ହାଇଦ୍ରାବାଦ: କୋରୋନା ଭାଇରସରୁ ରକ୍ଷା କରିବା ପାଇଁ ବର୍ତ୍ତମାନ ସାନିଟାଇଜରର ଚାହିଦାକୁ ଦୃଷ୍ଟିରେ ରଖି ବଜାରରେ ଅନେକ ନକଲି ଏବଂ ନିମ୍ନ ମାନର ହ୍ୟାଣ୍ଡ ସାନିଟାଇଜର ମଧ୍ୟ ଉପଲବ୍ଧ ହେଉଛି। ଏଭଳି ପରିସ୍ଥିତିରେ ଲୋକଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ଯେ, ସେମାନେ ବ୍ୟବହାର କରୁଥିବା ସାନିଟାଇଜର ପ୍ରଭାବଶାଳୀ କି ନୁହେଁ ସେମାନେ କିପରି ଜାଣିପାରିବେ ? ତେବେ ଜାଣନ୍ତୁ ଏହି 3ଟି ସହଜ ଟିପ୍ସ ଯାହା ସାହାଯ୍ୟରେ ଆପଣ ସାନିଟାଇଜର ଗୁଣବତ୍ତାକୁ ଚିହ୍ନଟ କରିପାରିବେ ।
ଟିସୁ ପେପର କିମ୍ବା ଟଏଲେଟ ପେପର ପରୀକ୍ଷା
ଟିସୁ ପେପରର ଏକ ଛୋଟ ଖଣ୍ଡ ନେଇ ଏକ ସମତଳ ସ୍ଥାନରେ ରଖନ୍ତୁ । ଏହା ଜରୁରୀ ଅଟେ ଯେ, ଆପଣ ଟିସୁ ପେପରକୁ ଗୁଡାଇ ମୋଟା କରନ୍ତୁ ନାହିଁ । କାହିଁକି ନା ସାନିଟାଇଜରକୁ କେବଳ ଟିସୁର ଏକ କଣ ଭାଗରେ ପକେଇ ପରୀକ୍ଷା କରିବାର ଅଛି ଏହାର ତଳେ ନୁହଁ ।
ଏକ ବଲପଏଣ୍ଟ ପେନ ନିଅନ୍ତୁ । ଏକ ମୁଦ୍ରା କିମ୍ବା ହ୍ୟାଣ୍ଡ ସାନିଟାଇଜର ବୋତଲ କ୍ୟାପକୁ ସାବଧାନତାର ସହିତ ବାହାର କରି କାଗଜରେ ଏକ ଗୋଲ ତିଆରି କରନ୍ତୁ । ଶୁନିଶ୍ଚିତ କରନ୍ତୁ ଯେ, ଯେପରି ରେଖା କ୍ରମାଗତ, ମୋଟା ଏବଂ ସ୍ୱଚ୍ଛ ହେବ ।
ଯଦି ସାନିଟାଇଜରରେ ପର୍ଯ୍ୟାପ୍ତ ପରିମାଣର ଆଲକହଲ ଥାଏ, ତେବେ ଆପଣ ଦେଖିବେ ଯେ ଆପଣ ବଲପଏଣ୍ଟ ପେନ ସହିତ ଆଙ୍କିଥିବା ରେଖା ସାନିଟାଇଜରରେ ତରଳି ଯିବ ଏବଂ ରଙ୍ଗ ବିସ୍ତାର ହେବାକୁ ଲାଗିବ । ଯଦି ସାନିଟାଇଜରରେ ଆବଶ୍ୟକ ପରିମାଣର ଆଲକହଲ ନଥାଏ, ତେବେ ରେଖାର ରଙ୍ଗ ପରିବର୍ତ୍ତନ ହେବ ନାହିଁ ।
ଅଟା ଦ୍ୱାରା ଚିହ୍ନନ୍ତୁ
ହ୍ୟାଣ୍ଡସାନାଇଜରର ଗୁଣବତ୍ତା ଯାଞ୍ଚ କରିବାକୁ, ଏକ ପାତ୍ରରେ 1 ଚାମଚ ଅଟାରେ ଟିକେ ସାନିଟାଇଜର ରଖନ୍ତୁ । ବର୍ତ୍ତମାନ ଏହାକୁ ମିଶାନ୍ତୁ । ଯଦି ଆପଣଙ୍କ ହ୍ୟାଣ୍ଡ ସାନିଟାଇଜର ଅସଲି ଅଟେ, ତେବେ ଏହା ଅଟାକୁ ବାନ୍ଧି ରଖିବ ନାହିଁ କିନ୍ତୁ ଏହା ଅଲଗା ଅଲଗା କରିଦେବ । ନଚେତ ଅଟାକୁ ପାଣିରେ ଚକଟିବା ପରେ ଯେପରି ବାନ୍ଧି ହୋଇଯାଏ, ଯଦି ସେପରି ହେଲା ତେବେ, ଏହି ସାନିଟାଇଜର ନକଲି ଅଟେ ।
ହେୟାର ଡ୍ରାଏର ଟେଷ୍ଟ
ଏକ ପାତ୍ରରେ ହ୍ୟାଣ୍ଡ ସାନିଟାଇଜର ବାହାର କରନ୍ତୁ । ଏବେ ଏହାକୁ ଏକ ହେୟାର ଡ୍ରାୟର ସହିତ ଶୁଖାନ୍ତୁ । ଯଦି ଆପଣଙ୍କ ହ୍ୟାଣ୍ଡ ସାନିଟାଇଜର ଅସଲି ତେବେ ଏହା 3 ରୁ 5 ସେକେଣ୍ଡରେ ଶୁଖିଯିବ । ଯଦି ଏହି ସାନିଟାଇଜର ନକଲି, ତେବେ ଏହା ଏହି ସମୟ ଭିତରେ ଏହା ଶୁଖିବ ନାହିଁ ଏବଂ ପାତ୍ରରେ ପୂର୍ବ ପରି ରହିବ ।