ତେଲେଙ୍ଗାନା: ତେଲୁଗୁ ଦେଶମ ପାର୍ଟିର ଜାତୀୟ ସଭାପତି ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ଫୋନ୍ ଟ୍ୟାପିଂ ଉପରେ ଅଭିଯୋଗ ଆଣିଛନ୍ତି। ଏନେଇ ଚନ୍ଦ୍ରବାବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି।
![ଆନ୍ଧ୍ରପ୍ରଦେଶର ଫୋନ୍ ଟ୍ୟାପିଂ ଘଟଣା, ମୋଦିଙ୍କୁ ଚିଠି ଲେଖିଲେ ଚନ୍ଦ୍ରବାବୁ ନାଇଡୁ](https://etvbharatimages.akamaized.net/etvbharat/prod-images/index_1708newsroom_1597646370_896.jpg)
ସେ କହିଛନ୍ତି ଯେ, ବିରୋଧୀ ଦଳର ନେତା, ଆଇନଜୀବୀ, ସାମାଜିକ କାର୍ଯ୍ୟକର୍ତ୍ତା ତଥା ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିଚାରପତିଙ୍କ ଫୋନ୍ ଟ୍ୟାପ୍ ଅଭିଯୋଗ ଆଣିଛନ୍ତି।
![ଆନ୍ଧ୍ରପ୍ରଦେଶର ଫୋନ୍ ଟ୍ୟାପିଂ ଘଟଣା, ମୋଦିଙ୍କୁ ଚିଠି ଲେଖିଲେ ଚନ୍ଦ୍ରବାବୁ ନାଇଡୁ](https://etvbharatimages.akamaized.net/etvbharat/prod-images/3_1708newsroom_1597646370_767.jpg)
ତେବେ ଏହି ଘଟଣା କେବଳ ଗଣତନ୍ତ୍ର ପାଇଁ ବିପଦ ନୁହେଁ ବରଂ ଜାତୀୟ ସୁରକ୍ଷା ପାଇଁ ମଧ୍ୟ ଗୁରୁତର ବିପଦ। ଏହି ପ୍ରସଙ୍ଗକୁ ତୁରନ୍ତ ତଦନ୍ତ ସାପେକ୍ଷ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନାଇଡୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।