ETV Bharat / bharat

3 ପୁଅକୁ ନଦୀକୁ ଫିଙ୍ଗି ନଦୀକୁ ଡେଇଁଲା ବାପା

author img

By

Published : Aug 16, 2020, 7:18 PM IST

ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ତିନି ପୁଅକୁ ନଦୀରେ ଫିଙ୍ଗିବା ପରେ ନିଜେ ମଧ୍ୟ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଛତିଶଗଡର ରାଇଗର ଜିଲ୍ଲାରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

ପାରିବାରିକ କଳହର କରୁଣ ପରିଣତି, ତିନି ପୁଅକୁ ନଦୀକୁ ଫିଙ୍ଗି ନିଜେ ନଦୀକୁ ଡେଇଁଲା ବାପା

ରାୟପୁର: ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ତିନି ପୁଅକୁ ନଦୀରେ ଫିଙ୍ଗିବା ପରେ ନିଜେ ମଧ୍ୟ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଛତିଶଗଡର ରାଇଘର ଜିଲ୍ଲାରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

ରାୟଗଡ ପୋଲିସ ଅଧୀକ୍ଷକ ସାନ୍ତୋଶ ସିଂ କହିଛନ୍ତି ଯେ ଏହି ଘଟଣା ମାଣ୍ଡ ନଦୀ କୂଳରେ ଥିବା ଏକ ବ୍ରିଜରେ ଘଟିଛି । ସକାଳେ କାର୍ତ୍ତିକେଶ୍ୱର ରାଥିଆ ନାମକ ଏକ ବ୍ୟକ୍ତି ତାଙ୍କ ତିନି ପୁଅକୁ ନେଇ ବାଇକରେ ଯାଉଥିବା ବେଳେ ହଠାତ ବାଇକକୁ ବ୍ରିଜରେ ରଖି ଡେଇଁ ପଡିଥିଲେ । ସୂଚନା ପାଇବା ପରେ ପୋଲିସ କିଛି ଡ୍ରାଇଭରଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ନଦୀରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ତଥାପି ଏବେ ପର୍ଯ୍ୟନ୍ତ କାହାରିକୁ ଉଦ୍ଧାର କରାଯାଇ ନାହିଁ ।

ପ୍ରାଥମିକ ସୂଚନା ଅନୁଯାୟୀ, ସାଉଥ୍ ଇଷ୍ଟର୍ନ କୋଇଲଫିଲ୍ଡସ୍ ଲିମିଟେଡ୍ (SECL)ରେ ବିଦ୍ୟୁତ୍ ୱିଙ୍ଗରେ କାର୍ଯ୍ୟରତ ରାଥିଆଙ୍କ ଚରମ ପଦକ୍ଷେପ ପଛରେ ପାରିବାରିକ ବିବାଦର କାରଣ ବୋଲି ସନ୍ଦେହ କରାଯାଉଛି ବୋଲି ପୋଲିସ ଅଧୀକ୍ଷକ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.