ରାୟପୁର: ଲୋକପ୍ରିୟ ପର୍ବ ହରେଲି ଗୁରୁବାର ରାଜ୍ୟବ୍ୟାପୀ ପାଳନ ହୋଇଛି । ହରେଲି ପର୍ବରେ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ । ଏହି ପର୍ବରେ ବିଭିନ୍ନ ସ୍ଥାନରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ରାଜ୍ୟବାସୀ ମନଭରି ଉପଭୋଗ କରିଛନ୍ତି । ତେବେ ସଂସ୍କୃତି ବିଭାଗ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ତେବେ ଛତିଶଗଡ଼ୀ କଳାକାରମାନେ ଲୋକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲେ । ସେହିପରି ପହିଲମାନ ମାନେ ମଧ୍ୟ ବିଭିନ୍ନ ପ୍ରକାର ମାର୍ସାଲ ଆର୍ଟ ପରିବେଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କଳାକାରମାନେ ଲୋକ ନୃତ୍ୟ କରିବା ସହିତ ବିଭିନ୍ନ ପ୍ରକାର ଗୀତ ପରିବେଷଣ କରିଥିଲେ । ପାରମ୍ପରିକ ବେଶଭୂଷାରେ ମଧ୍ୟ କଳାକାରମାନେ ସଜେଇ ହୋଇଥିଲେ । ଏହି ଅବସରରେ କଂଗ୍ରେସ ସଂସ୍କୃତି ପ୍ରକୋଷ୍ଠର ରାଜ୍ୟ ଅଧ୍ୟକ୍ଷ କହିଥିଲେ କି ଏହି ଲୋକ ପର୍ବ ହରେଲି ଅବସରରେ ବିଭିନ୍ନ ପ୍ରକାରର ଛତିଶଗଡ଼ୀ ପର୍ବ ପାଳନ ହୋଇଥାଏ । ବିଭିନ୍ନ ପାରମ୍ପରିକ ନୃତ୍ୟର ମଧ୍ୟ ପରିବେଷଣ ହୋଇଥାଏ । ସେ ଆହୁରି ମଧ୍ୟ କହିଥିଲେ କି, ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟର ବହୁ ବଡ଼ ବଡ଼ କଳାକାର ମାନେ ଇଚ୍ଛା ପ୍ରକାଶ କରିବାରୁ ଏହାର ଆୟୋଜନ ହୋଇପାରୁଛି ।
ତେବେ ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ । ଏପରି ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ମଧ୍ୟ ଏହାକୁ କରାଯିବ ବୋଲି ସଂସ୍କୃତି ବିଭାଗର ସଚିବ ଅନିଲ ସାହୁ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ କି ଏହି କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟର ପାରମ୍ପରିକ ନୀତିନିୟମକୁ ଆଧୁନିକ ଯୁଗର ଯୁବକଯୁବତୀଙ୍କୁ ଅବଗତ କରାଯାଇପାରିବ ।