ETV Bharat / bharat

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ: 40 ମାସରେ ଶେଷ ହେବ ନିର୍ମାଣ - ରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟ

ଅଯୋଧ୍ୟାରେ ପ୍ରଭୁ ରାମଲାଲଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସମୟ ସୀମା ହୋଇଛି ଧାର୍ଯ୍ୟ । ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ ହୋଇଛି ମେଗା ଯୋଜନା । ପଢନ୍ତୁ କେବେ ଶେଷ ହେବ ଭଗବାନ ରାମଙ୍କ ଭବ୍ୟ ମନ୍ଦିର...

ରାମ ମନ୍ଦିର
ରାମ ମନ୍ଦିର
author img

By

Published : Aug 19, 2020, 8:59 PM IST

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ 15ରେ ସରିଛି ଭୂମି ପୂଜନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିବା ପରେ ଏବେ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ମନ୍ଦିର ନିର୍ମାଣ ଆରମ୍ଭ ହେବାପରେ ସାଧୁ ସନ୍ଥଙ୍କ ଭକ୍ତଙ୍କ ମଧ୍ୟରେ ଖୁସିର ମାହୋଲ ।

ସେପଟେ ଆଜି ( ବୁଧବାର) ରାମ ମନ୍ଦିର ନିର୍ମାଣକୁ ନେଇ ବଡ ସୂଚନା ଦେଇଛନ୍ତି ରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟ ମହାସଚିବ ଚମ୍ପତ୍ତ ରାୟ । ଚମ୍ପତ୍ତ କହିଛନ୍ତି ସମ୍ପୂର୍ଣ୍ଣ ମନ୍ଦିର ନିର୍ମାଣ ପାଇଁ 36 ରୁ 40 ମାସ ସମୟ ଲାଗିବ । ଅର୍ଥାତ 3 ରୁ ସାଢେ 3 ବର୍ଷ ମଧ୍ୟରେ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହେବ ।

ଟ୍ରଷ୍ଟ ମହାସଚିବ ଚମ୍ପତ୍ତ ରାୟ ଆହୁରି କହିଛନ୍ତି ଯେ ମନ୍ଦିର ନିର୍ମାଣରେ ଦ୍ରୁତଗତି ଆଣାଯିବ । ମନ୍ଦିର ମଜବୁତ ପାଇଁ 12 ଶହ ଖମ୍ଭ ହେବ । ସେହିପରି ସମସ୍ତ ସାମଗ୍ରୀ ବର୍ତ୍ତମାନ ଅଯୋଧ୍ୟାରେ ପହଞ୍ଚିବାରେ ଲାଗିଛି । ଅଳ୍ପ କିଛି ଦିନ ମଧ୍ୟରେ ମନ୍ଦିର ନିର୍ମାଣ ଦ୍ରୁତଗତିରେ ଆଗେଇବ ବୋଲି ଚମ୍ପତ୍ତ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.