ETV Bharat / bharat

'ଲୋକଙ୍କ ସମସ୍ୟାରୁ ନଜର ହଟାଇ ନିର୍ବାଚନରେ ବ୍ୟସ୍ତ ନିତିଶ ସରକାର'

author img

By

Published : Aug 26, 2020, 9:44 PM IST

ଆଜାଦ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚନ୍ଦ୍ରଶେଖର ଆଜାଦ ବିହାର ନିର୍ବାଚନରେ ପ୍ରଚାର ସମୟରେ ରାଜ୍ୟର ମେଣ୍ଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିହାରରେ ନୀତିଶ କୁମାର ସରକାରକୁ ରୋକିବାରେ ଆଜାଦ ସମାଜ ପାର୍ଟ ସଫଳ ହେବ ବୋଲି କହିଛନ୍ତି ଚନ୍ଦ୍ରଶେଖର । ଅଧିକ ପଢନ୍ତୁ...

'ଲୋକଙ୍କ ସମସ୍ୟାରୁ ନଜର ହଟାଇ ନିର୍ବାଚନରେ ବ୍ୟସ୍ତ ନିତିଶ ସରକାର'
'ଲୋକଙ୍କ ସମସ୍ୟାରୁ ନଜର ହଟାଇ ନିର୍ବାଚନରେ ବ୍ୟସ୍ତ ନିତିଶ ସରକାର'

ପାଟନା: ବିହାର ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଆରମ୍ଭ ହୋଇଯାଇଛି ପ୍ରଚାର ଅଭିଯାନ । ଏପରିସ୍ଥିତିରେ ଭୀମ ଆର୍ମିର ସଂସ୍ଥାପକ ତଥା ଆଜାଦ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚନ୍ଦ୍ରଶେଖର ଆଜାଦ ବିହାର ନିର୍ବାଚନରେ ପ୍ରଚାର ସମୟରେ ରାଜ୍ୟର ମେଣ୍ଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିହାରରେ ନୀତିଶ କୁମାର ସରକାରକୁ ରୋକିବାରେ ଆଜାଦ ସମାଜ ପାର୍ଟ ସଫଳ ହେବ ବୋଲି କହିଛନ୍ତି ଚନ୍ଦ୍ରଶେଖର ।

ବିହାରରେ ନିର୍ବାଚନ ପ୍ରଚାର ପରେ ଭୀମ ଆର୍ମି ସଂସ୍ଥାପକ ଚନ୍ଦ୍ରଶେଖର ଆଜାଦ ସାହାରଣପୁରରେ ପହଞ୍ଚି ବିହାରର ରାଜନୀତି ବିଷୟରେ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି ବିହାର ନିର୍ବାଚନ ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ, ଯେଉଁଥିରେ ଆମେ ନିତିଶ କୁମାର ସରକାରକୁ ରୋକିବାରେ ସଫଳ ହେବୁ ।

ଆଜାଦ କହିଛନ୍ତି, ବିହାରରେ ରୋଜଗାର ହେଉଛି ଶିକ୍ଷାର ସବୁଠାରୁ ବଡ ସମସ୍ୟା । ମହାମାରୀ କୋରୋନା ସମୟରେ ଡାକ୍ତରମାନେ ରାସ୍ତାରେ । ଡାକ୍ତରଖାନାଗୁଡ଼ିକ ପାଣିରେ ପରିପୂର୍ଣ୍ଣ । ରୋଗୀମାନଙ୍କ ପାଇଁ ଶଯ୍ୟା ଉପଲବ୍ଧ ନାହିଁ । ଅନ୍ୟପକ୍ଷେ ଏହି ଅଞ୍ଚଳରେ ବନ୍ୟା ପରିସ୍ଥିତି ମଧ୍ୟ ଉତ୍କଟ ରହିଛି, କିନ୍ତୁ ସରକାର ନିର୍ବାଚନରେ ବ୍ୟସ୍ତ ବୋଲି ଅଭିଯୋଗ କରିଛନ୍ତି ଚନ୍ଦ୍ରଶେଖର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.