ETV Bharat / bharat

ଏମିତି ବୃକ୍ଷର ମହିମା, ମନସ୍କାମନା ପୂରଣ ହେଲେ ବନ୍ଧାଯାଏ ଲୁହା ଶିକୁଳି - madhyapradesh

ଆମ ଜୀବନରେ ବୃକ୍ଷର ଅନେକ ମହତ୍ତ୍ବ ରହିଛି । ଏହା ବ୍ୟତୀତ ଏମିତି ଏକ ବୃକ୍ଷ ରହିଛି ଯାହା ପୂରଣ କରେ ସମସ୍ତ ମନସ୍କାମନା ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 26, 2019, 10:09 AM IST

ଭୋପାଳ: ଭାରତବର୍ଷରେ ଗଛକୁ ନେଇ ଅନେକ ପ୍ରକାର ବିଶ୍ବାସ ରହିଛି । ହିନ୍ଦୁ ଧର୍ମରେ ବର ଆଉ ଅଶ୍ବତ୍ଥ ବୃକ୍ଷକୁ ଦେବତା ଭାବେ ପୂଜା କରାଯାଏ । ସେହିଭଳି ମଧ୍ୟପ୍ରଦେଶର ଛତରପୁରରେ ଦେଢସହ ବର୍ଷ ତଳର ଏକ ଗଛ ରହିଛି । ଯାହାକୁ ମନସ୍କାମନା ପୂରଣ କରୁଥିବା ଗଛ କୁହାଯାଏ । ଆଉ ମନସ୍କାମନା ପୂରଣ ହେବାପରେ ଗଛରେ ଲୌହ ଶିକୁଳି ବାନ୍ଧିଥାନ୍ତି ।

ସ୍ଥାନୀୟ ଗାଁରେ ରହୁଥିବା ଜଣେ ଯୁବକ ବୃଜେନ୍ଦ୍ର ବିଶ୍ବକର୍ମାଙ୍କ କହିବାନୂଯାୟୀ, ଲୋକଙ୍କର ଭଗବାନଙ୍କ ପ୍ରତି ଅନେକ ଆସ୍ଥା ରହିଛି । କେତେକ ଗଛରେ ବନ୍ଧାଯାଇଥିବା ଲୌହ ଜଞ୍ଜିର ସମୟ ସହିତ ଗଛ ବଢିବାରୁ ତାହା ଭିତରେ ସେ ଲୁଚିଗଲାଣି ।
ଅନେକ ଦୂରଦୂରାନ୍ତରୁ ଲୋକ ଏଠାକୁ ବିଶ୍ବାସ ନେଇ ଆସୁଛନ୍ତି । ତେବେ ଏହି ବୃକ୍ଷଟି କେତେ ବର୍ଷର ପୁରୁଣା ତାହା ଆଜିଯାଏଁ ସଠିକ ଭାବେ କେହି କହିପାରିନାହାନ୍ତି । ଆନୁମାନିକ ଭାବେ କୁହାଯାଉଛି ଯେ, ଏହା ଦେଢସହ ବର୍ଷ ପୁରୁଣା ବୋଲି ।

ଉକ୍ତ ଅଞ୍ଚଳରେ ରହୁଥିବା ଜଣେ 75 ବର୍ଷର ବୃଦ୍ଧଙ୍କ କହିବାନୂଯାୟୀ, ଏହି ବୃକ୍ଷର ଏକ ଅଲୌକିକ ମହିମା ରହିଛି । ଏଠାକୁ ଆସି ଯିଏ ଯାହା ମାଗିଛି ତାର ନିଶ୍ଚୟ ପୂରଣ ହୋଇଛି । କେତେକ ନିସନ୍ତାନଙ୍କୁ ସନ୍ତାନ ପ୍ରାପ୍ତ ହୋଇଛି । ତେଣୁ ଲୋକଙ୍କର ଏହି ବୃକ୍ଷକୁ ନେଇ ଅଗାଢ ବିଶ୍ବାସ ରହିଛି । ତେଣୁ ଅନେକ ବର୍ଷ ଧରି ଏହି ଗଛରେ ଟନ ଟନ ଧରି ଲୁହା ଶିକୁଳି ବନ୍ଧାଯାଉଥିବା ଦେଖିବାକୁ ମିଳିଛି ।

ବୃକ୍ଷ ମନୁଷ୍ୟ ବା ଜୀବଜଗତ ପାଇଁ ଅନେକ ମହତ୍ତ୍ବରଖିଥାଏ । ପରିବେଶକୁ ସୁରକ୍ଷା ଦେବା ସହ ଧାରାପୃଷ୍ଠରେ ଜୀବନ ଧରି ବଞ୍ଚିବା ପାଇଁ ଦରକାର ହେଉଥିବା ଅମ୍ଳଜାନ ମଧ୍ୟ ଦେଇଥାଏ । ଏହା ବ୍ୟତୀତ ଏହି ବୃକ୍ଷ ସମସ୍ତ ଲୋକଙ୍କର ମନୋକାମନା ମଧ୍ୟ ପୁରଣ କରିଥାଏ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.