ଚେନ୍ନାଇ: ଚେନ୍ନାଇର ଏକ ବେକେରୀ ଦୋକାନା ମାଲିକକୁ ଗିରଫ କରାଯାଇଛି । ନିର୍ଦ୍ଦିଷ୍ଟ ଧର୍ମକୁ ଅପମାନ କରାଯାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସେ ନିଜ ବେକେରୀ ଦୋକାନରେ ଏକ ବ୍ୟାନରରେ ଲେଖିଥିଲେ, ‘କୌଣସି ମୁସଲମାନ କର୍ମଚାରୀ ନାହାଁନ୍ତି’ । ଏହାପରେ ତାଙ୍କୁ ଗିରଫ କରାଯାଇଛି ।
Jain Bakeries & Confectioneries ର ମାଲିକକୁ ଆଇପିସି ଧାରା 295କ ଓ 504ରେ ଗିରଫ କରାଯାଇଛି । ଚେନ୍ନାଇର ମହାଲକ୍ଷ୍ମୀ ଛକରେ ଅବସ୍ଥିତ ବେକେରୀ ଦୋକାନରେ ଏହି ବିଜ୍ଞାପନ ଦିଆଯାଇଥିଲା । ଏଥିରେ ଜୈନ୍ ଦ୍ବାରା ସାମଗ୍ରୀ ପ୍ରସ୍ତୁତ ହେଉଥିବା ଲେଖାଯାଇଥିବା ସହ ମୁସଲିମ୍ ଷ୍ଟାଫ୍ କାମ କରୁ ନଥିବା ମଧ୍ୟ ଲେଖାଯାଇଥିଲା । ଏହାପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏହି ଫଟୋ ।
ଏହାର କିଛି ସମୟ ପରେ ବିଜ୍ଞାପନ ନିର୍ଦ୍ଦିଷ୍ଟ ଧର୍ମକୁ ଆଘାତ କରୁଥିବା ଦର୍ଶାଇ ପୋଲିସ ଗିରଫ କରିଥିଲା । ତେବେ ବେକେରୀ ମାଲିକଙ୍କ କହିବାନୁସାରେ, ଏହା ସାମ୍ପ୍ରଦାୟିକତା ଦୃଷ୍ଟିରେ ନୁହେଁ ବରଂ ହ୍ବାଟ୍ସଆପ୍ ଓ ଅନ୍ୟ ସୋସିଆଲ ମିଡିଆରେ ଚାଲିଥିବା ଗୁଜବ ପ୍ରଚାର ପାଇଁ ଏପରି କରିଥିଲେ । ଅନେକ ଗ୍ରାହକ ଫୋନ୍ କରି ମୁସଲମାନ କାମ କରୁଛନ୍ତି କି ନାହିଁ ପଚାରିଥିଲେ ସେଥିପାଇଁ ସେ ଏପରି ବିଜ୍ଞାପନ ଦେବାକୁ ସ୍ଥିର କରିଥିଲେ ।