାଶିକୁ ବ୍ୟବହାର କରିବାକୁ TTDକୁ ଅନୁରୋଧ କରାଯାଇଛି ।

ଭେଙ୍କଟେଶ୍ବର ମନ୍ଦିର ତିରୁପତିଙ୍କର ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର । ତିରୁପତି ଭାରତର ଅନ୍ୟତମ ପ୍ରସିଦ୍ଧ ତୀର୍ଥସ୍ଥାନ ଭାବରେ ପରିଗଣିତ ହୁଏ । ଏହା ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାରେ ଅବସ୍ଥିତ । ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଏଠାକୁ ଆସନ୍ତି। ତିରୁପତି ତିରୁମାଲା ଦେବସ୍ଥାନମ୍ ଶ୍ରୀ ଭେଙ୍କଟେଶ୍ବର ବାଲ ମନ୍ଦିର ଟ୍ରଷ୍ଟ ଚଳାନ୍ତି । ଏହି ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଗରିବ ଲୋକଙ୍କୁ ଚିକିତ୍ସା କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.