ETV Bharat / bharat

ସେପ୍ଟେମ୍ବର 7କୁ ଅପେକ୍ଷା, ଦକ୍ଷିଣ ମେରୁରେ ପହଞ୍ଚିବ ‘ଚନ୍ଦ୍ରଯାନ-2’ - ମହାକାଶଯାନ

ସଫଳତାର ସହ ଆଗେଇ ଚାଲିଛି ଚନ୍ଦ୍ରଯାନ-2 । ଆଜି ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରି ଏବେ ଚନ୍ଦ୍ର ଚାରିପାଖେ ପରିକ୍ରମା କରୁଛି ଚନ୍ଦ୍ରଯାନ 2 ।ଆଉ 4 ଥର ପରିକ୍ରମା ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରବେଶ କରିବ ଏହି ମହାକାଶଯାନ। ଏନେଇ ଇସ୍ରୋ ଅଧ୍ୟକ୍ଷ କେ ସିୱନଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର...

ଡିଜାଇନ ଫଟୋ
author img

By

Published : Aug 20, 2019, 7:55 PM IST

ନୂଆଦିଲ୍ଲୀ: ଇସ୍ରୋର ସଫଳତାରେ ଯୋଡିହେଲା ଆଉ ଏକ ଫର୍ଦ୍ଦ । ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରି ଏବେ ଚନ୍ଦ୍ର ଚାରିପାଖେ ପରିକ୍ରମା କରୁଛି ଚନ୍ଦ୍ରଯାନ-2 । ଏବେ ଅପେକ୍ଷା ଆସନ୍ତା ସେପ୍ଟେମ୍ବର 7 ତାରିଖକୁ । କାରଣ ଆସନ୍ତା 7ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-2ର ହେବ ସଫ୍ଟ ଲ୍ୟାଣ୍ଡିଂ । ଆଉ ଏନେଇ ଇସ୍ରୋ ଅପେକ୍ଷାରେ ରହିଛି ବୋଲି କୁହନ୍ତି ଇସ୍ରୋ ଚେୟାରମାନ କେ ସିୱନ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଆଜି ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ସମୟରେ ପ୍ରାୟ 30 ମିନିଟ ପର୍ଯ୍ୟନ୍ତ ମୋର ହୃଦସ୍ପନ୍ଦନ ବନ୍ଦ ହୋଇଯାଇଥିଲା ବୋଲି କହିଛନ୍ତି ସେ । ସଠିକ ଭାବେ ଆଜି ଚନ୍ଦ୍ରଯାନ-2 କକ୍ଷପଥରେ ପହଞ୍ଚି ଚନ୍ଦ୍ର ଚାରିପାଖେ ପରିକ୍ରମା କରୁଥିବା ଶୁଣି ଖୁବ ଖୁସି ଲାଗିଥିଲା ।

ସେପ୍ଟେମ୍ବର 7 ତାରିଖ ଖୁବ ବଡ ଦିନ । ସକାଳ 1.40 ମିନିଟରେ ଚନ୍ଦ୍ରଯାନ-2 ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବ । 15 ମିନିଟ ଭିତରେ ଏହା କାର୍ଯ୍ୟକାରୀ ହେବ । ଏହା ଦେଶ ପାଇଁ ସବୁଠୁ ବଡ ଗୌରବ ଆଣିଦେବ ବୋଲି ବିଶ୍ବାସ ରହିଛି । ବର୍ତ୍ତମାନ 17 ହଜାର ଲୋକ ଏଥିରେ କାମ କରୁଛନ୍ତି ।

ଦକ୍ଷିଣ ମେରୁରରେ ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ବେଙ୍ଗାଲୁରୁ ଇଣ୍ଡିଆନ ଡିପ ସ୍ପେସ ନେଟୱର୍କ(IEADSN)ର ଆଣ୍ଟିନା ସାହାଯ୍ୟରେ ବେଙ୍ଗାଲୁରୁ ଇସ୍ରୋ, ଟେଲିମେଟ୍ରି,ଟ୍ରାକିଂ ଏବଂ କମାଣ୍ଡ ନେଟୱାର୍କର ମିଶନ ଅପରେସନ କମ୍ପ୍ଲେକ୍ସ ସହ ସ୍ଥିତି ଉପରେ ଲଗାତାର ନଜର ରଖାଯିବ । ଟେକନୋଲୋଜି କ୍ଷେତ୍ରରେ ଏହା ସବୁଠୁ ବଡ ସଫଳତା । ଚନ୍ଦ୍ରରେ ଚନ୍ଦ୍ରଯାନ-2 ପହଞ୍ଚିବା ପରେ ଦେଶ ପାଇଁ ଅନେକ ଲାଭ ହେବ ବୋଲି କହିଲେ ସିୱନ।

ସୂଚନା ଅନୁସାରେ,ଗତ ଜୁଲାଇ ୨୨ ତାରିଖ ଅପରାହ୍ନ ୨.୪୩ରେ ଇସ୍ରୋ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଲଞ୍ଚ ପ୍ୟାଡରୁ ଚନ୍ଦ୍ରଯାନ-୨କୁ ଉତକ୍ଷେପଣ କରାଯାଇଥିଲା ।

ଆମେରିକା, ଚୀନ, ଋଷ ପରେ ଚନ୍ଦ୍ରକୁ ଚନ୍ଦ୍ରଯାନ-2 ପ୍ରେରଣ କରିବାରେ ଭାରତ 4ର୍ଥ ତମ ଦେଶ । ହେଲେ ଚନ୍ଦ୍ରର ଦକ୍ଷିଣ ମେରୁରେ କେଉଁ ଦେଶ ବର୍ତ୍ତମାନ ସୁଦ୍ଧା ପହଞ୍ଚି ପାରିନାହିଁ । ଚନ୍ଦ୍ରଯାନ-2 ଏହି ସ୍ବପ୍ନ ପୂରା କରିବ ବୋଲି ଆଶାବାଦୀ ଅଛି ଇସ୍ରୋ ।

Intro:Body:

pravu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.