ETV Bharat / bharat

ମଉଳିବାରେ ଲାଗିଛି ‘ବିକ୍ରମ’ ଆଶା

author img

By

Published : Sep 21, 2019, 10:55 PM IST

ମଉଳିବାରେ ଲାଗିଛି "ଚନ୍ଦ୍ରଯାନ-୨" ର ଲ୍ୟାଣ୍ଡର ବିକ୍ରମ୍ ସହ ପୁନଃ ସମ୍ପର୍କ ସ୍ଥାପନର ଆଶା । "ଏକ ଚନ୍ଦ୍ର ଦିବସ", ପୃଥିବୀ ରେ ୧୪ ଦିନ ସହ ସମାନ, ଯାହାକି ଆଜି ସରିବାକୁ ଯାଉଛି । ମାତ୍ର ଏପର୍ଯ୍ୟନ୍ତ ବିକ୍ରମ୍ ସହ କୌଣସି ଯୋଗାଯୋଗ ସ୍ଥାପନ ସମ୍ଭବ ହୋଇନାହିଁ। ଅଧିକ ଖବର ପଢନ୍ତୁ...

ଡିଜାଇନ ଫଟୋ

ବେଙ୍ଗାଲୁରୁ: ଭାରତର ମୁନ୍ ମିଶନ, "ଚନ୍ଦ୍ରଯାନ-୨" ର ଲ୍ୟାଣ୍ଡର ବିକ୍ରମ୍ ସହ ପୁନଃ ସମ୍ପର୍କ ସ୍ଥାପନର ଆଶା ଧିରେ ଧିରେ ମଉଳିବାରେ ଲାଗିଛି । ରୋଭର୍ ପ୍ରଜ୍ଞାନର ଜୀବନକାଳ "ୱାନ୍ ଲୁନାର୍ ଡେ" ବା "ଏକ ଚନ୍ଦ୍ର ଦିବସ", ପୃଥିବୀରେ ୧୪ ଦିନ ସହ ସମାନ। ଯାହାକି ଆଜି ସରିବାକୁ ଯାଉଛି । ମାତ୍ର ଏପର୍ଯ୍ୟନ୍ତ ବିକ୍ରମ୍ ସହ କୌଣସି ଯୋଗାଯୋଗ ସ୍ଥାପନ ସମ୍ଭବ ହୋଇନାହିଁ।

ଗତ ସେପ୍ଟେମ୍ବର ୭ ରେ ଲ୍ୟାଣ୍ଡର ବିକ୍ରମ୍, ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବାର ମାତ୍ର କିଛି ମିନିଟ୍ ପୂର୍ବରୁ ଇସ୍ରୋର ଗ୍ରାଉଣ୍ଡ ଷ୍ଟେସନ ସହ ଏହାର ଯୋଗାଯୋଗ ବିଛିନ୍ନ ହୋଇଥିଲା। ସେହି ସମୟରେ ଚନ୍ଦ୍ର ଠାରୁ ମାତ୍ର ୨.୧ କି.ମି. ଦୂରରେ ଥିଲା। ଏହା ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବାକୁ ଅସଫଳ ହୋଇଥିଲେ ମଧ୍ଯ ବିକ୍ରମର କୌଣସି କ୍ଷତି ହୋଇନଥିବା, ସେପ୍ଟେମ୍ବର ୮ରେ ଇସ୍ରୋ ସୂଚନା ଦେଇଥିଲା । ଇସ୍ରୋ ବୈଜ୍ଞାନିକଙ୍କ ମତରେ ବିକ୍ରମ ଚନ୍ଦ୍ରପୃଷ୍ଠରେ ଢ଼ଳି ରହିଥିବାରୁ ସିଗନାଲ ପଠେଇବାରେ ଅସମର୍ଥ ହେଉଛି । ଜାତୀୟ ସ୍ତରୀୟ କମିଟି ଏବଂ ଇସ୍ରୋର ବିଶେଷଜ୍ଞମାନେ ଯୋଗାଯୋଗ ବିଛିନ୍ନର କାରଣ ଅନୁଧ୍ଯାନ କରୁଛନ୍ତି ।

ବିକ୍ରମ୍ ଲ୍ୟାଣ୍ଡରର ଅସଫଳତା ସତ୍ତ୍ବେ ଅରବିଟର୍ ସନ୍ତୋଷଜନକ ଫଳ ଦେଇଥିବା କହିଛନ୍ତି ଇସ୍ରୋର ବିଶେଷଜ୍ଞ । ବିକ୍ରମ୍ ସହ ସଂଯୋଗ ବିଛିନ୍ନ ହେବାପରଠାରୁ ଅରବିଟର୍ ର କାର୍ଯ୍ୟ ଦକ୍ଷତାକୁ ବଢାଇ ଦିଆଯାଇଛି । ପୂର୍ବରୁ ଏହାର କାର୍ଯ୍ୟକାଳ ୧ବର୍ଷ ଥିବା ବେଳେ ଏବେ ପ୍ରାୟ ୭ ବର୍ଷ ଏହା କାର୍ଯ୍ୟ କରିବ। ଚନ୍ଦ୍ରଯାନ- ୨ ମିଶନ ୯୫% ସଫଳ ହେବା ସହ ଇସ୍ରୋର ଏହି ଉପଲବ୍ଧି ଆଗାମୀ ମହାକାଶ ମିଶନକୁ ପ୍ରୋତ୍ସାହନ ଯୋଗେଇବ ବୋଲି କହିଛି ଇସ୍ରୋ।

ଚନ୍ଦ୍ରଯାନ- ୨ ମିଶନର ମୂଲ୍ଯ ପ୍ରାୟ ୯୭୮ କୋଟି ଟଙ୍କା ହୋଇଥିବା ବେଳେ କେବଳ ସାଟେଲାଇଟର ମୂଲ୍ଯ ୬୦୩କୋଟି ଟଙ୍କା ଏବଂ ଲଞ୍ଚ ଭେଇକିଲ ମୂଲ୍ଯ ୩୭୫ କୋଟି। ଭାରତର ଜିଓସିଂକ୍ରୋନାଇଜ୍ଡ ସାଟେଲାଇଟ୍ ଲଞ୍ଚ ଭେଇକିଲ, GSLV Mk III- M1, ୩,୮୪୦ କେ. ଜି. ଓଜନର ଚନ୍ଦ୍ରଯାନ- ୨କୁ ଜୁଲାଇ ୨୨ରେ ସଫଳତାର ସହ ଉତକ୍ଷେପଣ କରିଥିଲା । ଏବଂ ଏହି ଯାନ ଅଗଷ୍ଟ ୨୦ରେ ଚନ୍ଦ୍ରର ବାହ୍ୟତମ କକ୍ଷରେ ଅବସ୍ଥାପିତ ହେବାସହ ସେପ୍ଟେମ୍ବର ୨ରେ ବିକ୍ରମ୍ ଲ୍ୟାଣ୍ଡର ସଫଳତାର ସହ ଅରବିଟର୍ ଠାରୁ ଅଲଗା ହୋଇଥିଲା।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.