ନୂଆଦିଲ୍ଲୀ: ଏଣିକି ଆଉ 4ବର୍ଷରେ ଥରେ ଆର୍ମି କ୍ୟାଣ୍ଟିନରୁ କିଣି ପାରିବେନି ନୂଆ କାର । କ୍ୟାଣ୍ଟିନ ସ୍ପୋଟର୍ସ ଡିପାଟମେଣ୍ଟ(ସିଏସଡି)ରୁ ଆର୍ମି ଅଫିସରଙ୍କୁ କାର କିଣିବାକୁ ହେଲେ ଅପେକ୍ଷା କରିବାକୁ ହେବ 8 ବର୍ଷ । ସିଏସଡି ନିୟମରେ ପରିବର୍ତ୍ତନ କରାଯାଇଛି । ଏହି ନୂଆ ନିୟମ ଆସନ୍ତା ଜୁନ ପହିଲାରୁ ଲାଗୁ ହେବାକୁ ଯାଉଛି ।
ପୂର୍ବରୁ ସେନାଧିକାରୀମାନେ କ୍ୟାଣ୍ଟିନରୁ ପ୍ରତ୍ୟେକ 4 ବର୍ଷରେ ଥରେ ନୂଆ କାର କିଣି ପାରୁଥିଲେ । ଆର୍ମି କ୍ୟାଣ୍ଟିନରେ ସବୁ ଜିନିଷ ବହୁତ୍ କମ୍ ଦରରେ ଉପଲବ୍ଧ ହୋଇଥାଏ । ଏହି କ୍ୟାଣ୍ଟିନରୁ ସ୍ଥଳସେନା, ବାୟୁସେନା, ନୌସେନା ଓ ଏୟାରଫୋର୍ସରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ପରିବାର ଲୋକେ ଜିନିଷ କିଣିବାର ସୁବିଧା ପାଉଥିଲେ । ବର୍ତ୍ତମାନ ଆର୍ମି କ୍ୟାଣ୍ଟିନରୁ 1କୋଟିରୁ ଊର୍ଦ୍ଧ୍ବ ଲୋକ ଲାଭ ଉଠାଉଛନ୍ତି ।
ତେବେ ଆର୍ମି କ୍ୟାଣ୍ଟିନରୁ ଶସ୍ତାରେ ଜିନିଷପତ୍ର ମିଳୁଥିବା ଯୋଗୁଁ ଏଥିପାଇଁ ବହୁତ ଖର୍ଚ୍ଚ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ଏହି ନୂତନ ନିୟମ ଲାଗୁ ହେବାକୁ ଯାଉଛି ।