ETV Bharat / bharat

ଲକ୍ଷ୍ନୌ ଗସ୍ତରେ ଚନ୍ଦ୍ରବାବୁ ନାଇଡୁ, ଏକଜୁଟ ହେବେ ସପା-ବସପା, ଟିଡ଼ିପି

author img

By

Published : May 18, 2019, 12:15 PM IST

Updated : May 18, 2019, 2:51 PM IST

ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ପାଇଁ ହେବି ୱେଟ ନେତାଙ୍କ ପ୍ରଚାର ପ୍ରସାର ଜୋରଦାର ଚାଲିଛି । ବିଜେପି ସରକାରକୁ ହଟାଇବା ଲାଗି ଏକଜୁଟ ହେଉଛନ୍ତି ବିରୋଧି ଦଳ । ଏହି ଉପଲକ୍ଷେ ଅନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆଜି ଉତ୍ତର ପ୍ରଦେଶ ଗସ୍ତ କରିବେ ।

ଫାଇଲ ଫଟୋ

ହାଇଦ୍ରାବାଦ: ମେ 19 ତଥା ଆସନ୍ତାକାଲି ଚଳିତ ଥର ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ପାଇଁ ହେବ ମତଦାନ । ତେଣୁ ସବୁ ନେତାଙ୍କ ଫୋକସରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ । ଫଳରେ ବିଜେପି ସରକାରକୁ ହଟାଇବା ଲାଗି ଏକଜୁଟ ହେଉଛନ୍ତି ବିରୋଧି ଦଳ । ଏହି ଉପଲକ୍ଷେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆଜି ଉତ୍ତର ପ୍ରଦେଶ ଗସ୍ତ କରିବେ ।

ଦୀର୍ଘ ସମୟ ଧରି ଅଣ-ଏନଡିଏକୁ ଏକଜୁଟ କରିବା ଲାଗି ଟିଡିପି (ତେଲୁଗୁ ଦେଶମ ପାର୍ଟି)ର ଅଧ୍ୟକ୍ଷ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଲାଗିପଡିଛନ୍ତି । ଏହି ଉଦ୍ଦେଶ୍ୟରେ ନାଇଡୁ ଆଜି ଲକ୍ଷ୍ନୌ ଗସ୍ତ କରିବେ । ଏଠାରେ ନାଇଡୁ ବିଏସପି ସୁପ୍ରିମୋ ମାୟାବତୀ ଏବଂ ସପା ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହ ସାକ୍ଷାତ କରିବେ । ବିଜେପିକୁ ବିରୋଧ କରି ଏସବୁ ଦଳକୁ ଏକଜୁଟ କରି ଗୋଟିଏ ପ୍ଲାଟଫର୍ମରେ ଆଣିବାକୁ ଚେଷ୍ଟା କରୁଛନ୍ତି ଚନ୍ଦ୍ରବାବୁ ନାଇଡୁ । ଚଳିତ ନିର୍ବାନରେ ସପା ଏବଂ ବସପା ମେଣ୍ଟ ହୋଇ ନିର୍ବାଚନ ଲଢୁଛନ୍ତି ।

ଶୁକ୍ରବାର ଚନ୍ଦ୍ରବାବୁ ନାଇଡୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ସିପିଆଇଏମର ଜେନେରାଲ ସେକ୍ରେଟରୀ ସୀତାରାମ ୟେଚୁରୀଙ୍କ ସହ ସାକ୍ଷାତ କରିଥିଲେ । ଏଠାରେ ନାଇଡୁଙ୍କ ବିରୋଧି ଟିଆରଏସ ପ୍ରମୁଖ କେସିଆରଙ୍କୁ ମଧ୍ୟ ବିଜେପି ବିରୋଧି ଫ୍ରଣ୍ଟକୁ ଆଣିବାକୁ ଚାହାଁନ୍ତି । ସେ କହିଲେ କେସିଆର ସମେତ ଯେଉଁ ନେତା ବିଜେପିକୁ ବିରୋଧ କରୁଛନ୍ତି ସେମାନଙ୍କୁ ଆମେ ସ୍ବାଗତ କରୁବୁ । କିଛି ଦିନ ପୂର୍ବେ ନାଇଡୁ ରାହୁଲ ଗାନ୍ଧୀଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ ।

Intro:Body:

sdgsd

Conclusion:
Last Updated : May 18, 2019, 2:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.