ETV Bharat / bharat

ମନ୍ତ୍ରୀପଦ ଛାଡୁଛାଡୁ ମିଳିଲା ମୁଖ୍ୟମନ୍ତ୍ରୀ ଅଫର - navjot-singh-sidhu

2022ରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ନବଜୋତ ସିଂ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛି ଲୋକ ଇନ୍‌ସାଫ ପାର୍ଟି(ଲୋକପା) ।

ଫାଇଲ ଫଟୋ
author img

By

Published : Jul 16, 2019, 3:56 PM IST

ନୂଆଦିଲ୍ଲୀ: ପଞ୍ଜାବ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାପରା ନବଜୋତ ସିଂ ସିଦ୍ଧୁଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଅଫର । 2022ରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛି ଲୋକ ଇନ୍‌ସାଫ ପାର୍ଟି(ଲୋକପା) ।

ସିଦ୍ଧୁଙ୍କୁ ଲୋକପାରେ ସାମିଲ ହେବାପାଇଁ ଆମନ୍ତ୍ରିତ କରିଛନ୍ତି ଦଳ ଅଧ୍ୟକ୍ଷ ସିମରଜିତ ସିଂହ ବେନ୍‌ସ। ସେ କହିଛନ୍ତି, 'କଂଗ୍ରେସରେ ସଚ୍ଚୋଟ ବ୍ୟକ୍ତିଙ୍କ ପାଇଁ କୌଣସି ସ୍ଥାନ ନାହିଁ । ତେଣୁ ମୁଁ ନିବେଦନ କରୁଛି ଆପଣ ଲୋକପାରେ ଯୋଗ ଦିଅନ୍ତୁ । 2022 ନିର୍ବାଚନରେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଲଢିବାକୁ ସୁଯୋଗ ଦେବୁ ।' ଏହା ବ୍ୟତୀତ ସେ ନବଜୋତ ସିଂ ସିଦ୍ଧୁଙ୍କୁ କଂଗ୍ରେସରୁ ମଧ୍ୟ ଇସ୍ତଫା ଦେବାପାଇଁ ପରାମର୍ଶ ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ପଞ୍ଜାବ କ୍ୟାବିନେଟର ମନ୍ତ୍ରୀ ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ପାଖକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ।

Intro:Body:

bbb

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.