ETV Bharat / bharat

ଚନ୍ଦ୍ରଯାନ-୨ ପ୍ରେରଣ: 4 ଦିନରେ ନହେଲେ ତିନି ମାସକୁ ସ୍ଥଗିତ - satellite

ଯାନ୍ତ୍ରିକ ତ୍ରୁଟି କାରଣରୁ ମାତ୍ର ୫୬ ମିନିଟ ୨୪ ସେକେଣ୍ଡ ପୂର୍ବରୁ ହଠାତ୍‌ କାଉଣ୍ଟଡାଉନକୁ ବନ୍ଦ ରଖାଯାଇଥିଲା। ଆସନ୍ତା ଚାରି ଦିନ ମଧ୍ୟରେ ଯଦି ଚନ୍ଦ୍ରଯାନ-2 ଲଞ୍ଚ ନ କରାଯାଏ ତେବେ ଆସନ୍ତା ତିନି ମାସ ଯାଏଁ ଏହା ସ୍ଥଗିତ ରହିବ ।

ଫାଇଲ ଫଟୋ
author img

By

Published : Jul 15, 2019, 5:39 PM IST

Updated : Jul 15, 2019, 6:29 PM IST

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ISRO) ପକ୍ଷରୁ ଚନ୍ଦ୍ରକୁ ପ୍ରେରଣ କରାଯିବାକୁ ଥିବା ଚନ୍ଦ୍ରଯାନ-2କୁ ସ୍ଥଗିତ ରଖାଯାଇଛି । କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ମାତ୍ର ୫୬ ମିନିଟ ୨୪ ସେକେଣ୍ଡ ପୂର୍ବରୁ ହଠାତ୍‌ କାଉଣ୍ଟଡାଉନକୁ ବନ୍ଦ ରଖାଯାଇଥିଲା। ଜୁଲାଇ 15 ଭୋର 2.51 ମିନିଟରେ ଚନ୍ଦ୍ରଯାନ-2କୁ ଦେଶର ସବୁଠୁ ଶକ୍ତିଶାଳୀ ବାହୁବଳୀ ରକେଟ GSLV MK୩ କୁ ବ୍ୟବହାର କରି ଚନ୍ଦ୍ରଯାନ-୨ କୁ ପ୍ରେରଣ କରାଯିବାର ଥିଲା ।

ମାତ୍ର ମିଳିଥିବା ସୂଚନା ଅନୁଯାୟୀ, ଯେଉଁ ସମୟରେ କାଉଣ୍ଟଡାଉନକୁ ବନ୍ଦ କରାଗଲା । ସେହି ସମୟରେ ଲଞ୍ଚ ଭେଇକିଲରେ କୌଣସି ସମସ୍ୟା ଥିବାରୁ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଏଥିପାଇଁ ଏହାକୁ ସ୍ଥଗିତ ରଖାଗଲା ।

ତେବେ ଚନ୍ଦ୍ରଯାନ-2କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍‌ ମହାକାଶ ଗବେଷଣା କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯିବାର ଥିଲା। ହେଲେ ଲଞ୍ଚ ରୋକିବା ପରେ ଇସ୍ରୋ ବୈଜ୍ଞାନିକ ଜାଣିବାକୁ ଚେଷ୍ଟା କରୁଛନ୍ତି କି, ହଠାତ ଲଞ୍ଚର ଠିକ ପୂର୍ବରୁ କେଉଁଠି ଯାନ୍ତ୍ରିତ ତ୍ରୁଟି ଆସିଲା ।

ଏହାର କାରଣ ଜାଣିବା ପରେ ବୈଜ୍ଞାନିକମାନେ ଆସନ୍ତା ଚାରିଦିନ ମଧ୍ୟରେ ଚନ୍ଦ୍ରଯାନ-2କୁ ଲଞ୍ଚ କରିବାକୁ ପୁରା ପ୍ରୟାଶ କରୁଛନ୍ତି। ଯଦି ଏଥିରେ ସଫଳ ନହେଲେ, ତେବେ ଏହାକୁ ଆସନ୍ତା ତିନି ମାସ ପାଇଁ ସ୍ଥଗିତ କରାଯିବ ।

Intro:Body:

BLANK

Conclusion:
Last Updated : Jul 15, 2019, 6:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.