ETV Bharat / bharat

ଚେନ୍ନାଇରେ ତେଜିଲା ସିଏଏ ବିରୋଧୀ ପ୍ରଦର୍ଶନ

author img

By

Published : Feb 19, 2020, 12:19 PM IST

ତାମିଲନାଡୁର ରାଜଧାନୀ ଚେନ୍ନାଇରେ ସିଏଏ, ଏନପିଆର ଏବଂ ଏନଆରସି ବିରୋଧରେ ବୁଧବାର ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଲୋକ । ସେମାନେ ଚେନ୍ନାଇର ୱାଲାଜା ରୋଡରୁ ରାଜ୍ୟ ସଚିବାଳୟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ ବାହାର କରିଥିଲେ ।

anti-caa protest
ସିଏଏ ବିରୋଧୀ ପ୍ରଦର୍ଶନ

ଚେନ୍ନାଇ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ଉତ୍ତରରୁ ଆରମ୍ଭ କରି ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଜୋରଦାର ବିରୋଧ ପ୍ରଦର୍ଶନ ହେଉଛି । ତାମିଲନାଡୁର ରାଜଧାନୀ ଚେନ୍ନାଇରେ ସିଏଏ, ଏନପିଆର ଏବଂ ଏନଆରସି ବିରୋଧରେ ବୁଧବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଲୋକ । ସେମାନେ ଚେନ୍ନାଇର ୱାଲାଜା ରୋଡରୁ ରାଜ୍ୟ ସଚିବାଳୟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ ବାହାର କରିଛନ୍ତି ।

ଦିଲ୍ଲୀର ଶାହିନବାଗ ଭଳି ଚେନ୍ନାଇରେ ମଧ୍ୟ ସିଏଏ, ଏନଆରସି ଏବଂ ଏନପିଆରକୁ ଜୋରଦାର ବିରୋଧ କରାଯାଉଛି । ତାମିଲନାଡୁ ବିଧାନସଭାରେ ମଧ୍ୟ ସିଏଏ ବିରୋଧରେ ପ୍ରସ୍ତାବ ପାରିତ କରିବାକୁ ଦାବି କରିଛନ୍ତି ପ୍ରଦର୍ଶନକାରୀ । ସେପଟେ ରାଜ୍ୟ ବିଧାନସଭାରେ ବଜେଟ ଅଧିବେଶନ ଚାଲି ଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଧାନସଭା ପରିସରରେ ପୋଲିସକୁ ମୁତୟନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.