ETV Bharat / bharat

ଆହାର ଯୋଗାଇବ 'ରୋଟି ବ୍ୟାଙ୍କ' - rajkot

ଭୋକିଲାଙ୍କୁ ଆହାର ଦେବ ରୋଟି ବ୍ୟାଙ୍କ । ଏହା ଏପରି ଏକ ସଙ୍ଗଠନ ଯାହା ରାଜକୋଟରେ ଆରମ୍ଭ କରାଯାଇଛି । ଭୋକ ମେଣ୍ଟାଇବା ପାଇଁ ଅନାଇ ବସିଥିବା ଲୋକଙ୍କ ସାହାଯ୍ୟ କରିବାକୁ ସବୁ ସ୍ଥାନକୁ ଧାଇଁ ଆସୁଛି ଏହି ରୋଟି ବ୍ୟାଙ୍କ।

ଫାଇଲ ଫଟୋ
author img

By

Published : May 18, 2019, 1:01 PM IST

ରାଜକୋଟ: ଭୋକିଲାଙ୍କୁ ଆହାର ଯୋଗାଇବ 'ରୋଟି ବ୍ୟାଙ୍କ' । ପୂର୍ବରୁ କେତେକ ସ୍ବେଚ୍ଛାସେବୀ ବିଭିନ୍ନ ସଙ୍ଗଠନ ମାଧ୍ୟମରେ ଲୋକଙ୍କୁ ସହାୟତା କରିଥାନ୍ତି । ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ବିପତ୍ତି ସମୟରେ ଆଗେଇ ଆସିଥାନ୍ତି । କିନ୍ତୁ ଏବେ ଏପରି ଏକ ସଙ୍ଗଠନ ଯିଏ ଭୋକିଲା ଲୋକଙ୍କ ଭୋକ ମେଣ୍ଟାଇବା ପାଇଁ ଆରମ୍ଭ କରିଛି ରୋଟି ବ୍ୟାଙ୍କ । ଏହି ସ୍ବେଚ୍ଛାସେବୀ ସଙ୍ଗଠନର ନାମ ହେଉଛି ଶ୍ରୀ ବୋଲବାଲା । ଏହି ସଂସ୍ଥା ରାଜକୋଟର କରାଯାଇଥିବା ବେଳେ ଭୋକ ମେଣ୍ଟାଇବା ପାଇଁ ଅନାଇବସିଥିବା ଲୋକଙ୍କ ସାହାଯ୍ୟ କରିବାକୁ ସବୁ ସ୍ଥାନକୁ ଧାଇଁ ଆସୁଛନ୍ତି ।

ଖବର ଅନୁଯାୟୀ, ରୋଟି ବ୍ୟାଙ୍କର ଏହି ପ୍ରୟାସ କିଛିମାସ ପୂର୍ବରୁ ଆରମ୍ଭ ହୋଇଛି । ଏହାକୁ ଆଗକୁ ବଢାଇବାକୁ ହାତ ବଢାଇଛନ୍ତି ଅଟୋ ରିକ୍ସା ଡ୍ରାଇଭର । ଯେଉଁମାନେ କି ପ୍ରତ୍ୟେକ ଦିନ ରୋଟି ପାଇଁ ସଂଗ୍ରାମ କରି ଦିନରାତିକୁ ଏକ କରି ଗାଡି ଚଳାଉଛନ୍ତି । ଏହି ବ୍ୟାଙ୍କ ସର୍ବପ୍ରଥମେ ଘରେ ପ୍ରସ୍ତୁତ ରୋଟିକୁ ସଂଗ୍ରହ କରି ଭୋକିଲାମାନଙ୍କୁ ବିଭିନ୍ନ ସ୍ଥାନରେ ବିତରଣ କରିବା ସହ ମେଡିକାଲମାନଙ୍କରେ ରୋଗୀମାନଙ୍କୁ ଦେଇଥାନ୍ତି ।

ତେବେ ଏହି ରୋଟି ବ୍ୟାଙ୍କର ଏକ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଦିନ 1000 ଘରୁ ପ୍ରତି ଘଣ୍ଟାରେ ରୋଟି ସଂଗ୍ରହ କରିବା । ଏହାସହ ଘର ପିଛା 2ଟି ଲେଖାଏଁ ରୋଟି ସଂଗ୍ରହ କରାଯାଏ । ପରେପରେ ଡ୍ରାଇଭର ସଂଗ୍ରହ କରାଯାଇଥିବା ରୋଟିକୁ ସହରର ବିଭିନ୍ନ ସ୍ଥାନରେ ଭୋକିଲାମାନଙ୍କୁ ବାଣ୍ଟିଥିବା ଟ୍ରଷ୍ଟିର ମୁଖ୍ୟ ଜେୟସ ଉପାଧେୟ କହିଛନ୍ତି ।

ସ୍ବେଚ୍ଛାସେବୀଙ୍କ ମଧ୍ୟରୁ ଜଣେ କହିଛନ୍ତି କି ଆମେମାନେ କାହାକୁ ବି ଖାଲି ପେଟରେ ଶୋଇବାକୁ ଦେବାକୁ ଚାହୁଁନୁ । ତେବେ ଏପରି ଆଇଡିଆ ଆମେ ବିହାର ଓ ପଞ୍ଜାବର ରୋଟି ବ୍ୟାଙ୍କ ଦେଖିବା ପରେ ଆସିଥିଲା । ଆଶ୍ଚର୍ଯ୍ୟକର ଭାବେ ରାଜକୋଟକୁ ଛାଡି ଔରଙ୍ଗାବାଦ ଓ ମହାରାଷ୍ଟ୍ର ମଧ୍ୟ ଏଭଳି ଅଭିନବ ପ୍ରୟାସ କରାଯାଉଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.