ETV Bharat / bharat

ଦଳିତଙ୍କୁ ଅତ୍ୟାଚାର ପ୍ରସଙ୍ଗ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ଚନ୍ଦ୍ରବାବୁ ନାଇଡୁ - Chandrababu Naidu

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ଏନ ଚନ୍ଦ୍ରବାବୁ ନାଇଡୁ ଦଳିତ ସମ୍ପ୍ରଦାୟ ବିରୋଧରେ ଚାଲିଥିବା ଅତ୍ୟାଚାରକୁ ନିନ୍ଦା କରିଛନ୍ତି । ଅଧିକ ପଢନ୍ତୁ...

ଦଳିତଙ୍କୁ ଅତ୍ୟାଚାର ପ୍ରସଙ୍ଗ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ଚନ୍ଦ୍ରବାବୁ ନାଇଡୁ

author img

By

Published : Aug 30, 2020, 10:42 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ଏନ ଚନ୍ଦ୍ରବାବୁ ନାଇଡୁ ଦଳିତ ସମ୍ପ୍ରଦାୟ ବିରୋଧରେ ଚାଲିଥିବା ଅତ୍ୟାଚାରକୁ ନିନ୍ଦା କରିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ନେତା ଜଗନମୋହନ ରେଡ୍ଡିଙ୍କୁ ସେ ସମାଲୋଚନା କରିଛନ୍ତି । ଘଟଣାରେ ମୁହଁ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ।

ବିଶାଖାପାଟନମ୍ ଜିଲ୍ଲା ନେତୃବୃନ୍ଦଙ୍କ ସହ ଏକ ଭିଡିଓ କନଫରେନ୍ସ ବୈଠକରେ ନାଇଡୁ କହିଛନ୍ତି ଯେ, ଦଳିତ ସମ୍ପ୍ରଦାୟ ବିରୋଧରେ ଚାଲିଥିବା ଅତ୍ୟାଚାର ଉପରେ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡି ନିରବତା ଅବଲମ୍ବନ କରୁଛନ୍ତି । ଏହା ପାଇଁ ତାଙ୍କ ଦଳ ହିଂସା, ଅପରାଧ ତଥା ସାମାଜିକ ବିରୋଧୀ କାର୍ଯ୍ୟକଳାପ ପାଇଁ ଦାୟୀ ରହିବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଥିବାରୁ ଅପରାଧୀମାନେ ନିର୍ଭୀକ ଭାବରେ ଅପରାଧ କରୁଛନ୍ତି । ଟିଡିପି କ୍ଷମତାରେ ଥିବାବେଳେ ଏଭଳି ଅତ୍ୟାଚାର କେବେ ହୋଇନଥିଲା। ଯଦି ପ୍ରଥମ ଘଟଣା ଉପରେ ମୁଖ୍ୟମନ୍ତ୍ରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ, ତେବେ ଏହି ଆକ୍ରମଣ ପରେ ହୋଇ ନଥାନ୍ତା ।

ନାଇଡୁ ଆହୁରି ମଧ୍ୟ କହିଛନ୍ତି, "ପ୍ରଥମେ ଶାସକ ଦଳର ନେତାମାନେ ଟିଡିପି ନେତାଙ୍କୁ ଟାର୍ଗେଟ କରିଥିଲେ, ହଇରାଣ କରିଥିଲେ, ଗିରଫ କରିଥିଲେ ଏବଂ ଅପମାନିତ କରିଥିଲେ। ପରେ ସେମାନେ ପଛୁଆ ବର୍ଗର ନେତାଙ୍କ ବିରୋଧରେ ଅତ୍ୟାଚାର ଆରମ୍ଭ କରିଥିଲେ। ବର୍ତ୍ତମାନ ସେମାନେ ନିରୀହ ଦଳିତଙ୍କ ବିରୋଧରେ ଆତଙ୍କବାଦୀଙ୍କ ପରି ଅତ୍ୟାଚାର କରୁଛନ୍ତି। ମିଥ୍ୟା ମାମଲା ରହିଛି। ଯେଉଁମାନେ ସରକାରଙ୍କ ବେଆଇନ କାର୍ଯ୍ୟକଳାପ ବିରୋଧରେ ଆନ୍ଦୋଳନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଓମ ପ୍ରତାପଙ୍କ ମୃତ୍ୟୁକୁ ପ୍ରଥମେ ଆତ୍ମହତ୍ୟା ବୋଲି କୁହାଯାଇଥିଲା ବେଳେ ପରେ ଏହାକୁ ଏକ ସ୍ବାଭାବିକ ମୃତ୍ୟୁ କୁହାଯାଉଥିଲା । ଏପରିକି ଶେଷ ରୀତିନୀତି ପାଳନ କରିବାକୁ ଅନୁମତି ଦିଆଯାଇଥିଲା। ହେଲେ ଲୋକଙ୍କ ସମାଲୋଚନା ପରେ, ଲୁଚାଛପା ଭାବରେ ପୋଷ୍ଟମର୍ଟମ କରାଯାଇଥିଲା ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ରାକ୍ଟର ଓଲଟିବାରେ ଜଣେ ଦଳିତ ଯୁବକ କିପରି ମୃତ୍ୟୁ ହେଲା ବୋଲି ପ୍ରଶ୍ନ କରିବା ସହ ଶାସକ ଦଳ ଅତ୍ୟାଚାରର କୌଣସି ସୀମା ନାହିଁ ବୋଲି ପ୍ରକାଶ କରିଛନ୍ତି । ଯଦି ଏହା ଏକ ଆକସ୍ମିକ ମୃତ୍ୟୁ କେବେ ତାଙ୍କ ଦେହରେ କିପରି ପୋଡାଜଳାର ଚିହ୍ନ ରହିଲା ବୋଲି ପ୍ରକାଶ କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.